ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ

0

ନୂଆ ଦିଲ୍ଲୀ: ବିଲ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ବିଧାୟକଙ୍କ ଦ୍ୱାରା ପାରିତ ବିଲ୍‌କୁ ଅନୁମୋଦନ ଦେବା ପାଇଁ ରାଜ୍ୟପାଳଙ୍କ ଆଗରେ କୌଣସ ସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ। ସମାନ ନିୟମ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଅର୍ଥାତ ବିଲ୍‌କୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ଆଗରେ ମଧ୍ୟ କୌଣସି ସୟମ ସୀମା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ପଠାଯାଇଥିବା ୧୪ ସାମ୍ବିଧାନିକ ପ୍ରଶ୍ନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ସମୟ ସୀମା ନିର୍ଦ୍ଧାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମୟ ସୀମା ନିର୍ଦ୍ଧାରଣ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି କୁଠାରାଘାତ। ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଯେ କୌଣସି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳ ପାଇଁ ସମୟସୀମା ସ୍ଥିର କରାଯାଇପାରିବ ନାହିଁ।

ନିଜର ମତ ସ୍ପଷ୍ଟ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ବିଲ ଉପସ୍ଥାପନ କରାଯିବା ସମୟରେ ଜଣେ ରାଜ୍ୟପାଳଙ୍କ ପାଖରେ ୩ଟି ବିକଳ୍ପ ରହିଥାଏ। ବିଲକୁ ଅନୁମୋଦନ କରିବା, ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା କିମ୍ବା ବିଧାନସଭାକୁ ପୁଣି ଏହାକୁ ଫେରସ୍ତ କରିବା ଭଳି ୩ଟି ବିକଳ୍ପ ରାଜ୍ୟପାଳଙ୍କ ପାଖରେ ରହିଛି। ଏହି ୩ ବିକଳ୍ପରୁ ବିବେକ ଅନୁସାରେ ଯେକୌଣସି ଗୋଟିଏକୁ ରାଜ୍ୟପାଳ ବାଛିବାର କ୍ଷମତା ପାଇଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ହେଉଥିବା ବିତର୍କରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ସିଜେଆଇ ଜଷ୍ଟିସ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ନେଇପାରିବେ ନାହିଁ । ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କାର୍ଯ୍ୟ ନ୍ୟାୟଭିତ୍ତିକ ନୁହେଁ । ଯେତେବେଳେ ଏକ ବିଲ୍ ଆଇନରେ ପରିଣତ ହୁଏ ସେତେବେଳେ ନ୍ୟାୟିକ ସମୀକ୍ଷା କରାଯାଇପାରିବ । ଧାରା ୨୦୦ ଏବଂ ୨୦୧ ଅନୁଯାୟୀ, ରାଜ୍ୟପାଳ ଏକ ବିଲ୍କୁ ସମ୍ମତି ଦେଇପାରିବେ। ନହେଲେ ବିଲ୍କୁ ସ୍ଥଗିତ ରଖିପାରିବେ ଏବଂ ଦରକାର ପଡିଲେ ଫେରାଇ ପାରିବେ କିମ୍ବା ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରିବେ। ପ୍ରଧାନବିଚାରପତି ବି.ଆର. ଗଭାଇଙ୍କ ସହ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ. ନରସିଂହ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଧାରା ୧୪୨ ପ୍ରୟୋଗ କରି ସୁପ୍ରିମକୋର୍ଟ କୌଣସି ବିଲକୁ ଜୋରଜବରଦସ୍ତ ମଞ୍ଜୁରୀ ଦେଇପାରିବେ ନାହିଁ । ତେଣୁ ରାଜ୍ୟପାଳ ବିଲକୁ ଫେରାଇପାରିବେ ନହେଲେ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେଇପାରିବେ ।

Leave A Reply

Your email address will not be published.