ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବଡ଼ଦାଣ୍ଡରେ ପୁଲିସର ଫ୍ଲାଗମାର୍ଚ୍ଚ

0

ନିୟମ ଉଂଲଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବାହୁଡା ଯାତ୍ରା ଆଗରୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ।ଅମାନିଆଙ୍କ ଉପରେ କଡ଼ା ନଜର ରଖିବାକୁ ୨୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ବଡ଼ଦାଣ୍ଡରେ ୨୦ ମିଟର ଦୂରତା ମଧ୍ୟରେ ଗୋଟିଏ ଲେଖାଁଏ ସ୍କ୍ୱାର୍ଡ ରହିବେ । ପ୍ରତ୍ୟେକ ସ୍କ୍ୱାର୍ଡରେ ଜଣେ ମାଜିଷ୍ଟ୍ରେଟ,ପୋଲିସ ଟିମ ଓ ଭିଡିଓଗ୍ରାଫର ରହିବେ ।
ଆସନ୍ତକାଲିଠୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ । ବାହୁଡା ଯାତ୍ରା ସମୟରେ ବଡ଼ଦାଣ୍ଡରେ କଡା ନଜର ରଖାଯିବ । ବଡ଼ଦାଣ୍ଡରେ ଥିବା ଘର ଓ ଲଜ ଗୁଡିକରେ ଯେପରି କୌଣସି ଲୋକ ଛାତ ଉପରେ ବାହୁଡା ଯାତ୍ରା ସମୟରେ ରହିବେନି ସେ ନେଇ ଫ୍ଲାଗମାର୍ଚ୍ଚ କରି ସଚେତନ କରାଯାଇଛି । ଯଦି କେହି ନିୟମ ଉଂଲଘନ କରିଥିବା ଜଣାପଡେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏପରିକି ଡ୍ରୋନ କ୍ୟାମେରା ମଧ୍ୟ ବଡ଼ଦାଣ୍ଡ ଉପରେ ନଜର ରହିବ । ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ ଟା ଯାଏ କଫ୍ୟୁ ଲଗାଯିବ । ସହରର ମୁଖ୍ୟ ୩ ପ୍ରବେଶକୁ ସିଲ କରାଯିବ । ବଡ଼ଦାଣ୍ଡରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।

Leave A Reply

Your email address will not be published.