ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପୁଣି ଜଣେ ଓଡ଼ିଆ କେନ୍ଦ୍ରରେ ପାଇପାରନ୍ତି ଗୁୁରୁତ୍ବପୂର୍ଣ୍ଣ ପଦବି

0

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ତାମିଲନାଡୁ ପୁଲିସ ମହାନିର୍ଦେଶକ ତଥା ୧୯୮୫ ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିପାରେ। କେନ୍ଦ୍ରୀୟ ଭିଜିଲାନ୍ସ କମିସନ ପଦ ପାଇଁ ତାଙ୍କ ନାମ ସଂପର୍କରେ ବିଚାର ଚାଲିଛି। ତାମିଲନାଡୁ ରାଜ୍ୟ ଗୃହ ବିଭାଗ ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଯଦି ଶ୍ରୀ ତ୍ରିପାଠୀ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ପାଆନ୍ତି, ତେବେ ଚାରିବର୍ଷ ଅଥବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଶ୍ରୀ ତ୍ରିପାଠୀ ଚଳିତ ମାସରେ ଅବସର ନେବେ।

ମିଳୁଥିବା ସୂଚନା ଅନୁସାରେ, ଜୁଲାଇ ସୁଦ୍ଧା ଏହି ପଦବି ପୂରଣ ହୋଇପାରେ। ଏଥିପାଇଁ ଭାରତବର୍ଷର ବଛା ବଛା ଅଧିକାରୀଙ୍କ ନାମ ଉପରେ ଚର୍ଚ୍ଚା ଚାଲିଛି। ଶ୍ରୀ ତ୍ରିପାଠୀଙ୍କର ପୁଲିସ ବିଭାଗରେ ବେଶ୍ ଖାତିର ଓ ଖ୍ୟାତି ଅଛି। ୧୯୯୮ ମସିହାରେ ତ୍ରିଚି ପୁଲିସ କମିସନର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ବିଶେଷକରି କମ୍ୟୁନିଟି ପୁଲିସ କ୍ଷେତ୍ରରେ ସେ ଆଣିଥିବା ସଂସ୍କାର ଭାରତବର୍ଷରେ ଅନ୍ୟ ରାଜ୍ୟ ପାଇଁ ବେଶ୍ ଖ୍ୟାତି ଆଣିଥିଲା।

୧୯୬୪ ମସିହାରୁ ସିଭିସି ନିଯୁକ୍ତି ପ୍ରକ୍ରିୟା ରହିଛି ଓ ଏହା ଏକ ସଂକଳ୍ପ ଉପରେ ପର୍ଯ୍ୟବେଶିତ ଥିଲା। ହେଲେ ୨୦୦୩ରେ ସିଭିସିକୁ ବୈଧାନିକ ମାନ୍ୟତା ଦିଆଯାଇଥିଲା। କେନ୍ଦ୍ର ସରକାରୀ ସଂଗଠନ ଉପରେ ଏହି ସଂସ୍ଥା ନଜର ରଖିଥାଏ। ଏଥିରେ ଜଣେ ଅଧ୍ୟକ୍ଷ ନିଯୁକ୍ତି ପାଇଥାନ୍ତି ଏବଂ ଅନ୍ୟ ଦୁଇଜଣ ଭିଜିଲାନ୍ସ କମିସନର ଥାନ୍ତି।

Leave A Reply

Your email address will not be published.