ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ

0

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ପୋଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଜଣାଇଛନ୍ତି। ପରିବାରକୁ ପୋଲିସ ସୁରକ୍ଷା ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହ ବର୍ତ୍ତମାନ ଆଉ ଭୟଭୀତ ନୁହଁନ୍ତି ବୋଲି ସେ ଲିଖିତ ଆକାରରେ ଜଣାଇଛନ୍ତି।

ତେଣୁ ସେମାନଙ୍କୁ ଦିଆଯାଇଥିବା ପୋଲିସ ସୁରକ୍ଷା ଫେରାଇନେବାକୁ ସେ ଅନୁରୋଧ କରିଛନ୍ତି। ସେ ଓ ପରିବାରର ସବୁ ସଦସ୍ୟ ଆଇଆଇସିଙ୍କ ସଂପର୍କରେ ରହିବେ। ସୂଚନା ଅନୁସାରେ ପୀତବାସଙ୍କ ହତ୍ୟା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପାଟ୍ରୋଲିଂ ଗାଡ଼ି ପୀତବାସଙ୍କ ଘର ବୈକୁଣ୍ଠନଗରକୁ ଯିବା ସହ ସେଠାରେ ଦୁଇଜଣ ପୋଲିସ କର୍ମଚାରୀ ଜଗି ରହୁଥିଲେ। କିନ୍ତୁ ପୀତବାସଙ୍କ ପରିବାର ଲୋକ ସେଠାରୁ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ଥାନାରେ ଅନୁରୋଧ କରିଛନ୍ତି।

କିନ୍ତୁ ପୋଲିସ ସୁରକ୍ଷା ହଟିବା ପରେ ପୀତବାସଙ୍କ ପୁଅ ସୌରଭଙ୍କୁ ଫୋନ୍ କରି କିଛି ଦୁର୍ବୃତ୍ତ ଧମକ ଦେଇଥିବା ଗତ ୮ତାରିଖରେ ପୀତବାସଙ୍କ ଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଥିଲେ। ପୋଲିସ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଚଳାଇଥିବା ବେଳେ କିଏ ଫୋନ୍ କରିଥିଲେ ସେ ସମ୍ପର୍କରେ କିଛି ତଥ୍ୟ ପାଇପାରୁନି ପୋଲିସ। ପୀତବାସଙ୍କ ପରିବାର ପ୍ରତି ବିପଦ ଥିବା ସନ୍ଦେହ କରି ପୋଲିସ ପୁଣି ଘର ଆଗରେ ସୁରକ୍ଷା ବ୍ୟବସ୍ଥା କରିଥିଲା। ଦୁଇଜଣ କନେଷ୍ଟବଳ ନିୟୋଜିତ ହୋଇଥିଲେ। ଧମକ କଲ୍ ଅଭିଯୋଗର ତଦନ୍ତ ଚାଲିଥିବାବେଳେ ହଠାତ୍ ପୁଣି ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ସେ ଥାନାରେ ଜଣାଇଛନ୍ତି।

ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ସଂପୃକ୍ତ ମାମଲାରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସହ ୧୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Leave A Reply

Your email address will not be published.