ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଘରେ ରହି ଟିଭିରେ ଦେଖନ୍ତୁ ରଥଯାତ୍ରା

0

ରଥଯାତ୍ରା ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

ରଥଯାତ୍ରା ପୂର୍ବରୁ ପୁଲିସ ଡିଜି ଅଭୟ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୂର୍ବ ବର୍ଷ ପରି ଚଳିତ ବର୍ଷ ପୁରୀବାସୀଙ୍କ ସହଯୋଗ ଲୋଡିଛନ୍ତି ଡିଜି ଅଭୟ । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କରିଛନ୍ତି । ଘରୁ ନ ବାହାରି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ପୁଲିସ ଡିଜି ।
ଗତ ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ସୁରକ୍ଷା ବ୍ୟବସ୍ଥା ନେଇ ଯେଉଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ଡିଜିପି କହିଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ସହ ଡିଜିପି ଅଭୟ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଡିଜିପିଙ୍କ ଗସ୍ତ ସମୟରେ ଏଡିଜି ଆର.କେ ଶର୍ମା, ଏଡିଜି ଲଳିତ ଦାସ, ଡିଆଇଜି ଅନୁପ ସାହୁ,ଡିଆଇଜି ନରସିଂହ ଭୋଳ, ପୁରୀ ଏସପି ଉପସ୍ଥିତ ଥିଲେ ।
ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ପାଇଁ ବିନା ଭକ୍ତର ରଥଯାତ୍ରା ହେଉଥିବା ବେଳେ କେବେଳ ସେବାୟତ ମାନେ ମହାପ୍ରଭୁଙ୍କ ରଥ ଟାଣିବେ । ରଥଯାତ୍ରା ସମୟରେ ବଡଦାଣ୍ଡର ଲୋକମାନେ ମଧ୍ୟ ଛାତ ଉପରୁ ରଥ ଦେଖିପାରିବେ ନାହିଁ । ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ରହିବ ।

Leave A Reply

Your email address will not be published.