ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ବରରେ ଏବେ ଋଷିଆ ଟିକା

0

ଭୁବନେଶ୍ବର: ଶେଷରେ ଭୁବନେଶ୍ବରରେ ପହଞ୍ଚିଲା ଋଷିଆ ଟିକା। ତେବେ ଏହା ସରକାରୀ ସଂସ୍ଥା ନୁହେଁ, ବରଂ ଘରୋଇ ଡାକ୍ତରଖାନାରେ ମିଳିବ। ଅଧିକାଂଶ ଯୁବ ବର୍ଗ ଏହି ଟିକା ଉପରେ ନଜର ରଖିଥିଲେ। ପୂର୍ବରୁ କୋଭାକ୍ସିନ୍ ଓ କୋଭିସିଲ୍‌ଡ ଟିକା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା। ଏବେ ଋଷର ସ୍ପୁଟ୍‌ନିକ୍ ଭି ଭୁବନେଶ୍ବରରେ ପହଞ୍ଚିଛି। ଏଥିସହିତ ଓଡ଼ିଶା ବଜାରରେ ତିନିଟି ଟିକା ଉପଲବ୍ଧ ହୋଇଛି। ଭୁବନେଶ୍ବର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ପ୍ରତି ଡୋଜ୍ ପିଛା ଏହି ଟିକା ମିଳିବ।

ଏହି ଟିକା ୯୧ ପ୍ରତିଶତ କ୍ଷେତ୍ରରେ ସଫଳ ବୋଲି ପୂର୍ବରୁ ଟିକା କଂପାନି ଦାବି କରିଥିଲେ। ବିଶ୍ବ ବଜାରରେ ଏହାର ସ୍ବତନ୍ତ୍ର ଚାହିଦା ରହିଥିଲା। ବହୁତ ବିଳମ୍ବରେ ଏହା ଭାରତ ଆସିଥିଲା। ଓଡ଼ିଶା ପୂର୍ବରୁ ହାଇଦ୍ରାବାଦରେ ଏହି ଟିକା ଉପଲବ୍ଧ ଥିଲା।

Leave A Reply

Your email address will not be published.