ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବଦଳିବେ ଓଡ଼ିଶା ପିସିସି ସଭାପତି

0
  • ଦିଲ୍ଲୀରୁ ଆସିଲାଣି ସଙ୍କେତ, ରାଜ୍ୟ କଂଗ୍ରେସରେ କମ୍ପନ
  • ଦୌଡରେ ଶରତ, ତାରା, ମୋକିମ୍, ଭକ୍ତ ପ୍ରମୁଖ ସାମିଲ
  • ନିରଞ୍ଜନଙ୍କ ବି ଚାହୁଁନାହାନ୍ତି ସଭାପତି ପଦ ହାତରୁ ଯାଉ
  • ବିଶ୍ବାଳ ପରିବାର ସପକ୍ଷରେ ଗୋଟିଏ ବଡ ଗୋଷ୍ଠୀର ମତ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବେ ନା ଦଳ ତାଙ୍କୁ ପୁଣି କିଛି ଦିନ ପାଇଁ ରାଜ୍ୟ କଂଗ୍ରେସ ମଙ୍ଗ ଧରିବା ଲାଗି ସୁଯୋଗ ଦେବ? ଯଦି ନିରଞ୍ଜନ ବଦଳନ୍ତି, ତେବେ କାହାକୁ କରାଯିବ ପିସିସି ସଭାପତି?

ଓଡ଼ିଶାର କଂଗ୍ରେସ ମଙ୍ଗୁଆଳ ପରିବର୍ତ୍ତନ ନେଇ ନୂଆଦିଲ୍ଲୀରୁ ସଙ୍କେତ ଆସିବା ପରେ ରାଜ୍ୟ କଂଗ୍ରେସରେ ଏବେ କମ୍ପନ ସୃଷ୍ଟି ହେଲାଣି। ପିସିସି ସଭାପତି ପଦବି ପାଇଁ ପୁଣି ଥରେ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ମାଳ ମାଳ ନେତା ନିଜ ନିଜ ସପକ୍ଷରେ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଚଳାଇଛନ୍ତି।

କଂଗ୍ରେସ ଶିବିରରୁ ମିଳୁଥିବା ଖବର ଅନୁସାରେ, ବିଧାୟକ ମହମ୍ମଦ ମୋକିମ୍, କଂଗ୍ରେସ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ପ୍ରମୁଖ ପିସିସି ସଭାପତି ପଦ ଦୌଡରେ ଆଗରେ ଅଛନ୍ତି ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ପଦବିରୁ ମୋହ ତୁଟାଇ ନାହାନ୍ତି। ସେପଟେ ଗୋଟିଏ ଗୋଷ୍ଠୀ ବିଶ୍ବାଳ ପରିବାର ହାତକୁ ସଭାପତି ଦାୟିତ୍ବ ଦେବା ଲାଗି ମତ ରଖୁଛନ୍ତି। କେହି କେହି ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କ ନାମ କହୁଥିବା ବେଳେ ଆଉ କେହି ପୂର୍ବତନ ସାଂସଦ ରଂଜୀବ ବିଶ୍ବାଳଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ପଟ୍ଟନାୟକ ପରିବାର ବାଦ୍ ଦେବା ପରେ ବିଶ୍ବାଳ ପରିବାରର ଗ୍ରହଣୀୟତା ଅଧିକ ହୋଇଥିବା ପରିପ୍ରେକ୍ଷୀରେ ଏଭଳି ଏକ ଚର୍ଚ୍ଚା ଉଠିଛି। ଏସବୁକୁ ନେଇ କଂଗ୍ରେସରେ ଜବରଦସ୍ତ ଘଣ୍ଟାଚକଟା ଚାଲିଛି।

ସଂପ୍ରତି ଦଳର ପ୍ରଭାରୀ ଏ ସଂକ୍ରାନ୍ତରେ ବିଭିନ୍ନ ନେତାଙ୍କ ଠାରୁ ମତାମତ ନେବା ଆରମ୍ଭ କରିସାରିଲେଣି। ଅତ୍ୟନ୍ତ ଗୋପନୀୟ ଭାବେ ସେମାନେ ଆଲୋଚନା କରୁଥିବା ଖବର ଆସୁଛି।

କିନ୍ତୁ ବେଶୀ ଚର୍ଚ୍ଚା ହେଉଛି ଯେ ଯେଉଁ ନେତାମାନେ ଗୋଟିଏ ନିର୍ବାଚନ ଜିତି ପାରୁନାହାନ୍ତି, ସେମାନେ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନ ଲାଗି ଦଳର ମାର୍ଗଦର୍ଶନ ଦାୟିତ୍ବ ହାତକୁ ନେବା ଲାଗି ତୟାର। ଯେଉଁମାନେ ଗତ ଦିନରେ ଦଳ ସଭାପତି ପଦ ହାତେଇଥିବା କୌଣସି ନେତାଙ୍କୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବା ଲାଗି ଆସିନାହାନ୍ତି, ସେହିମାନେ ସଭାପତି ହେଲେ ତାଙ୍କୁ କିଏ ସହଯୋଗ କରିବ?

ଅନ୍ୟପକ୍ଷରେ ଦଳର ଅବସ୍ଥା ଏମିତି ଯେ ରାଜ୍ୟ ରାଜନୀତିରେ ପ୍ରଭାବ ଥିବା କୌଣସି ଜଣେ ବି ନେତା ଏହି ପଦବି ଲାଗି ଆଗ୍ରହୀ ନାହାନ୍ତି ବା ତାଙ୍କ ନାମ ସଂପର୍କରେ କେହି ଚର୍ଚ୍ଚା ଆଲୋଚନା କରୁନାହାନ୍ତି। ଏପରିସ୍ଥଳେ କଂଗ୍ରେସ ପାଇଁ ଏହି ପରିବର୍ତ୍ତନ କେତେ ଲାଭଦାୟକ ହେବ, ତାହା ଆରମ୍ଭରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ଦୌଡରେ ସବୁଠାରୁ ଆଗରେ ଅଛନ୍ତି କଂଗ୍ରେସ ନେତା ଶରତ ପଟ୍ଟନାୟକ। ହେଲେ ଶ୍ରୀ ପଟ୍ଟନାୟକ ଗତ ନିର୍ବାଚନରେ ଏଭଳି ଶୋଚନୀୟ ପରାଜୟ ବରଣ କରିଛନ୍ତି ଯେ ତାହା ଆଲୋଚନା ନ କରିବା ଭଲ। ଆକ୍ରମଣାତ୍ମକ ଆଭିମୁଖ୍ୟ ନେଉଥିବା କାରଣରୁ ତାରା କଂଗ୍ରେସରେ କମ୍ପନ ସୃଷ୍ଟି କରିପାରନ୍ତି, ହେଲେ ନବୀନ ପଟ୍ଟନାୟକଙ୍କୁ ଟକ୍କର କିଏ ଦେଇପାରିବେ?

ମହମ୍ମଦ ମୋକିମଙ୍କ ନିଜସ୍ବ ପ୍ରଭାବ କେବଳ କଟକ ସହର ଭିତରେ ହିଁ ସୀମିତ। ରାଜ୍ୟ ରାଜଧାନୀରେ ସେ ନିଜେ ଏକୁଟିଆ କିଛି ଗୋଟିଏ କରିସ୍ମା ଦେଖାଇପାରିବେ ନାହିଁ। ବିଶ୍ବାଳ ପରିବାର ଯେ ସାମ୍ନାକୁ ଆସିବେ, ତାହା ମଧ୍ୟ ଦେଖାଯାଉନାହିଁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, କଂଗ୍ରେସରେ ଏମିତି କେହି ଯୁବ ନେତା ଆଉ ନାହାନ୍ତି, ଯାହାର ରାଜ୍ୟ ରାଜନୀତିରେ ଭାବମୂର୍ତ୍ତି ଅତ୍ୟନ୍ତ ଉଜ୍ଜ୍ବଳ। ସବୁ ବରିଷ୍ଠ ନେତାମାନେ ଏଥିପାଇଁ ଦାୟୀ। ସେମାନେ ଯୁବକମାନଙ୍କୁ ଏବେ ଯାଏ ସୁଯୋଗ ଦେବା ସ୍ଥିତିରେ ନାହାନ୍ତି। ବରଂ ନିଜ ନିଜ ପରିବାରକୁ ସର୍ବାଦୌ ଗୁରୁତ୍ବ ଦେଉଥିବା କାରଣରୁ ଅନ୍ୟ ଯୁବ ନେତାମାନେ ମଧ୍ୟ ନିଷ୍ପ୍ରଭ ହୋଇଯାଉଛନ୍ତି। ଉପକୂଳ ଓଡିଶାରେ ଦଳର ସ୍ଥିତି ଅତି ଗମ୍ଭୀର ରୂପ ଧାରଣ କରିସାରିଲେଣି। ଏପରିସ୍ଥଳେ ହାଇକମାଣ୍ଡ କାହାକୁ ବି ଦାୟିତ୍ବ ଦିଅନ୍ତୁ, ତାଙ୍କୁ ସହଯୋଗ ଦେବା ଦରକାର ଓ ଭରସା ରଖିବା ଉଚିତ୍।

କେବଳ ସେତିକି ନୁହେଁ, ରାଜ୍ୟ କଂଗ୍ରେସରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କ ବିରୋଧରେ ଯେବେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ, ସେବେ ଯାଇ ଏଥିରେ ପରିବର୍ତ୍ତନ ଆସିପାରିବ। କଂଗ୍ରେସ କ୍ଷମତାକୁ ଫେରିବାକୁ ହେଲେ ଦକ୍ଷ ଯୁବ ନେତାଙ୍କୁ ସାମ୍ନାକୁ ଆଣିବା ଦରକାର। ତେଣିକି ସେ ବିଶ୍ବାଳ ପରିବାର ହୁଅନ୍ତୁ କି ପଟ୍ଟନାୟକ ଅଥବା ଆଉ କିଏ। ଭାରତବର୍ଷରେ ଯୁବକମାନେ କ୍ଷମତା ରାଜନୀତିକୁ ଆସିସାରିଥିବା ବେଳେ ଓଡ଼ିଶା କଂଗ୍ରେସ ନେତା ଏଯାଏ ଏକଥା ବୁଝିପାରିନାହାନ୍ତି। ଏଣୁ ପିିସିସି ସଭାପତି ପରିବର୍ତ୍ତନ ବେଳେ ଏକଥାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟଥା କଂଗ୍ରେସର ଗତି କୁଆଡେ, ଏକଥା ସମସ୍ତେ ଭଲଭାବେ ଜାଣନ୍ତି।

ଏଠାରେ ଉଲ୍ଲେଖଥାଉକି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇସାରିଥିଲେ ହେଁ ହାଇକମାଣ୍ଡ ତାଙ୍କୁ ଆଉ କିଛି ଦିନ ଦାୟିତ୍ବରେ ରଖିବାକୁ ସଙ୍କେତ ଦେଇଥିଲେ।

Leave A Reply

Your email address will not be published.