ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ରିମାଣ୍ଡରୁ କ’ଣ ପାଇଲା ଭିଜିଲାନ୍ସ?

0

ଭୁବନେଶ୍ବର: ପିଏସ ବିରଞ୍ଚି ସାହୁଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଜେଲ ପଠାଇଦିଆଯାଇଛି । ଝାରପଡା ଜେଲ ଯାଇଛନ୍ତି କୁବେର ପିଏସ ବିରଞ୍ଚି ସାହୁ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ତେବେ ରିମାଣ୍ଡ ବେଳେ ବହୁ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡିଛି ।

ଆୟ ବର୍ହିଭୂତି ସମ୍ପତି ଠୁଳ ଅଭିଯୋଗରେ ବିରଞ୍ଚି ସାହୁଙ୍କୁ ଗିରଫ ପରେ ଏବେ ସ୍କାନରରେ ଅନେକ ଲୋକ ଅଛନ୍ତି । କେଉଁମାନଙ୍କ ହାତ ଏହା ପଛରେ ଅଛି ତାହାର ତଦନ୍ତ ଚାଲିଛି । କେତେବେଳ କେଉଁ ମୂହୃର୍ତରେ କାହାକୁ ଡାକି ପଚରାଉଚରା କରାଯାଇପାରେ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ଆର ପ୍ରକାଶ।

ତଦନ୍ତ ବେଳେ ବିରଞ୍ଚିଙ୍କ ଘରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କର ଆଡମିଟ କାର୍ଡ ଜବତ କରିଥିଲା ଭିଜିଲାନ୍ସ । ସେଥିମଧ୍ୟରୁ ୧୦୭ ଜଣ କେଉଁଠି ଚାକିରି ପାଇନଥିବା ତଦନ୍ତରୁ ଜଣାପଡିଛି । ହେଲେ ବାକି ୭ ଜଣଙ୍କ ସଂପର୍କରେ ଅଧିକ ତଦନ୍ତ ଚାଲିଛି । ସେହି ୭ ଜଣ କେଉଁଠି ଚାକିରି ପାଇଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଥିବା ଭିଜିଲାନ୍ସ ଏସପି କହିଛନ୍ତି । ଭିଜିଲାନ୍ସ ଏସପି କହିଛନ୍ତି, ମୁଖ୍ୟତଃ ୩ଟି ତଥ୍ୟ ହାସଲା ପାଇଁ ବିରଞ୍ଚିଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ପୁଞ୍ଜି ନିବେଶ, ଅନୈତିକ ଉପାର୍ଜନ ଓ ଆୟବ୍ୟୟର ଆକଳନ ନେଇ ତଥ୍ୟ ହାସଲ ପାଇଁ ବିରଞ୍ଚିଙ୍କୁ ରିମାଣ୍ଡରେ ନିଆଯାଇଥିଲା । ବିରଞ୍ଚିଙ୍କ ଅନେକ ଗୁଡିଏ ଅଣ୍ଡର ଭ୍ୟାଲ୍ୟୁ ସମ୍ପତି ରହିଛି, ଯାହାର ମୂଲ୍ୟ ଆଗକୁ ବଢିପାରେ ।

ସେହିପରି ଇନସୁରାନ୍ସ ପଲିସି କରୁଥିଲେ ବିରଞ୍ଚି । ସ୍ତ୍ରୀଙ୍କ ଆଢୁଆଳରେ ମୋଟ ୯୦୦ ଇନସୁରାନ୍ସ କରାଇଥିଲେ ବିରଞ୍ଚି । କେବେ ଓ କାହିଁକି ସେମାନେ ପଲିସି କଲେ ସେ ନେଇ ଖୋଳତାଡ ଚାଲିଛି । ସେମାନେ ଚାକିରି କରିଛନ୍ତି କି ନାହିଁ ସେ ବାବଦରେ ତଦନ୍ତ ଚାଲିଛି । ମନି ଲଣ୍ଡରିଂ ଇଡି ତଦନ୍ତ କରୁଛି , ସେ ଦିଗରେ ବି ଭିଜିଲାନ୍ସ ନଜର ରଖିଥିବା କହିଛନ୍ତି ଭିଜିଲାନ୍ସ ଏସପି ଆର.ପ୍ରକାଶ ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ କରିବା ସହ ପୁଳା ପୁଳା ଟଙ୍କା ଓ ଦେଢ କେଜି ସୁନା ଅଳଙ୍କାର ଜବତ କରିଥିଲା । ଏହାସହ ବିରଞ୍ଚିଙ୍କ ଘରୁ ୧୨ ଲକ୍ଷ ଓ ତାଙ୍କ ସର୍ମ୍ପକୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ କରିଥିଲା । ଆଉ ଏହି ଘଟଣା ପରେ ପିଏସ ବିରଞ୍ଚିଙ୍କୁ ଗିରଫ ସହ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ତେବେ କେବଳ ବିରଞ୍ଚି ନୁହଁନ୍ତି ଓଏସଏସସି ଅଫିସରେ ନିଯୁକ୍ତି ନାଁରେ ବଡଧରଣର ଦୁର୍ନୀତି ହୋଇଥିବା ଅଭିଯୋଗହେଉଛି । ଆଉ ଏହି ଦୁର୍ନୀତିର ମୂଳ କେଉଁଠି ତାହାକୁ ଧରିବାକୁ ଭିଜିଲାନ୍ସ ଖୋଳତାଡ କରୁଛି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନରେ ବର୍ଷ ବର୍ଷ ଧରି ଚାଲିଛି କି ନିଯୁକ୍ତି ଦୁର୍ନୀତି ? ବିରଞ୍ଚିଙ୍କ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.