ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କୋଭିଡ କଟକଣାରେ ଦିଲ୍ଲୀ ହାଉଜ ଖାସରେ ବାହୁଡ଼ା ଯାତ୍ରା

0


ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜ ଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ପର୍ବ ଅତ୍ୟନ୍ତ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଛି। ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯାଇ ସମାରୋହକୁ ସାଂକେତିକ ସ୍ତରରେ ରଖାଯାଇଥିଲା।ଶ୍ରୀ ଗୁଣ୍ଡିଚା ଗୃହରେ ଆଜି ଅପରାହ୍ନରେ ଯଥାରୀତି ଠାକୁରଙ୍କର ପୂଜାର୍ଚ୍ଚନା ଓ ରୀତିନୀତି ବିଧିମୁତାବକ ସମ୍ପନ୍ନ କରାଯାଇଥିଲା। ସାଡ଼େ ଚାରିଟା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରଥ ଉପରକୁ ପହଣ୍ଡି ବିଜେ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ସୀମିତ ସେବାୟତ ଓ ସଂଗଠକଙ୍କ ଦ୍ୱାରା ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ପ୍ରାୟ ୫୦୦ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ପରିଲିଖିତ ହୋଇଥିଲା। ଭକ୍ତମାନଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ତଥା ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଘର ନାଦ ଦ୍ୱାରା ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ବେଶ୍ ମନୋରମ ଓ ମର୍ମସ୍ପର୍ଶୀ ଥିଲା।

ଶ୍ରୀନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହା ପରେ ରଥଟିକୁ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ୫୦୦ମିଟର ପର୍ଯ୍ୟନ୍ତ ଟଣାଯାଇ ପୁଣି ମନ୍ଦିର ଅଗଣା ନିକଟକୁ ଫେରାଇ ଅଣାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତି ଏହା ପରେ ରଥ ଉପରେ ବିରାଜମାନ ରହି ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ । ରାତି ସାଢ଼େ ୯ଟା ବେଳେ ସମସ୍ତ ଜୀଉଙ୍କୁ ନାଟ ମଣ୍ଡପକୁ ନିଆଯାଇଥିଲା। ଚାରି ଠାକୁର ଜୁଲାଇ ୨୩ ତାରିଖରେ ନୀଳାଦ୍ରି ବିଜେ କରିବା ପର୍ଯ୍ୟନ୍ତ ସେହିଠାରେ ଅବସ୍ଥାନ କରିବେ ବୋଲି ମନ୍ଦିର ସୁତ୍ରରୁ ପ୍ରକାଶ।

ଏହି ଅବସରରେ ପଣ୍ଡିତ ଭାଗିରଥୀ ଝା ମହାପ୍ରଭୁ ଶ୍ରୀ ଜଗନାଥଙ୍କର ଅଲୌକିକ କଥାମୃତକୁ ଆଧାର କରି ପ୍ରଦାନ କରିଥିବା ପ୍ରବଚନ ସଭିଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ରଥ ଉତ୍ସବର ବିଶେଷ ଆକର୍ଷଣ, ସନ୍ଧ୍ୟାରେ ସଂଗୀତ ବିଶ୍ଵମୋହନ ଏବଂ ସୁର ମଲହାର ଆଦି ସଂସ୍ଥା ତରଫରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ପ୍ରତିଷ୍ଠିତ ସଙ୍ଗୀତଜ୍ଞ ସନ୍ତୋଷ ରାଉତ, ଦିଲ୍ଲୀପ ମଲ୍ଲିକ, ସୁଶାନ୍ତ ପରିଡା, ଦିବ୍ୟଲୋଚନ ବେହେରା, ବିଶ୍ୱଜିତା ପାଣିଗ୍ରାହୀ, ଅଭିପସା ରଥ, ସାଗର ଜେନା, ସୁଶାନ୍ତ ପ୍ରଧାନ, ରୁଦ୍ର ମହାନ୍ତି, ଦେବୀ ପ୍ରସାଦ ପାଣିଗ୍ରାହୀ ଏବଂ ଶୀତଳ ସିଂ ପ୍ରମୁଖ ମନଲୋଭା ଭଜନ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଯନ୍ତ୍ର ସଂଗୀତରେ ସୁବୋଧ ପାଢ଼ୀ, ସୁରେଶ ଭଟ, ଦେବଦତ୍ତ ପୃଷ୍ଟି ଓ ବିଜୟ ବିଶ୍ୱକର୍ମା ପ୍ରମୁଖ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଫେସବୁକ ଜରିଆରେ ସିଧା ପ୍ରସାରଣ କରାଯାଇଥିଲା।

ବାହୁଡ଼ା ଯାତ୍ରାର ଅୟୋଜନକୁ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, କୋଷାଧ୍ୟକ୍ଷ ପଙ୍କଜ ମହାନ୍ତି, ସଦସ୍ୟ ଜିତେନ୍ଦ୍ର ମହାପାତ୍ର, କ୍ଷୀରୋଦ ପାତ୍ର, ଅଜୟ ପ୍ରଧାନ, ଅଶୋକ ପ୍ରଧାନ, ଅମୁଲ୍ୟ ଓଝା,ଅଭିରାମ ସୁତାର, ରଙ୍କନିଧି ସାହୁ ଓ ମନ୍ଦିର ଅଫିସର ପରିଚାଳକ ରଶ୍ମୀ ରଂଜନ ବେହେରା ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ | ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଦୀପକ ରଥ, ଗୋବର୍ଧନ ଧଳ, ସୁଶାନ୍ତ ଦାସ ଓ କେଦାର ତ୍ରିପାଠୀ ପ୍ରମୁଖ ଅନ୍ୟତମ ଥିଲେ |

Leave A Reply

Your email address will not be published.