ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭୁବନେଶ୍ବରରେ ଏବେ ଋଷିଆ ଟିକା

0

ଭୁବନେଶ୍ବର: ଶେଷରେ ଭୁବନେଶ୍ବରରେ ପହଞ୍ଚିଲା ଋଷିଆ ଟିକା। ତେବେ ଏହା ସରକାରୀ ସଂସ୍ଥା ନୁହେଁ, ବରଂ ଘରୋଇ ଡାକ୍ତରଖାନାରେ ମିଳିବ। ଅଧିକାଂଶ ଯୁବ ବର୍ଗ ଏହି ଟିକା ଉପରେ ନଜର ରଖିଥିଲେ। ପୂର୍ବରୁ କୋଭାକ୍ସିନ୍ ଓ କୋଭିସିଲ୍‌ଡ ଟିକା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା। ଏବେ ଋଷର ସ୍ପୁଟ୍‌ନିକ୍ ଭି ଭୁବନେଶ୍ବରରେ ପହଞ୍ଚିଛି। ଏଥିସହିତ ଓଡ଼ିଶା ବଜାରରେ ତିନିଟି ଟିକା ଉପଲବ୍ଧ ହୋଇଛି। ଭୁବନେଶ୍ବର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ପ୍ରତି ଡୋଜ୍ ପିଛା ଏହି ଟିକା ମିଳିବ।

ଏହି ଟିକା ୯୧ ପ୍ରତିଶତ କ୍ଷେତ୍ରରେ ସଫଳ ବୋଲି ପୂର୍ବରୁ ଟିକା କଂପାନି ଦାବି କରିଥିଲେ। ବିଶ୍ବ ବଜାରରେ ଏହାର ସ୍ବତନ୍ତ୍ର ଚାହିଦା ରହିଥିଲା। ବହୁତ ବିଳମ୍ବରେ ଏହା ଭାରତ ଆସିଥିଲା। ଓଡ଼ିଶା ପୂର୍ବରୁ ହାଇଦ୍ରାବାଦରେ ଏହି ଟିକା ଉପଲବ୍ଧ ଥିଲା।

Leave A Reply

Your email address will not be published.