ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଭିଡ୍ ଆକ୍ରାନ୍ତ ପରେ ବି ସଫଳ ହେଲା ଅସ୍ତ୍ରୋପଚାର

0

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍‌ରେ ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଣ୍ଟିଲେଟରରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି। ଏପରିକି ପରିଣତ ବୟସରେ ପହଞ୍ଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କେବଳ କୋଭିଡ ସଂକ୍ରମିତ ନୁହଁନ୍ତି, ସଂକ୍ରମଣ ସହ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବା ରୋଗୀମାନେ ମଧ୍ୟ ସମ୍ କୋଭିଡ୍‌ରେ ଚିକିତ୍ସିତ ହୋଇ
ଘରକୁ ଫେରିଛନ୍ତି। ଏହି କ୍ରମରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ କରିପାରିଛନ୍ତି ସମ୍ କୋଭିଡ୍ ଟିମ୍।

ଭୁବନେଶ୍ୱର ପାତ୍ରପଡା ଅଂଚଳର ୧୪ ବର୍ଷୀୟା ସଂଯୁକ୍ତା ଖିଲାର ଗତ ମେ ୨୫ ତାରିଖରେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ତାଙ୍କର ସିକଲ୍‌ସେଲ୍ ରୋଗର ସମସ୍ୟା ନେଇ ସେ ପ୍ରଥମେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତା’ପରେ ତାଙ୍କୁ ତୁରନ୍ତ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କର ତଳିପେଟରେ ଆପେଣ୍ଡିସାଇଟିସ୍‌ରେ ଗୁରୁତର ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।

ଏହିଭଳି ଅବସ୍ଥା ଦେଖି ତାଙ୍କର ତୁରନ୍ତ ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ ଡାକ୍ତରୀ ଟିମ୍। ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ସଂପୃକ୍ତ ବାଳିକାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ଡାକ୍ତର ଲଳିତ ପରିଡା ଏବଂ ନବଜାତ ଶିଶୁରୋଗ ବିଭାଗର ଡାକ୍ତର ଜଗଦୀଶ ପ୍ରସାଦ ସାହୁଙ୍କ ତତ୍ୱାବଧାନରେ ଏହି ସର୍ଜରୀ କରାଯାଇଥିଲା। ତାଙ୍କର ଚିକିତ୍ସାରେ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଡାକ୍ତର ପ୍ରିୟଦର୍ଶିନୀ ବେହେରା ମଧ୍ୟ ଯୋଗ ଦେଇଥିଲେ। ସର୍ଜରୀରେ ସମ୍ କୋଭିଡ୍ ଟିମ୍‌ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବୀ କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ପ୍ରାୟ ୧୪ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଓ ପରବର୍ତୀ ସମୟରେ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ କୋଭିଡ୍ ମୁକ୍ତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସଂଯୁକ୍ତା। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ଟିମ୍ ଓ ତାଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ସଂଯୁକ୍ତାଙ୍କ ପରିବାର।

Leave A Reply

Your email address will not be published.