ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

0

୩ ମାସ ପରେ ପୁଣି ହେବ ଭକ୍ତ-ଭଗବାନ ମିଳନ । କାଳିଆ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଂଚ ଦିନ ପୁରୀ ସହରବାସୀଙ୍କୁ ଜଗା ଦର୍ଶନ କରିବାକୁ ସୁଯୋଗ ମିଳିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ଥିବାରୁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ମନା କରାଯାଇଛି । ଏହା ପରେ ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଟିକା ସାର୍ଟିଫିକେଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଡବଲ ଡୋଜ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇଲା ପରେ ହିଁ ଭକ୍ତ ମନ୍ଦିରକୁ ପ୍ରବେଶ କରିପାରିବେ । ୯୬ ଘଂଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଦରକାର। ସକାଳ ୭ରୁ ରାତି ୮ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ସଟଡାଉନ ଓ ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ଯିବା ଉପରେ କଟକଣା ଲଗାଯାଇଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରୀଷନ କୁମାର ଏନେଇ ସୂଚନା ଦେଇଛନ୍ତି ।
ମହାମାରୀ କୋଭିଡ ପାଇଁ ୩ ମାସ ହେବ ଶ୍ରୀମନ୍ଦିର ବନ୍ଦ ରହିଥିଲା । ବିନା ଭକ୍ତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଜଗା ଦର୍ଶନ ପାଇଁ ବ୍ୟାକୁଳ ହୋଇପଡିଲେଣି ଭକ୍ତ । ଅଗଷ୍ଟ ପହିଲାରୁ କୋଭିଡ କଟକଣା କୋହଳ ପରେ ଶ୍ରୀମନ୍ଦିର କେବେ ଖୋଲିବ ସମେସ୍ତ ଚାହିଁ ରହିଥିଲେ ।

Leave A Reply

Your email address will not be published.