ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଅକଳରେ ପକାଇବ ମୋଦୀଙ୍କ ନୂଆ କୌଶଳ

0
  • ଜାତି କାର୍ଡ ଖେଳିବାକୁ ବଡ ପ୍ରସ୍ତୁତି କରିଛନ୍ତି
  • ତ୍ରିପୁରାରୁ ଓଡ଼ିଶା ସବୁଠାରୁ ଜାତି କାର୍ଡର ଝଲକ
  • ଉତ୍ତରପ୍ରଦେଶ ଭୋଟ ଉପରେ ମୋଦୀଙ୍କ ଆଖି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳରେ କରିଥିବା ଅଦଳବଦଳକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୋଷ୍ଟମର୍ଟମ ଆରମ୍ଭ କରିଛନ୍ତି।  ନିଜର ସହଯୋଗୀ ଭାବେ ମୋଦୀ ଯେଉଁ ୩୬ ଜଣଙ୍କୁ ନେଇଛନ୍ତି, ସେ ମଧ୍ୟରେ ୨୭ ଜଣ ପଛୁଆ ବର୍ଗକୁ ପ୍ରତିନିଧିତ୍ବ କରୁଛନ୍ତି। ୧୨ ଜଣ ଦଳିତ ଏବଂ ୮ ଜଣ ଅନୁସୂଚିତ ଜନଜାତି ବର୍ଗର। ଅନ୍ୟ ୩୦ ଜଣ ଉଚ୍ଚ ବର୍ଗକୁ ପ୍ରତିନିଧିତ୍ବ କରୁଛନ୍ତି।

ଅତି ନିରେଖି ଦେଖିଲେ ଗୋଟିଏ କଥା ସଙ୍କେତ ମିଳୁଛି ଯେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଜାତି ରାଜନୀତି କାର୍ଡ ଖେଳିଛନ୍ତି। ୨୦୧୪ ମସିହାରେ ମୋଦୀ ସରକାରରେ ୧୩ ଜଣ ପଛୁଆ ବର୍ଗ ମନ୍ତ୍ରୀ ଥିଲେ। ସେବେ ତିନିଜଣ ଦଳିତ, ୬ଜଣ ଆଦିବାସୀ ନେତାଙ୍କୁ ନିଆଯାଇଥିଲା। ୨୦୧୯ରେ ଏହି ଚିତ୍ରରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା।

ସୋସିଆଲ ଇଞ୍ଜିନିୟରିଂ ଆଳରେ କେବଳ ଭୋଟ ବ୍ୟାଙ୍କକୁ ନିଜ ସାଥୀରେ ନେବା ପାଇଁ ସେମାନଙ୍କୁ ଏମିତି ସେମିତି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି ତାହା ନୁହେଁ, ବରଂ ମୋଦୀ ତାଙ୍କୁ ଉପଯୁକ୍ତ ଗୁରୁତ୍ବ ବି ଦେଇଛନ୍ତି। ତାଲିକା କହୁଛି, ଓବିସିର ପାଞ୍ଚଜଣ, ଦୁଇଜଣ ଦଳିତ ଏବଂ ତିନିଜଣ ଆଦିବାସୀ ନେତା କ୍ୟାବିନେଟ୍ ପାହ୍ୟା ପାଇଛନ୍ତି। ଜାତି କାର୍ଡ ଏବେ ଉତ୍ତର ପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ବ ରଖୁଛି।

ଆଉ ଗୋଟିଏ ଦିଗକୁ ଏଥିରେ ଲକ୍ଷ୍ୟ କରିବା କଥା। ଉତ୍ତରପ୍ରଦେଶରେ ଦଳିତ ସାଂସଦ କୌଶଳ କିଶୋର କୋଭିଡର ଦ୍ବିତୀୟ ତରଙ୍ଗ ବେଳେ ରାଜ୍ୟରେ ଶଯ୍ୟା ଓ ଅମ୍ଳଜାନ ଅଭାବ କଥା କହି ଯୋଗୀ ସରକାରକୁ ନିନ୍ଦା କରିଥିଲେ, ସେ ମନ୍ତ୍ରୀ ପଦ ପାଇଛନ୍ତି। ବିଜେପି ତାଙ୍କୁ ଅଣଦେଖା କରିନି, ବରଂ ପିଠିରେ ହାତ ଥାପୁଡାଇ ସାଙ୍ଗରେ ନେବା ଦ୍ବାରା ଦଳିତ ବର୍ଗର ଭୋଟ ବ୍ୟାଙ୍କ ଆଜି ଖୁସି ବ୍ୟକ୍ତ କରିଛନ୍ତି। କେବଳ ଏହି ଜଣେ ନୁହେଁ, ମନ୍ତ୍ରୀ ଭାନୁପ୍ରତାପ ବର୍ମା ଓ ଏସ୍‌ ପି ସିଂ ବାଗେଲ ମଧ୍ୟ ଦଳିତ ନେତା। ବାଗେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ସୁରକ୍ଷା ଅଧିକାରୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ହେଁ ଏବେ ବିଜେପିରେ ଅଛନ୍ତି। ସେଠାରେ  ଓବିସି ଭୋଟକୁ ବି ପ୍ରଧାନମନ୍ତ୍ରୀ ଅଣଦେଖା କରିନାହାନ୍ତି।

ସମାନ କୌଶଳ ଗୁଜରାଟରେ ବି ପ୍ରୟୋଗ କରାଯାଇଛି।ସେଠାରେ ବି ପ୍ରତି ଜାତିକୁ ପ୍ରତିନିଧିତ୍ବ କରୁଥିବା ନେତାଙ୍କୁ ମନ୍ତ୍ରୀ ପଦ ମିଳିଛି। ୨୦୨୨ ଶେଷରେ ସେଠାରେ ନିର୍ବାଚନ ହେଉଥିବା ପରିପ୍ରେକ୍ଷୀରେ ମୋଦୀ ଓବିସି ନେତା ବିକ୍ରମ ଜରଦୋସ ଓ ଦଳିତ ସଂପ୍ରଦାୟର ଏମ୍ ମହେନ୍ଦ୍ରଭାଇଙ୍କୁ ସାଙ୍ଗରେ ନେଇଛନ୍ତି। କଂଗ୍ରେସ ସରକାର ବେଳେ ଗୁଜରାଟର ଦୁଇଜଣ ମନ୍ତ୍ରୀ ନିର୍ବାଚିତ ହୋଇଥିଲେ, ଯାହା ଏବେ ୬କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ବି ପ୍ରଧାନମନ୍ତ୍ରୀ ଜାତି କାର୍ଡ ଖେଳିଛନ୍ତି।

ମହାରାଷ୍ଟ୍ର ଗଣିତ ଦେଖିଲେ, ବୁଝାପଡିଯାଉଛି ଯେ ଏଠାରେ ବି ପ୍ରଧାନମନ୍ତ୍ରୀ ଆଦିବାସୀ ଓ ଓବିସିଙ୍କୁ ଗୁରୁତ୍ବ ଦେଇଛନ୍ତି। କର୍ଣ୍ଣାଟକ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଏହାର ଝଲକ ଦେଖିବାକୁ ମିଳିଛି। ଓଡ଼ିଶାରେ ପ୍ରଥମ ଥରିଆ ସାଂସଦ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ପଦ ଦେଇ ଆଦିବାସୀ କାର୍ଡ ଖେଳିଛନ୍ତି ପ୍ରଧାନମନ୍ତ୍ରୀ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିଛନ୍ତି ଯେ ତ୍ରିପୁରାଠାରୁ ଓଡ଼ିଶା ଯାଏ ଯେଉଁ ରାଜ୍ୟକୁ ଦେଖିଲେ ବି ଜଣାପଡିଯାଉଛି ଯେ ସୋସିଆଲ ଇଞ୍ଜିନିୟରିଂକୁ ବିଜେପି ଶୀର୍ଷ ନେତାମାନେ ଗୁରୁତ୍ବ ଦେଇଛନ୍ତି। ଏହି ବର୍ଗର ଭୋଟ ବ୍ୟାଙ୍କକୁ କିନ୍ତୁ ମତ ସ୍ଥାନାନ୍ତରତି ହୋଇପାରୁଛି ତାହା ଆଗାମୀ ଦିନରେ ସମୟ କହିବ।

ଏଠାରେ ଉଲ୍ଲେଖାଥାଉକି, ମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ପଙ୍କଜ ଚୌଧୁରୀ ଉତ୍ତରପ୍ରଦେଶ ରାଜନୀତିରେ ବିଶେଷ ଗୁରୁତ୍ବ ରଖନ୍ତି। କାରଣ ଉଭୟ କୁର୍ମୀ ସମ୍ପ୍ରଦାୟର, ଯାହାକି ୟୁପି ଜନସଂଖ୍ୟାର ୧୦ ପ୍ରତିଶତ ଅଟେ। ଯାଦବଙ୍କ ପରେ କୁର୍ମିମାନେ ମଧ୍ୟ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଓବିସି ଜନସଂଖ୍ୟା। ମିର୍ଜାପୁର, ପ୍ରୟାଗରାଜ, ମହାରାଜଗଞ୍ଜ ସମେତ ଡଜନେ ଜିଲ୍ଲାରେ କୁର୍ମୀ ନେତୃତ୍ବ ନିଅନ୍ତି।

ତେବେ ବିସ୍ମୟକର କଥା ହେଲା, ମନ୍ତ୍ରୀ ଅଜୟ କୁମାର ମିଶ୍ର ଉତ୍ତରପ୍ରଦେଶ ରାଜ୍ୟରୁ ଏକାକୀ ବ୍ରାହ୍ମଣ ଚେହେରା। ଯେବେ ଯୋଗୀ ସରକାର ବିରୋଧରେ ବିଭିନ୍ନ ଜାତି ପ୍ରସଙ୍ଗ ଉଠିଛି, ସେବେ ଏହି ଗୋଟି ବିସ୍ମିତ କରୁଛି।  ବ୍ରାହ୍ମଣମାନେ ରାଜ୍ୟ ଜନସଂଖ୍ୟାର ୧୧ ପ୍ରତିଶତ।

Leave A Reply

Your email address will not be published.