ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

0
  • ତ୍ରୈଲୋକ୍ୟକୁ ନେଇ ପୁଣି ହଇଚଇ ଗୀତ ସହ ବଜାରକୁ ଆସୁଛନ୍ତି ଅଭିଜିତ୍ ମଜୁମଦାର୍
  • କେ ସି ସାହୁଙ୍କ ନିର୍ଦେଶନାରେ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଛି ଗୀତ

ଭୁବନେଶ୍ବର: ‘ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି’। ଏହି ଗୀତ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଏହା ପଛର ମୁଖ୍ୟ ଆକର୍ଷଣ ଥିଲେ ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟ। ତାଙ୍କର ଗୋଟିଏ ମନ୍ତବ୍ୟକୁ ନେଇ ଓଡ଼ିଶା ସଙ୍ଗୀତ ଜଗତର ବାଦ୍‌ଶାହ ବୋଲି କୁହାଯାଉଥିବା ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଅଭିଜିତ୍ ମଜୁମ୍‌ଦାରଙ୍କ କଣ୍ଠ ଘରେ ଘରେ ପହଞ୍ଚିଥିଲା।

କିଛି ଦିନ ବ୍ୟବଧାନ ପରେ କେ ସି ସାହୁଙ୍କ ନିର୍ଦେଶନାରେ ଅଭିଜିତ୍ ଓ ତ୍ରୈଲୋକ୍ୟଙ୍କୁ ନେଇ ପୁଣି ଏକ ଧମାକା ଗୀତ ପ୍ରସ୍ତୁତ କରାଯାଇଛି। ଏହି ଗୀତରେ ତ୍ରୈଲୋକ୍ୟ ଓ ଅଭିଜିତ ପୁଣି ଚହଳ ପକାଇବେ ବୋଲି ଏବେଠାରୁ ପୂର୍ବାନୁମାନ କରାଗଲାଣି। ଶ୍ରୀ ସାହୁ କହିଛନ୍ତି ଯେ ଏହି ଗୀତ ପ୍ରମୋଦ ପରିଡା ରଚନା କରିଛନ୍ତି। ଏମ୍‌ ଆର ଷ୍ଟୁଡିଓରେ ଏହାର ରେକର୍ଡିଂ କରାଯାଇଛି ଏବଂସାଇକ୍ରିଷ୍ଣା ୟୁଟୁବ୍ ଚ୍ୟାନେଲ୍‌ରେ ଏହା ଉପଲବ୍ଧ ହେବ। ଉଭୟ ଅଭିଜିତ୍ ମଜୁମଦାର୍ ଏବଂ ତ୍ରୈଲୋକ୍ୟ ଏହାକୁ ଗାଇଛନ୍ତି। ଏହି ଗୀତ କରୋନା ସଚେତନତାକୁ ଆଉ ଗୋଟିଏ ସ୍ତର ପର୍ଯ୍ୟନ୍ତ ଟାଣିନେବ। ଆସନ୍ତାକାଲି ଏହାର ଲୋକାର୍ପଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ମଜୁମ୍‌ଦାର ଆଜି ‘ଆର୍‌ଏନ୍‌ଏ’କୁ କହିଛନ୍ତି ଯେ ଏଥିରେ କରୋନା ମହାମାରୀକୁ ନେଇ ସଚେତନତା କରଯାଇଛି। ସାନିଟାଇଜର ବ୍ୟବହାର, ମାସ୍କ ପିନ୍ଧିବା ଘରେ ରହିବା ଏମିତି ସବୁ ସଂପର୍କରେ ତ୍ରୈଲୋକ୍ୟ ମାଧ୍ୟମରେ ପୂରା ସମାଜକୁ ସେ କୋଭିଡ୍‌ ଠାରୁ ନିରାପଦ ଦୂରରେ ରହିବା ଲାଗି ବାର୍ତ୍ତା ଦିଆଯାଇଛି। ଏହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଲାଭଦାୟକ ହେବ ବୋଲି ଅଭିଜିତ୍ ଆଶା ରଖିଛନ୍ତି।

ସେପଟେ ତ୍ରୈଲୋକ୍ୟ ପରିବାର ପକ୍ଷରୁ କୁହାଯାଇଛି ଯେ ଗତକାଲି ଏହି ଗୀତ ରେକର୍ଡିଂ କରାଯାଇଛି। ସେମାନେ ବହୁତ ଖୁସି ଅଛନ୍ତି ଓ ଲୋକେ ନିଶ୍ଚିତ ଗ୍ରହଣ କରିବେ ବୋଲି ତ୍ରୈଲୋକ୍ୟର ବାପା ତ୍ରିଲୋଚନ ରାୟ କହିଛନ୍ତି।

ଏହି ଗୀତର ମୁଖଡ଼ା ରହିଛି, ‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’…

Leave A Reply

Your email address will not be published.