ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ ଆସୁଛି ବଡ ସୂଚନା

0
  • ତାଲିକାରେ ନାହିଁ ସଂଜୟ ଦାସବର୍ମା ଓ ଅରୁଣ ଓ ବିକ୍ରମଙ୍କ ନାମ
  • କଳିକେଶ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାମ ବି ସ୍ଥାନ ପାଇନାହିଁ
  • ପର୍ଯ୍ୟବେକ୍ଷକମାନଙ୍କୁ ଏଥର ଅଧିକ କ୍ଷମତା ଦେବ ବିଜୁ ଜନତା ଦଳ
  • ପଞ୍ଚାୟତ ଓ ପୌରନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଏହି ନେତା

ଭୁବନେଶ୍ବର: ମନ୍ତ୍ରିମଣ୍ଡଳରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବା ସହିତ ବିଜେଡି ପର୍ଯ୍ୟବେକ୍ଷକସ୍ତରରେ ପରିବର୍ତ୍ତନ ହେବ ବୋଲି ଗତ ସପ୍ତାହରେ ‘ଆର୍‌ଏନ୍‌ଏ’ ପୂର୍ବାନୁମାନ କରିଥିଲା। ସେବେ କୁହାଯାଇଥିଲା ଯେ ଆଗ ପର୍ଯ୍ୟବେକ୍ଷକସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯିବ। ଠିକ୍ ସେମିତି ହିଁ ହୋଇଛି।

ଆଜି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ମୋହର ପରେ ବିଜେଡି ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତରେ ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଜାରି ହୋଇଛି। ସମାନ୍ତରାଳ ଭାବେ ଏକ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଜାରି କରାଯାଇଛି। ଏଥିରେ ମନ୍ତ୍ରୀ ତଥା ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ବର ମହାନ୍ତିଙ୍କୁ ସାମିଲ କରାଯାଇଛି। ଏମାନଙ୍କୁ ଏକାଧିକ ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜ ହାତରେ ଗୁରୁତ୍ବପୂର୍ଣ୍ଣ ମୟୂରଭଂଜ ଜିଲ୍ଲା ରଖିଛନ୍ତି। ହେଲେ ବିଜେଡି ସଂଗଠନ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା ଓ ରାଜ୍ୟ ସରକାରରେ ଟାଣୁଆ ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ଏହି ତାଲିକାରୁ ବାଦ୍ ପଡ଼ିଛି। ପୂର୍ବରୁ ପିପିଲି ଉପନିର୍ବାଚନ ତାରକା ପ୍ରଚାର ତାଲିକାରେ ବି ଅରୁଣଙ୍କ ନାମ ନଥିଲା ଓ ପରବର୍ତ୍ତୀ ସମୟରେ ସଂଜୟଙ୍କୁ ସାଙ୍ଗରେ ନେଇଥିଲା ଦଳ।

ଏଥିରେ ଯେଉଁ ଉଲ୍ଲେଖନୀୟ ଦିଗ ସଂପର୍କରେ ସୂଚନା ମିଳୁଛି, ତାହା ହେଲା, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଦଳ ଦୁଇ ଦୁଇଟି ଜିଲ୍ଲା ଦେଇଛି। ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ପ୍ରତାପ ଦେବ, ପଦ୍ମନାଭ ବେହେରା, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରୀତିରଂଜନ ଘଡାଇ, ସମୀର ରଂଜନ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ କୁମାର ଅମାତ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦିବ୍ୟଶଙ୍କର ମିଶ୍ର, ତୁଷାରକାନ୍ତି ବେହେରା, ମାହାଙ୍ଗା ମାମଲାରେ ବିବାଦୀୟ ଥିବା ସତ୍ତ୍ବେ ପ୍ରତାପ ଜେନାଙ୍କ ଉପରେ ହାଇକମାଣ୍ଡ ବିଶ୍ବାସ ପ୍ରକଟ କରିଛନ୍ତି।

ନିର୍ବାଚନରେ ପରାଜୟ ବରଣ କରିଥିବା ଦେବାଶିଷ ସାମନ୍ତରାୟ, ନଳିନୀକାନ୍ତ ପ୍ରଧାନ ଏହି ତାଲିକାରେ ଅଛନ୍ତି। ହେଲେ ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହଦେଓ ପ୍ରମୁଖ ଅନେକ ଯୁବ ନେତାଙ୍କୁ ଏହି ଟିମ୍‌ରେ ଦେଖିବାକୁ ମିଳିନାହିଁ। ବରଂ ମହେଶ୍ବର ମହାନ୍ତିଙ୍କୁ ବିଜେଡି ବିଶ୍ବାସକୁ ନେଇଛି। ଏଥିସହିତ ସମୁଦାୟ ତାଲିକାରେ ଉପକୂଳିଆ ନେତାଙ୍କର ବେଶୀ ପ୍ରଭାବ ରହିଥିବା ଦେଖାଯାଉଛି। ଅନ୍ୟପକ୍ଷରେ ସୁବାସ ସିଂହ, ବିଜୟ ନାୟକ, ସୌଭାଗ୍ୟ ନାୟକଙ୍କ ନାମ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ସୁବାସ, ପ୍ରସନ୍ନଙ୍କୁ ବାଦ୍ ଦେଲେ ଦଳର ଅନ୍ୟ ସାଂସଦଙ୍କୁ ବି ସଂଗଠନ କାମରେ ଲଗାଇବାକୁ ଚାହିଁନାହାନ୍ତି ମୁଖିଆ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନେତାମାନଙ୍କୁ ଏବେ ଅଧିକ କ୍ଷମତା ଦିଆଯିବ। ଦଳର ସଂଗଠନକୁ ଆଉ ଗୋଟିଏ ସ୍ତରରେ ପହଞ୍ଚାଇବାକୁ ଏମାନେ କାର୍ଯ୍ୟ କରିବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ପରିପ୍ରେକ୍ଷୀରେ ଏବେଠାରୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳୁଛି।

Leave A Reply

Your email address will not be published.