ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଚାଷ ଉପରେ ପ୍ରଭାବ ପକାଇଲାଣି ପାଣିପାଗ

0

ଭୁବନେଶ୍ବର: ରାଜ୍ୟରେ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଏହି ଅବସ୍ଥା ଆଗକୁ ଜାରି ରହିବ। ଫଳରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା କମ୍। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ଆକଳନ କହୁଛି, ଜୁନ୍ ୨୯ ଓ ୩୦ ତାରିଖରେ ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ୨୮ ଓ ୨୯ ତାରିଖରେ କଳାହାଣ୍ଡି ଏବଂ ନୂଆପଡା ଏବଂ ୨୯ ଓ ୩୦ରେ ସୁନ୍ଦରଗଡ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟାନ୍ୟ ଅଞ୍ଚଳରେ ଅଳ୍ପ କେତେକ ସ୍ଥାନରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ, କେବେ କେବେ ହାଲକାରୁ ସ୍ବଳ୍ପ ବର୍ଷା ହେବ। ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଫଳରେ ବର୍ତ୍ତମାନ ଆଠଟି ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲାରେ ସ୍ଥିତି ବଦଳିବା ସମ୍ଭାବନା କମ୍। ବିଶେଷକରି ଗଞ୍ଜାମ, ଗଜପତି, ନୟାଗଡ, ରାୟଗଡା ଓ କନ୍ଧମାଳରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ବର୍ଷା ଅଭାବରୁ ଢିପ ଜମିରେ ଚିନାବାଦମ, ହର଼ଡ, କପା ଆଦି ଫସଲ ଏହି ଜିଲ୍ଲାମାନଙ୍କରେ ଲଗାଇବା କଷ୍ଟକର ହୋଇଛି। ଏଣୁ ଭଲ ବର୍ଷାକୁ ଅପେକ୍ଷା କରିବାକୁ ଡ, ପଶୁପାଳକ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଯଦି ପାଣିର ସୁବିଧା ଅଛି, ତେବେ ଯାଇ ଧାନର ତଳି ପକାଯାଇପାରେ। ଅନ୍ୟଥା ଭଲ ବର୍ଷାକୁ ଅପେକ୍ଷା କରିବାକୁ ହେବ। କିନ୍ତୁ ଦୀର୍ଘ ଅବଧି କିସମ ବଦଳରେ ମଧ୍ୟମ ଅବଧି କିସମ ଜୁଲାଇରେ ତଳି ପକାଇବାକୁ ଉପଯୁକ୍ତ।

Leave A Reply

Your email address will not be published.