ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବିଜେପି

0

ଭୁବନେଶ୍ୱର: ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ଆଜି ପ୍ରସ୍ତୁତି ଆରମ୍ଭ କରିଛି। ଏ କ୍ଷେତ୍ରରେ ଯେଉଁ ବଡ଼ ନିଷ୍ପତ୍ତି ଦଳ ନେଇଛି, ତାହା ହେଲା କମିଟି ଗଠନ ଆଳରେ ଦଳ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଗୁରୁତ୍ବ ଦେଇଛି। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୌର ଏବଂ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ପଞ୍ଚାୟତ ରଣନୀତି ପ୍ରସ୍ତୁତି ଦାୟିତ୍ୱ ଦେଇଛି ଦଳ। ଉଭୟ ରାଜ୍ୟ କମିଟିରେ ଯଥାକ୍ରମେ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଶଙ୍କର ପରିଡା ସଂଯୋଜକ ଅଛନ୍ତି। ସେହିପରି ସୀମା ବିବାଦକୁ ନେଇ ପଞ୍ଚାୟତ ଗୋଟି ଚାଳନା ପାଇଁ ସାଂସଦ ବସନ୍ତ ପଣ୍ଡାଙ୍କୁ ନେଇ ଗୋଡକାଢ଼ିଛି ବିଜେପି। ଏହି ରାଜ୍ୟ କମିଟିରେ ସଂଜୀବ ମହାନ୍ତିଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଛି।

ଗୋଟିଏ ପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଥିବା ବେଳେ ଅନ୍ୟ ପଟରେ ବିଜେପିର କମିଟି ଗଠନ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ସରଗରମ କରି ରଖିବ।

Leave A Reply

Your email address will not be published.