ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

0
  • ତ୍ରୈଲୋକ୍ୟକୁ ନେଇ ପୁଣି ହଇଚଇ ଗୀତ ସହ ବଜାରକୁ ଆସୁଛନ୍ତି ଅଭିଜିତ୍ ମଜୁମଦାର୍
  • କେ ସି ସାହୁଙ୍କ ନିର୍ଦେଶନାରେ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଛି ଗୀତ

ଭୁବନେଶ୍ବର: ‘ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି’। ଏହି ଗୀତ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଏହା ପଛର ମୁଖ୍ୟ ଆକର୍ଷଣ ଥିଲେ ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟ। ତାଙ୍କର ଗୋଟିଏ ମନ୍ତବ୍ୟକୁ ନେଇ ଓଡ଼ିଶା ସଙ୍ଗୀତ ଜଗତର ବାଦ୍‌ଶାହ ବୋଲି କୁହାଯାଉଥିବା ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅଭିଜିତ୍ ମଜୁମ୍‌ଦାରଙ୍କ କଣ୍ଠ ଘରେ ଘରେ ପହଞ୍ଚିଥିଲା।

କିଛି ଦିନ ବ୍ୟବଧାନ ପରେ କେ ସି ସାହୁଙ୍କ ନିର୍ଦେଶନାରେ ଅଭିଜିତ୍ ଓ ତ୍ରୈଲୋକ୍ୟଙ୍କୁ ନେଇ ପୁଣି ଏକ ଧମାକା ଗୀତ ପ୍ରସ୍ତୁତ କରାଯାଇଛି। ଏହି ଗୀତରେ ତ୍ରୈଲୋକ୍ୟ ଓ ଅଭିଜିତ ପୁଣି ଚହଳ ପକାଇବେ ବୋଲି ଏବେଠାରୁ ପୂର୍ବାନୁମାନ କରାଗଲାଣି। ଶ୍ରୀ ସାହୁ କହିଛନ୍ତି ଯେ ଏହି ଗୀତ ପ୍ରମୋଦ ପରିଡା ରଚନା କରିଛନ୍ତି। ଏମ୍‌ ଆର ଷ୍ଟୁଡିଓରେ ଏହାର ରେକର୍ଡିଂ କରାଯାଇଛି ଏବଂସାଇକ୍ରିଷ୍ଣା ୟୁଟୁବ୍ ଚ୍ୟାନେଲ୍‌ରେ ଏହା ଉପଲବ୍ଧ ହେବ। ଉଭୟ ଅଭିଜିତ୍ ମଜୁମଦାର୍ ଏବଂ ତ୍ରୈଲୋକ୍ୟ ଏହାକୁ ଗାଇଛନ୍ତି। ଏହି ଗୀତ କରୋନା ସଚେତନତାକୁ ଆଉ ଗୋଟିଏ ସ୍ତର ପର୍ଯ୍ୟନ୍ତ ଟାଣିନେବ। ଆସନ୍ତାକାଲି ଏହାର ଲୋକାର୍ପଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ମଜୁମ୍‌ଦାର ଆଜି ‘ଆର୍‌ଏନ୍‌ଏ’କୁ କହିଛନ୍ତି ଯେ ଏଥିରେ କରୋନା ମହାମାରୀକୁ ନେଇ ସଚେତନତା କରଯାଇଛି। ସାନିଟାଇଜର ବ୍ୟବହାର, ମାସ୍କ ପିନ୍ଧିବା ଘରେ ରହିବା ଏମିତି ସବୁ ସଂପର୍କରେ ତ୍ରୈଲୋକ୍ୟ ମାଧ୍ୟମରେ ପୂରା ସମାଜକୁ ସେ କୋଭିଡ୍‌ ଠାରୁ ନିରାପଦ ଦୂରରେ ରହିବା ଲାଗି ବାର୍ତ୍ତା ଦିଆଯାଇଛି। ଏହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଲାଭଦାୟକ ହେବ ବୋଲି ଅଭିଜିତ୍ ଆଶା ରଖିଛନ୍ତି।

ସେପଟେ ତ୍ରୈଲୋକ୍ୟ ପରିବାର ପକ୍ଷରୁ କୁହାଯାଇଛି ଯେ ଗତକାଲି ଏହି ଗୀତ ରେକର୍ଡିଂ କରାଯାଇଛି। ସେମାନେ ବହୁତ ଖୁସି ଅଛନ୍ତି ଓ ଲୋକେ ନିଶ୍ଚିତ ଗ୍ରହଣ କରିବେ ବୋଲି ତ୍ରୈଲୋକ୍ୟର ବାପା ତ୍ରିଲୋଚନ ରାୟ କହିଛନ୍ତି।

ଏହି ଗୀତର ମୁଖଡ଼ା ରହିଛି, ‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’…

Leave A Reply

Your email address will not be published.