ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର

0

ନ୍ୟୁଜ୍ ବ୍ୟୁରୋ: ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗ। ମାଲିକ ସଞ୍ଜୟ ଦାସଙ୍କ ଠାରୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ଦେଢ଼ କିଲୋରୁ ଉର୍ଦ୍ଧ୍ୱ ସୁନା ସହ ୩୦ କିଲୋ ରୂପା ଦୁର୍ବୃତ୍ତ ମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ବାଇକରେ ଆସି ବନ୍ଧୁକ ଦେଖାଇ ଗହଣା ଦୋକାନ ମାଲିକଙ୍କ ଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ।

ଜୁଏଲାରୀ ମାଲିକ ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟ୍ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି। ଜୁଏଲାରୀ ମାଲିକଙ୍କ ସହ ତାଙ୍କ ଶାଳକ ଓ ଜଣେ କର୍ମଚାରୀ ଏକ କାରରେ ତିନୋଟି ବ୍ୟାଗରେ ସତ୍ୟବାଦୀ ICICI ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରି ଅଳଙ୍କାର ଗୁଡିକୁ କଟକରେ ହାଲମାର୍କ କରିବାକୁ ଯାଉଥିଲେ। ଏହି ସମୟରେ ସମଜାଜପୁର ଓଭରବ୍ରିଜ୍ ନିକଟରେ ଦୁର୍ବୃତ୍ତ ମାନେ କାରକୁ ଅଟକାଇ ବନ୍ଧୁକ ଦେଖାଇ ଦୁଇଟି ବ୍ୟାଗ ଲୁଟ୍ କରିଥିବା ସୂଚନା ରହିଛି।

Leave A Reply

Your email address will not be published.