ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଗାଜିଆବାଦରୁ ଆସିଲା ଭିନ୍ନ ଗୋଟିଏ ଖବର

0

ଗାଜିଆବାଦ: ପୁଲିସ ଅଙ୍କଲ୍ ପୁଲିସ ଅଙ୍କଲ୍।

୫ଜଣଙ୍କୁ କେହି ମାରି ପକାଇ ଦେଇଛି। ଗଳି ନମ୍ବର ୫, ସରକାରୀ ସ୍କୁଲ ପାଖରେ ଏହି ଘଟଣା ଘଟିଛି। ଶୀଘ୍ର ଆସି ପହଞ୍ଚନ୍ତୁ। ମୁଁ ଏଠି ଏକୁଟିଆ ଅଛି।

ମଙ୍ଗଳବାର ରାତିରେ ଗାଜିଆବାଦ ପୁଲିସକୁ ଏମିତି ଆସିଥିଲା ଗୋଟିଏ ଟେଲିଫୋନ୍ କଲ।

ଗୋଟିଏ ଛୋଟ ପିଲାର ସ୍ବର ଶୁଭୁଥିଲା। ଏଭଳି ଏଭଳି ବିକଳ ସ୍ବର ଶୁଣିବା ପରେ ପୁଲିସ ଦୌଡିଯାଇଥିଲା ଘଟଣାସ୍ଥଳକୁ। ଅଧ ଘଣ୍ଟା ଭିତରେ ପୂରା ଦଳବଳ ସହିତ ପୁଲିସ ପହଞ୍ଚିଥିଲା ଘଟଣାସ୍ଥଳରେ। ହେଲେ କେଉଁଠି କିଛି ବି ନ ଥିଲା। ନା କାହାକୁ ହତ୍ୟା ହୋଇଥିଲା ନା କେହି କେଉଁଠି ଥିଲେ।

ଆସିଥିବା ନମ୍ବରରେ ପୁଲିସ ବାରମ୍ବାର ଡାଏଲ କରିଥିଲା। ହେଲେ ତାହା ସ୍ବିଚ୍ ଅଫ୍ ବା ବନ୍ଦ ଥିଲା।

ଏବେ ପୁଲିସ ବାଉଳି ଖାଇଥିଲା। କେଉଁଠି କଣ ଘଟିଲା, ଛୋଟ ପିଲା ପ୍ରତି ବିପଦ ଆସିଲା କି? ଏମିତି ଭାବି ପୂରା ଅଞ୍ଚଳକୁ ଘାଣ୍ଟି ଦେଇଥିଲା।

ପାଖାପାଖି ଅଧ ଘଣ୍ଟାଏ ପରେ ଫୋନ୍ ଖୋଲିଥିଲା। ଆଉ ଯେବେ ପୁଲିସ ଫୋନ୍ କରିଥିଲା, ସେବେ ଜଣେ ବୟସ୍କ ବ୍ୟକ୍ତି ଧରିଥିଲେ। କହିଥିଲେ, ସେ ଗୋଟିଏ ଘରୋଇ କଂପାନିରେ ଚାକିରି କରନ୍ତି।

ପୁଲିସ ଠିକଣା ନେଇ ପହଞ୍ଚିଥିଲା ତାଙ୍କ ପାଖରେ। ଖୋଳତାଡ୍ କରି ପୁଲିସ ଜାଣିପାରିଲା ଯେ ସଂପୃକ୍ତ ବ୍ୟକ୍ତିଙ୍କ ଛୋଟ ଝିଅ ପୁଲିସକୁ ଫୋନ୍ କରିଥିଲା। ବୟସ ତାର ଆଠ ବର୍ଷ ଓ ତୃତୀୟ ଶ୍ରେଣୀରେ ପଢେ। ପୁଲିସ ଠିକ୍ ସମୟରେ ପହଞ୍ଚୁଛି କି ନାହିଁ, ତାହା ଜାଣିବା ପାଇଁ ନିଜ ବାପାଙ୍କ ଫୋନରେ ସେ ୧୧୨ ନମ୍ବର ଡାଏଲ୍ କରି ଏମିତି ମିଛ କଲ୍ କରିଥିଲା।

ପୁଲିସକୁ ବୋକା ବନାଇବା ପାଇଁ ଝିଅଟି ଯେବେ ଏମିତି କରିଛି ବୋଲି ଅଧିକାରୀମାନେ ଜାଣିଲେ, ସେମାନଙ୍କ ମୁଣ୍ଡ ଚକ୍କର କାଟିଦେଇଥିଲା। ଝିଅର ବାପା ଆହୁରି କହିଥିଲେ ଯେ ସେ ପୂର୍ବରୁ ଏମିତି ଆଉଥରେ କରିଥିଲା। ସମସ୍ତଙ୍କୁ ଫୋନ୍ କରି କହିଥିଲା ଯେ ତା ବାପାଙ୍କର ଦୁର୍ଘଟଣା ହୋଇଯାଇଛି। ସେବେ ବନ୍ଧୁ ବାନ୍ଧବ ପଡିଶା ସମସ୍ତେ ଯେବେ ଆସି ପହଞ୍ଚିଥିଲେ, ମିଛ ଧରାପଡିଥିଲା।

ଝିଅଟିକୁ ପଚରାଯିବାରେ ସେ କହିଥିଲା ଯେ କ୍ରାଇମ୍ ସୋ ରେ କୌଣସି ଅସୁବିଧା ହେଲେ ୧୧୨ ନମ୍ବରରେ ପୁଲିସକୁ ଡକାଯାଉଛି। ସେବେ ପୁଲିସ ଠିକ୍ ସମୟରେ ବେଳେ ବେଳେ ପହଞ୍ଚୁନି। ଏଣୁ ଏଠି ପୁଲିସ ଠିକ୍ ସମୟରେ ପହଞ୍ଚୁଛି କି ନାହିଁ, ତାହା ଜାଣିବା ଲାଗି ସେ ଏମିତି ଫୋନ୍ କରିଥିଲା।

ପୁଲିସ ତାଗିଦ୍ କରିଥିଲା। ଏଭଳି କାମ ନ କରିବା ଲାଗି ନାଲି ଆଖି ବି ଦେଖାଇଥିଲା।

Leave A Reply

Your email address will not be published.