ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପାଞ୍ଚ ନମ୍ବରରେ ଓଡ଼ିଶା

0
  • ୧୦ ପ୍ରତିଶତ ସଂକ୍ରମଣ ହାରରେ ଓଡ଼ିଶାର ଗୋଟିଏ ଜିଲ୍ଲା ରହିଥିବା ସୂଚନା
  • ଦୁନିଆକୁ ତୃତୀୟ ଲହର ଆସିଗଲାଣି, ବ୍ରିଟେନ, ଋଷିଆ ସବୁଠି ଚିହ୍ନଟ ହେଲେଣି
  • କେବେ ଆସିବ ନୁହେଁ କେମିତି ନ ଆସିବ ସେ ନେଇ ଆଲୋଚନା ହେଉ: ଡ. ପଲ୍

ଭୁବନେଶ୍ବର: ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସମସ୍ତଙ୍କ ମନରେ ତୃତୀୟ ଲହରକୁ ନେଇ ଭୟ ରହିଛି। ଏବେ ବି ବି ଅନେକ ରାଜ୍ୟରେ ସଂକ୍ରମଣ ଆଖିଦୃଶିଆ କମିନି। ତେବେ ଦେଶର ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ରହିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଜୁନ ଏବଂ ଜୁଲାଇରେ ଦେଶରେ ମୋଟ ସଂକ୍ରମଣରେ ଓଡିଶା ପାଞ୍ଚ ନମ୍ବର ସ୍ଥାନରେ ରହିଛି । ଜୁଲାଇରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩ ପ୍ରତିଶତ । ଦ୍ୱିତୀୟରେ ମହାରାଷ୍ଟ୍ର ୨୦.୮% ଥିବା ବେଳେ ତାମିଲନାଡୁ ତୃତୀୟରେ ରହିଛି । ତାମିଲନାଡୁ ସଂକ୍ରମଣ ରହିଛି ୮.୫ ପ୍ରତିଶତ । ଆନ୍ଧ୍ର ୭.୩%ରେ ଚତୃର୍ଥ, ୬.୫% ସଂକ୍ରମିତ ସହିତ ଓଡିଶା ପଞ୍ଚମ ସ୍ଥାନରେ ରହିଛି।

ସେହପରି ଦେଶରେ ୧୦ ପ୍ରତିଶତ ସଂକ୍ରମଣ ହାରରେ ଜିଲ୍ଲା ମଧ୍ୟରୁ ଓଡିଶାର ଗୋଟିଏ ଜିଲ୍ଲା ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲା ମଧ୍ୟରୁ ରାଜସ୍ଥାନରେ ସର୍ବାଧିକ ୯ ଜିଲ୍ଲାରେ ପଜିଟିଭ ହାର ୧୦%ରୁ ଅଧିକ ରହିଛି । କେରଳ, ମଣିପୁରରୁ ୮ ଲେଖାଁଏ,ମେଘାଳୟରେ ୭,ନାଗାଲାଣ୍ଡରୁ ୫ ଜିଲ୍ଲା, ମିଜୋରାମର ୪, ସିକିମର ୩ଟି ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି।

ସେହିପରି ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ କହିଛନ୍ତି , ଦୁନିଆରେ ତୃତୀୟ ଲହର ଆସିଗଲାଣି। ବ୍ରିଟେନ,ଋଷିଆ, ଇଣ୍ଡୋନେସିଆ,ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ତୃତୀୟ ଲହର କେବେ ଆସିବ ତାକୁ ନେଇ ଏବେ ବେଶ ଚର୍ଚ୍ଚା। କିନ୍ତୁ କିଭଳି ତୃତୀୟ ଲହର ଆସିନପାରିବ ତାକୁ ନେଇ ଚର୍ଚ୍ଚା ହେବା ଉଚିତ। ତୃତୀୟ ଲହର ମନକୁ ମନ ଆସିବନି, ଆମେ ସତର୍କ ହେଲେ, କୋଭିଡ ନିୟମ ମାନିଲେ, ତୃତୀୟ ଲହର ଆସିବନି। ତୃତୀୟ ଲହର ଆସିବା ଓ ନଆସିବା ଆମ ଉପରେ ନିର୍ଭର କରେ ବୋଲି ଭି.କେ ପଲ କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତି ନେଇ ଉତ୍ତର ପୂର୍ବାଚଂଳର ୮ ରାଜ୍ୟ ସହିତ କଥା ହୋଇଥିବା ବେଳେ ଆସନ୍ତା ୧୬ରେ ଓଡିଶା ସମେତ ୬ ରାଜ୍ୟ ସହ କଥା ହେବେ। ଟିକାକରଣ କିଭଳି ଚାଲିଛି? ତୃତୀୟ ଲହର ନେଇ କଣ ପ୍ରସ୍ତୁତି ହୋଇଛି?ଏବେ ସଂକ୍ରମଣ କାହିଁକି କମୁନି ସେ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିସି ମାଧ୍ୟମରେ ଆଲୋଚନା କରିବେ ।

Leave A Reply

Your email address will not be published.