ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

କାହା ଉପରେ ବିଜୟ ମହାପାତ୍ରଙ୍କ ଆଖି

0
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ ପାଇଁ ସଜବାଜ ଆରମ୍ଭ
  • ବିଭିନ୍ନ ଦଳର ରାଜନୈତିକ ନେତାଙ୍କ ସହିତ ଆଲୋଚନା ଜାରି, ସକ୍ରିୟ ହେବେ କି?

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ସଙ୍କେତ ଦେଇସାରିଲେଣି। ଚିଠି କରି କହିଛନ୍ତି ଯେ ପଞ୍ଚାୟତ ସୀମା ନିର୍ଧାରଣ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ନିର୍ଦିଷ୍ଟ ସମୟ ସୀମା ପୂର୍ବରୁ ଶେଷ କର। କମିସନଙ୍କ ଏଭଳି ସକ୍ରିୟତା ସହିତ ଓଡ଼ିଶା ରାଜନୀତିରେ ଯେଉଁ ବଡ଼ ଖବର ଆସିଛି, ତାହା ହେଲା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପୁଣି ଥରେ ରାଜନୀତିରେ ପୂରା ଦମରେ ସକ୍ରିୟ ହେବା ପାଇଁ ଅଣ୍ଟା ଭିଡୁଛନ୍ତି। ଏ ସଂକ୍ରାନ୍ତରେ ସଜବାଜ ଆରମ୍ଭ ହୋଇଛି ଓ ବିଭିନ୍ନ ଦଳର ରାଜନେତାଙ୍କ ସହିତ ଟେଲିଫୋନ୍‌ରେ ଓ ବ୍ୟକ୍ତିଗତ ଭାବେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ଖବର ଆସୁଛି।

ତେବେ ବିଜୟ ଆଗକୁ କେଉଁ ଧାରାରେ ଯାଇ ରାଜନୀତିରେ କରିବେ, ବିଜେପିରେ ସକ୍ରିୟ ହେବେ ନା ଦଳ ବାହାରକୁ ଆସି ତୃତୀୟ ମେଣ୍ଟ ଗଠନ ପାଇଁ ମୂଳଦୁଆ ପକାଇବେେ ଅଥବା ବିଜେଡି ତାଙ୍କୁ ସାଙ୍ଗରେ ନେବ, ଏ ନେଇ ଠୋସ୍ ଭାବେ ତଥ୍ୟ ମିଳିପାରୁନାହିଁ। କିନ୍ତୁ ଉଭୟ ବିଜେଡି-ବିଜେପି ଏବଂ କଂଗ୍ରେସ ନେତାମାନେ ତାଙ୍କ ସହିତ ଯୋଗାଯୋଗରେ ଥିବା ସୂଚନା ମିଳୁଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲଙ୍କର କହିବା କଥା, ରାଜ୍ୟ ରାଜନୀତି ଆଗକୁ ଯେଉଁ ଆଡକୁ ଯାଉଛି, ସେଥିରେ ବିଜୟଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିବ, ଏହାକୁ ଅଣଦେଖା କରିହେବ ନାହିଁ। କାରଣ ସେ ଏବେ ଏକମାତ୍ର ନେତା ଓଡ଼ିଶାରେ ସକ୍ରିୟ ଅଛନ୍ତି, ଯିଏ ଯୋଡି଼ପାରିବେ ଓ ନିମିଷକେ ଭାଙ୍ଗିବାରେ ମଧ୍ୟ ଓସ୍ତାଦ। ଦୀର୍ଘ ଦୁଇ ଦଶନ୍ଧି ପରେ ରାଜନୈତିକ ପାଣିପାଗ ତାଙ୍କୁ ସୁହାଇବା ଭଳି ହୋଇଛି। ଏଣୁ ତାଙ୍କ ଉପରେ ଏବେ ଶକ୍ତ ନଜର ରଖାଯାଇଛି। ସେପଟେ ବିଜୟଙ୍କ ନିକଟତମ ମହଲରୁ ମିଳୁଥିବା ଖବର ଅନୁସାରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ପରେ ନେତା ଅଧିକ ସକ୍ରିୟ ହେବେ ଓ ରଥଯାତ୍ରା ପରେ ସେ ପୂରା ଦମରେ ଅଭିଯାନ ଆରମ୍ଭ କରିବେ।

ସଂପ୍ରତି ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି। ଖୁବ୍ ଶୀଘ୍ର କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାକୁ ଯାଉଛନ୍ତି। ଜାଚୀୟ ଗଣମାଧ୍ୟମମାନେ ତୁହାକୁ ତୁହା ପ୍ରଚାର କରୁଛନ୍ତି ଯେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଯଦି ଏହା ହୁଏ, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କି ବିଚାର କରିବେ, ତାହା ଏବେ ବଡ଼ ପ୍ରଶ୍ନ। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ୨୦୧୪ରୁ ମନ୍ତ୍ରୀ ଅଛନ୍ତି। କେବଳ ସେତିକି ନୁହେଁ, ଲମ୍ବା ସମୟ ଧରି ପେଟ୍ରୋଲିୟମ୍ ମନ୍ତ୍ରାଳୟ ବି ତାଙ୍କ ପାଖରେ ରହିଲାଣି। ଏବେ ଦେଖିବାକୁ ହେବ ଯେ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ପୁନଃ ବିଶ୍ବାସ ସ୍ଥାପନ କରି ଏହି ବିଭାଗ ତାଙ୍କ ହାତରେ ରଖିବେ ନା ପରିବର୍ତ୍ତନ କରି ଆଉ କାହାକୁ ଦେବେ। ଯଦି ଏମିତି ହୁଏ, ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେଉଁ ବିଭାଗ ମିଳିବ,ତାହା ଉପରେ ଓଡ଼ିଶାରେ ତାଙ୍କ ପତିଆରା ନିର୍ଭର କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଦର୍ଶନ ଆଦୌ ସନ୍ତୋଷଜନକ ନାହିଁ। ଯଦି ବୈଜୟନ୍ତ ମନ୍ତ୍ରୀ ହୁଅନ୍ତି, ତେବେ ପ୍ରତାପଙ୍କ ଆସନ ପ୍ରତି ସବୁଠାରୁ ଅଧିକ ବିପଦ। ଏହା ଓଡ଼ିଶା ରାଜନୀତିରେ ମଧ୍ୟ ଏକ ଭିନ୍ନ ସମୀକରଣ ପାଇଁ ରାସ୍ତା ଖୋଲିବ।

ପଶ୍ଚିମବଙ୍ଗ ନିର୍ବାଚନ ପରେ ପୂରା ବିଜେପି ରାଜନୀତି ଗୋଳିଆ ହୋଇଯାଇଛି। କେବଳ ସେହି ରାଜ୍ୟ ନୁହେଁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏସବୁ ରାଜ୍ୟ ରାଜନୀତି ଅସ୍ଥିର ହେବା ଆରମ୍ଭ କଲେଣି। ଏଣୁ କେନ୍ଦ୍ର ସରକାରଙ୍କ ପାଇଁ ଏହି ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ବଡ଼ ଭୂମିକା ରଖୁଛି। ସେ ବିହାର ହେଉ କି ପଶ୍ଚିମବଙ୍ଗ ଅନେକ ନେତାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଛି। ଏବେ ସେସବୁ କାର୍ଯ୍ୟକ୍ଷମ କରିବାର ବେଳ।

ପୂର୍ବ ଭାରତରେ ଆସାମ ଦଖଲ କରିବାରେ ବିଜେପି ସଫଳ ହୋଇଥିଲେ ହେଁ, ପଶ୍ଚିମବଙ୍ଗ ହରାଇବା, ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତୁରନ୍ତ ବିଜେପି କେନ୍ଦ୍ରୀୟ ନେତା କହିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ପାଇଁ ଆସନ୍ତା ଦିନେ ରଣନୀତି ନିର୍ଧାରଣ ହେବ। ଏଣୁ ଏହି ଅଦଳବଦଳ ହିଁ ସ୍ପଷ୍ଟ କରିବ ଯେ ବିଜେପି ଓଡ଼ିଶାରେ ଆଗକୁ କିଭଳି ବଢ଼ିବାକୁ ଯାେଜନା କରୁଛି। ଏହି ପ୍ରକ୍ରିୟାରେ ରାଜ୍ୟ ବିଜେପିରେ ବିଜୟଙ୍କୁ କ୍ଷମତା ମିଳିବ କି? ବିଜୟଙ୍କୁ ସାମ୍ନାରେ ରଖି ବିଜେପି ପଞ୍ଚାୟତରେ ମଇଦାନକୁ ଓହ୍ଲାଇବ କି?

ସେହିଭଳି ବିଜେଡିରେ ମନ୍ତ୍ରିମଣ୍ଜଳ ଅଦଳବଦଳ ମଧ୍ୟ ଆସନ୍ନ। ରଥଯାତ୍ରା ପରେ ନବୀନ ଏ ସଂକ୍ରାନ୍ତରେ ପଦକ୍ଷେପ ନେଇପାରନ୍ତି। ଏଥିପାଇଁ ଆପାତତଃ ପ୍ରସ୍ତୁତି ସରିଛି। ଏପଟେ ସାଂଗଠନିକ ପୁନର୍ବିନ୍ୟାସ ପରେ ଅନେକ ବରିଷ୍ଠ ନେତା ଅଣଦେଖା ହୋଇଥିଲେ ହେଁ ଏଯାଏ ମୁହଁ ଖୋଲିନାହାନ୍ତି। କଂଗ୍ରେସ ଧୀରେ ଧୀରେ ନିଶ୍ଚିହ୍ନ ହେବା ଆରମ୍ଭ କରିଛି। ଏଣୁ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିବା ଲାଗି ସମସ୍ତେ ଏକାଠି ବିଜୟଙ୍କ ନେତୃତ୍ବରେ ମେଳି ହେବା ଅସମ୍ଭବ ନୁହେଁ ବୋଲି ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି। ଅତୀତରେ ବିଜୟ ଓଜିପି, ଏନ୍‌ସିପି କରି ଏଭଳି ଉଦ୍ୟମ କରିଥିଲେ। ସେବେ ନବୀନଙ୍କର ପୂରା ଦବ୍‌ଦବା ଥିଲା ଓ ବିଜେପି ସରକାର ମେଣ୍ଟରେ ଥିଲା। ଏବେ ପରିସ୍ଥିତି ବଦଳିଛି ଓ ବିଜେଡି ଏବଂ ସକ୍ରିୟ ବିଜେପି ବାହାରେ ଅନେକ ନେତା ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ବଚ୍ଛଳ ହୋଇଥିବାରୁ ଏଭଳି ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଏହି ମହଲର ମତ।

ଆଉ ଗୋଟିଏ ମତ ହେଲା, ମୁଖ୍ୟମନ୍ତ୍ରୀ ସକ୍ରିୟ ଥିବା କିଛି ପୁରୁଣା ନେତାଙ୍କୁ ଫେରାଇ ଆଣିବା ସଂପର୍କରେ ଗତ ନିର୍ବାଚନ ପୂର୍ବରୁ କହିଥିଲେ। ଏହି କ୍ରମରେ ସେବେ ପ୍ରଫୁଲ୍ଲ ଘଡାଇ ଦଳକୁ ଫେରିଥିଲେ। ଯେହେତୁ ବିଜୟ ହେଉଛନ୍ତି, ବିଜେପି-ବିଜେଡି ବାହାରେ ଏକମାତ୍ର ନେତା, ଯାହାର ସବୁ ଦଳରେ ଗ୍ରହଣୀୟତା ରହିଛି, ଏଣୁ ତାଙ୍କୁ ନିଜ ଆଡକୁ ଟାଣିନେଇ ସବୁଦିନ ଲାଗି ନବୀନ ଆଞ୍ଚଳିକ ଦଳ ପରିକଳ୍ପନା ଓ ବିଜେପିର ବୃଦ୍ଧିକୁ ରୋକିବା ପାଇଁ ଉଦ୍ୟମ କରିବା ଅସମ୍ଭବ ନୁହେଁ। ନବୀନ-ବିଜୟଙ୍କ ବିବାଦକୁ ୨୨ ବର୍ଷ ବିତିଯାଇଛି। ଗତ କିଛି ବର୍ଷ ଧରି ଲକ୍ଷ୍ୟ ରଖାଯାଉଛି ଯେ ସରକାରକୁ ଯଦିଓ ବିଜୟ କଠୋର ସମାଲୋଚନା କରୁଛନ୍ତି, ନବୀନଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁନାହାନ୍ତି। ଏଣୁ ନୂଆ ରାଜନୈତିକ କୌଶଳରେ ବିଜେଡି ବିଜୟଙ୍କ ସମର୍ଥନ ନେବ କି?

Leave A Reply

Your email address will not be published.