ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସୌମ୍ୟ ମର୍ଡରରେ ଟ୍ଵିଷ୍ଟ

0
  • ସୌମ୍ୟରଂଜନଙ୍କ ମୃତ୍ୟୁର ବାହାରିବ ସତ୍ୟ
  • ଖୋଜା ଚାଲିଛି ଗୋଟି ଗୋଟି କରି ଖିଅ
  • ବାଲଶ୍ୱର, ମୟୁରଭଂଜରେ ୬ ଜଣିଆ ଟିମ
  • ସୌମ୍ୟଙ୍କ ମାଆ ଓ ପତ୍ନୀଙ୍କ ପଚରାଉଚରା କରିବ ପୁଲିସ
  • ସାଇଟିଂଫିକ ଟିମ ହାତରେ ଡାଏରୀ ଓ ଲାପଟପ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି, ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସୌମ୍ୟରଂଜନ କେମିତି ମଲେ? କ୍ୱାର୍ଟସରେ ଜଳିକି ନାଁ ଏହା ପଛରେ ଆଉ କିଛି ଷଡଯନ୍ତ୍ର ରହିଛି? ଡିଏଫଓ, ପତ୍ନୀ ଓ ରୋଷେୟାଙ୍କ କଣ ରହିଛି ଭୂମିକା ? ପୁଲିସ ଓ ସାଇଟିଂଫିକ ଟିମ ସବୁ ଦିଗକୁ ନେଇ ତନାଘନା ଆରମ୍ଭ କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୁରଭଂଜ ଯାଇଛନ୍ତି ୬ ଜଣିଆ ଟିମ । ବାଲେଶ୍ୱରରେ ସୌମ୍ୟଙ୍କ ପରିବାର ଥିବା ବେଳେ ମୟୁରଭଂଜରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରହୁଛନ୍ତି । ବିବାହ ପରେ ସୌମ୍ୟଙ୍କ ଦାମ୍ପତ୍ୟ ଜୀବନ କେମିତି ଥିଲା । ସେ ମାନସିକ ଚାପରେ ରହୁଥିଲେ କି ? ଏସବୁ ନେଇ ପଚରାଉଚରା କରିବ ପୁଲିସ ।

ସେପଟେ ସୌମ୍ୟରଂଜନ ଜଳିଯାଇ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ କ୍ୱାର୍ଟର୍ସରୁ ଜଳିବାର କୌଣସି ପ୍ରମାଣ ମିଳୁନାହିଁ । ପାରିପାର୍ଶ୍ୱିକ ସ୍ଥିତିରୁ ସେଭଳି କୌଣସି ଜଳିବାର ପ୍ରମାଣ ମିଳିନଥିବା ସୌମ୍ୟଙ୍କ ପରିବାରର ଓକିଲ କହିଛନ୍ତି। ଶନିବାର ବିଳମ୍ବିତ ରାତିରେ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସମେତ ତଦନ୍ତକାରୀ ଦଳ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଇ ଖୋଳତାଡ କରିଛନ୍ତି । ଘଟଣାଦିନ ସୌମ୍ୟ ଜଳିଯିବା ପରେ କେମିତି ପଡିଥିଲେ, ତାଙ୍କୁ ଦେଖିବା ପୂର୍ବରୁ କିଏ କେଉଁଠି ଥିଲେ ? ଗୁରୁତର ସୌମ୍ୟଙ୍କୁ କିଏ ହସ୍ପିଟାଲ ନେଲେ । ପ୍ରତ୍ୟକ୍ଷଦର୍ଶୀଙ୍କୁ ସାଙ୍ଗରେ ନେଇ ଡେମୋ କରାଇଛନ୍ତି ଗଜପତି ଏସପି ।

ସେପଟେ ସୌମ୍ୟଙ୍କର ଏକ ହାତ ଲେଖା ଡାଏରୀ ଓ ଲାପଟପ ସାଇଟିଂଫିକ ଟିମ ହାତରେ ଲେଖିଛି । ଯେଉଁ ଡାଏରୀରୁ ଅନେକ ସତ ପଦାକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ସୌମ୍ୟଙ୍କ ପରିବାର ଲୋକ ୩ ଜଣଙ୍କ ନାଁରେ ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ଓ ସୌମ୍ୟଙ୍କ ପତ୍ନୀଙ୍କ ନାଁରେ ମାମଲା ଦେଇଥିବା ବେଳେ ଏଯାଏ ତଦନ୍ତରେ କିଛି ଠୋସ ପ୍ରମାଣ ମିଳିନାହିଁ । ଖୁବ ଶୀଘ୍ର ଡିଏଫଓଙ୍କୁ ଡାକି ପଚରାଉଚରା କରିପାରେ ପୁଲିସ ।ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ସାମନା ସାମନି ମଧ୍ୟ ଜେରା କରିପାରେ ପୁଲିସ । ଏସିଏଫଙ୍କ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଥିବା ବେଳେ ଖୁବ ଶୀଘ୍ର ରହସ୍ୟ ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.