ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନିରଞ୍ଜନଙ୍କ ଟିମ୍‌ରୁ ନରସିଂହ ଆଉଟ୍!

0
  • ସଭାପତି ଚୟନ ବେଳେ ବଡ଼ ଭୂୂମିକା ନେଇଥିଲେ
  • ଏବେ ପୋଷ୍ଟରରେ ରହୁନି ନରସିଂହ ମିଶ୍ରଙ୍କ ଫଟୋ
  • ଭୁବନେଶ୍ବରରେ ଥିଲେ ବି କାର୍ଯ୍ୟକ୍ରମରେ ରହୁନାହାନ୍ତି
  • ପେଗାସସ୍ ପ୍ରସଙ୍ଗରେ କଂଗ୍ରେସ ନେତା ଚୁପ୍ କାହିଁକି?
  • ଆଉ ସ୍ବର ନାହିଁ ନା ଭିତ୍ତିରି ସଂପର୍କ !ବୁଝାପଡୁନାହିଁ

ଭୁବନେଶ୍ବର: ଦୁଇଭାଗ ହୋଇଯାଇଥିଲା କଂଗ୍ରେସ ଦଳ। ବିଧାୟକମାନେ ଜିଦ୍ ଧରିଥିଲେ ଯେ କଂଗ୍ରେସ ସଂଗଠନର ମଙ୍ଗ ନିରଞ୍ଜନ ପଟ୍ଟନାୟକ ଧରିବେ।ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କର ଏଥିରେ ଗୋଟିଏ ବଡ଼ ଭୂମିକା ଥିଲା। ବାରମ୍ବାର ବିଧାୟକମାନେ ଏକାଠି ହୋଇଥିଲେ, ନୂଆଦିଲ୍ଲୀ ଯାଇ ଲବି କରିଥିଲେ।

ହେଲେ ସମୟ ସହିତ ପ୍ରଦେଶ କଂଗ୍ରେସ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ନିରଞ୍ଜନଙ୍କ କଂଗ୍ରେସରେ କାହିଁକି କେଜାଣି ନରସିଂହ ମିଶ୍ର ଆଉ ଦିଶୁନାହାନ୍ତି। କଂଗ୍ରେସର ଏହି ବରିଷ୍ଠ ନେତା ଶ୍ରୀ ମିଶ୍ର ଆପେ ଆଡେଇ ଯାଇଛନ୍ତି ନା ତାଙ୍କୁ ଟିମ୍‌ରୁ ସଭାପତି ଦୂରେଇ ଦେଇଛନ୍ତି? କାଇଁ କଂଗ୍ରେସ ବ୍ୟାନର, ପୋଷ୍ଟର କେଉଁଥିରେ ତ ନରସିଂହଙ୍କ ଫଟୋ ଦେଖିବାକୁ ମିଳୁନାହିଁ? ପୂର୍ବରୁ ଯେମିତି ନିରଞ୍ଜନ ଓ ନରସିଂହ ଏକାଧିକବାର ସାମ୍ବାଦିକ ସମ୍ମିଳନୀ କରୁଥିଲେ, ଏବେ ତ ସେମିତି କାହିଁକି ଦେଖାଯାଉନି? ସେମାନଙ୍କ ସଂପର୍କ ପୂର୍ବଭଳି ନିବିଡ ଅଛି ନା ଇତିମଧ୍ୟରେ ପରସ୍ପରଠାରୁ ଦୂରେଇ ଗଲେଣି?

ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟ କଂଗ୍ରେସ କର୍ମୀ ମହଲରେ ଓ ଦଳ ବାହାରେ ଚର୍ଚ୍ଚାର ବିଷୟ ହୋଇଛି। ଏକଥା ବି ଚର୍ଚ୍ଚା ହେଉଛି ଯଦି ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ମଧ୍ୟରେ ମତାନ୍ତର ବା ମନାନ୍ତର ରହେ ତେବେ କଂଗ୍ରେସ ସଂଗଠନ କୁଆଡେ ଯିବ? ଶେଷଥର ପାଇଁ ଉଭୟ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଥିଲେ, ଯେବେ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରୁ କରୁ ନରସିଂହ ଅସୁସ୍ଥ ହୋଇପଡିଥିଲେ? ଶ୍ରୀ ମିଶ୍ର ଇତିମଧ୍ୟରେ ସୁସ୍ଥ ହେଇ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେଣି। ହେଲେ ଭୁବନେଶ୍ବର କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟତା କାହିଁକି କେଉଁଠି ଦେଖାଯାଉନାହିଁ।

ଓଡ଼ିଶା କଂଗ୍ରେସରେ ମୁହଁର ଢେର୍ ଅଭାବ ରହିଛି। ଯେଉଁ ନେତାଙ୍କ ନାମ ଉଠାଇଲେ, ବାହାର ଲୋକ କହିବା ଆଗରୁ ସେହି ଦଳର ନେତାମାନେ ଆଗ ନାକ ଟେକୁଛନ୍ତି। କଂଗ୍ରେସର ଏହି ଚରିତ୍ର ଆଜି ଦଳକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି। ନିଜ ଦଳ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରୁ କରୁ ଅଧିକାଂଶ ନେତା ନିଜର ସ୍ଥିତି ହରାଇ ବସିଛନ୍ତି। ଆଉ ଏବେ ଚେଷ୍ଟା କଲେ ବି ସରକାରକୁ ଆସିବା ତ ଦୂରର କଥା, ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହୋଇପାରିବେ କି ନାହିଁ, ତାହା ଯେ କୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ପକାଇବ।

ଗୋଟିଏ ଉଦାହରଣ ନେଲେ, କଂଗ୍ରେସର ପ୍ରସ୍ତୁତି ଓ ନେତାଙ୍କ ଆଚରଣ ଏବଂ ଉଚ୍ଚାରଣ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ପେଗାସସ୍ ପ୍ରସଙ୍ଗ ନେଇ ଏବେ ନୂଆଦିଲ୍ଲୀ ପଡୁଛି ଉଠୁଛି। ନିଜେ ରାହୁଲ ଗାନ୍ଧୀ ଏହାର ଶିକାର ହୋଇଛନ୍ତି ଓ ଏହାକୁ ନେଇ କଂଗ୍ରେସ ଶୀର୍ଷସ୍ତରରୁ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଚଣ୍ଡ ଆକ୍ରମଣ କରାଯାଉଛି। ସଂସଦରେ ଅଚଳାବସ୍ଥା ଦେଖାଦେଇଛି। ଓଡ଼ିଶା କଂଗ୍ରେସ ନେତାମାନେ କିନ୍ତୁ ନାହିରେ ତେଲ ଦୋଇ ଯେମିତି ଶୋଇଛନ୍ତି। ବିରୋଧ କରିବା ତ ଦୂରର କଥା, ଏହି ପ୍ରସଙ୍ଗ ଓଡ଼ିଶାରେ ପହଞ୍ଚାଇବା ଲାଗି ନେତାଙ୍କର ଆଗ୍ରହ ନାହିଁ। ନିଜେ ପିସିସି ସଭାପତି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ କାର୍ଯ୍ୟାଳୟକୁ ଆସି ସାମ୍ବାଦିକ ସମ୍ମିଳନୀଟିଏ କରିନାହାନ୍ତି। ଘଟଣାର ୪୮ ଘଣ୍ଟା ପରେ ବି ଜଣେ କେହି ବି ପ୍ରତିକ୍ରିୟା ନ ଦେବା, କି ସଙ୍କେତ ଦେଉଛି?

ବିଜେପି ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ତିନି ନମ୍ବର ସ୍ଥାନକୁ ଠେଲି ଦେଇ ନିଜେ ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଗଲା। ବିଜେଡି ନ ହେଲେ ନାହିଁ, ବିଜେପି ବିରୋଧରେ ବି କାହାର ପାଟି ଖୋଲୁନାହିଁ। ଯଦି କଂଗ୍ରେସ ଶୀର୍ଷସ୍ତରରେ ଥିବା ଦୁଇ ନେତା ନିରଞ୍ଜନ ଓ ନରସିଂହ ପରସ୍ପର ବିପରୀତ ମୁଖୀ ହୋଇ ରହିବେ, ତେବେ କଂଗ୍ରେସ ସଂଗଠନ ଆଗକୁ ଯିବ ତ?

କେବଳ ସେତିକି ନୁହେଁ, ଦଳର ବିଧାୟକମାନଙ୍କ ଆଚରଣ ବି ଆହୁରି ବିସ୍ମୟକର। ମୁଖପାତ୍ରମାନେ ବି ଚୁପ୍। ବାସ୍ତବରେ କଂଗ୍ରେସ ନେତାମାନଙ୍କର ଇଏ କଣ ହୋଇଛି? ଏତେ ବଡ ପ୍ରସଙ୍ଗ ଉପରେ ଦଳୀୟ ନେତାମାନେ ନିରବ ରହି କଣ ଜଣାଇବାକୁ ଚାହୁଁଛନ୍ତି? ବିଜେପି-ବିଜେପି ପ୍ରତି କଂଗ୍ରେସର ଦରଦ ପଛରେ କାରଣ କଣ ହୋଇପାରେ?

Leave A Reply

Your email address will not be published.