ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସୋଆ ସମର୍‌କ୍ୟାମ୍ପ ଉଦ୍‌ଯାପିତ

0
  • ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସୋଆ ସମର୍ କ୍ୟାମ୍ପକୁ ଆହୁରି ବ୍ୟାପକ କରାଯିବ: ସୋଆ ଉପସଭାପତ

ଭୁବନେଶ୍ୱର, ୧୫/୦୫ : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ମେ ୬ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ କ୍ୟାମ୍ପସ୍ ର ପାଂଚ କିଲୋମିଟର ପରିସର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ପଂଚମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଛାତ୍ର ଜୀବନ ର ଏକ ଅଭିନ୍ନ ଅଂଗ। ଏହି ଶିବିର ପିଲାମାନଙ୍କ ପାଇଁ ନିୟମିତ ଭାବେ ଲାଭଦାୟକ ହେବ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ତରଫରୁ ଏହି କ୍ୟାମ୍ପକୁ ଆହୁରି ବ୍ୟାପକ ଭାବେ ପରିଚାଳନା କରିବାକୁ ଚିନ୍ତା କରାଯାଉଥିବା ଶ୍ରୀମତି ଦାସ କହିଥିଲେ ।

ଦୀର୍ଘ ୪ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କ ଶାରିରୀକ ଓ ବୌଦ୍ଧିକ ଉନ୍ନତି ନିମନ୍ତେ ସୋଆ ପକ୍ଷରୁ ଏହି କ୍ୟାମ୍ପ ପରିଚାଳନା କରାଯାଉଥିବା ପ୍ରକାଶ କରି ଏହି କ୍ୟାମ୍ପରେ ଭାଗ ନେଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଭିନ୍ନ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶ୍ରୀମତି ଦାସ ଧନ୍ୟବାଦ ଜଣାଇଥିଲେ । କ୍ୟାମ୍ପରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ, ଟେନିସ୍‌, କ୍ରିକେଟ୍‌, ଖୋଖୋ, କବାଡି ଏବଂ ଚେସ୍ ଖେଳର ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ଥର ପାଇଁ ଚଳିତ ବର୍ଷ ଚେସ୍ କୁ ଏହି କ୍ୟାମ୍ପରେ ସାମିଲ କରାଯାଇଥିଲା ।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏହି ସମର କ୍ୟାମ୍ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଥିଲେ । ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଉତମ ଅଭ୍ୟାସ ଆଣି ସମାଜକୁ ସମୃଦ୍ଧ କରିବା ହିଁ ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସୋଆର ସ୍ପୋର୍ଟସ ଅଫିସର ଶ୍ରୀମତୀ ସୁନିତା ବର୍ମା ସ୍ୱାଗତ ଭାଷଣ ଦେବା ସହ କ୍ୟାମ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସେହିପରି ସାମିଲ ହୋଇଥିବା ସମସ୍ତ ୧୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.