ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପୌର ନିର୍ବାଚନ ପ୍ରସ୍ତୁତି ଲାଗି କମିଟି

0

କମିଟିର ଅଧ୍ୟକ୍ଷ କେ.ଭି ସିଂହଦେଓ ଏବଂ ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ବିଜେପି ଦଳୀୟ ସଂଗଠନକୁ ସଶକ୍ତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି କନକ ବର୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏଥିରେ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବେ। ଏହି କମିଟିରେ ମୋଟ ୧୭ ଜଣ ସଦସ୍ୟ ଅଛନ୍ତି।

ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ଦାୟୀତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା (ମୟୂରଭଂଜ), ରାଇରଙ୍ଗପୁର (ମୟୁରଭଂଜ); ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା; ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ, ସମ୍ବଲପୁର; ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ପୁରୀ; ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଏବଂ ବିନୋଦ ଦାସଙ୍କୁ କଟକ ସହର; ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ୱର ଓ ଭଦ୍ରକ; ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ କଟକ ସଦର; ପୂର୍ବତନ ନଗରପାଳ ନିହାର ରାୟଙ୍କୁ ପାନପୋଷ (ରାଉରକେଲା); ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କୁ ଅନୁଗୁଳ ଓ ଢେଙ୍କାନାଳ; ଭୁବନେଶ୍ୱର ମହାନଗର ନିଗମର ଉପ ନଗରପାଳ ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ; ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଏମସି କର୍ପୋରେଟର ଦିଲୀପ ମହାନ୍ତି ଓ ପୂର୍ବତନ ନଗରପାଳ ତିରୁପତି ନାୟକଙ୍କୁ ଗଜପତି, ଗଂଜାମ ଓ ଘୁମୁସର; ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କୁ କେନ୍ଦ୍ରାପଡା; ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର; ପୂର୍ବତନ ନଗରପାଳ ସୀମାଂଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡା ଓ ବରଗଡ; ପୂର୍ବତନ ନଗରପାଳ ଦିଲୀପ ମିଶ୍ରଙ୍କୁ କେଉଁଝର; ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।


Leave A Reply

Your email address will not be published.