ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଯେବେ ଡ୍ରାଇଭର ଲୁଟେରା ସାଜେ…

0

ଭୁବନେଶ୍ବର: ଘରର ଡ୍ରାଇଭର ଯେ ମାଲିକଙ୍କ ଘରେ ବିଶ୍ବସ୍ତ ସାଜି କଳାକନା ବୁଲାଇ ଦେବ, ଏକଥା କେହି ଅନୁମାନ କରିପାରୁଛନ୍ତି କି? ଆଜ୍ଞା ହଁ। ଏମିତି ହିଁ ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିଛି। ତାହା ପୁଣି କୌଣସି ସାଧାରଣ ଘରୁ ନୁହେଁ କି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଖୋଦ୍ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରର ଏହି ଘଟଣା। ଆଉ ଭୁବନେଶ୍ବର କମିସନରେଟ୍ ପୁଲିସ ଏବେ ଏଭଳି ଏକ ଘଟଣା ଉପରୁ ପରଦା ହଟାଇଛି। କମିସନନରେଟ ପୁଲିସ ଲୁଟେରାକୁ ଗିରଫ କରିଛି।

ଖବର ଅନୁସାରେ, ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ସବୁ ସୁନା ଚେନ ଲୁଟ ହୋଇଥିଲା। ଏ ନେଇ ସେ ସହିଦନଗର ଥାନାରେ ଅଭିୟୋଗ କରିଥିଲେ। ପୁଲିସ ବ୍ୟାପକ ଅନୁସନ୍ଧାନ କରିବା ପରେ ତାର ସନ୍ଦେହକୁ ଆସିଥିଲା ଡ୍ରାଇଭର। ଆଉ ଟିକେ ଅଧିକ ତଦନ୍ତ ଓ ଖୋଳତାଡ ପରେ ଜଣାପଡିଲା ଯେ ସୁମନ ସିନା ବଡବାବୁଙ୍କ ଘରେ ଡ୍ରାଇଭର ଥିଲା, କିନ୍ତୁ ଲୁଟ୍ କରିବା ପ୍ରବୃତି ବି ତାର ଥିଲା। ସୁମନ ଠାରୁ ୨୨ଟି ସୁନା ଚେନ୍ ଜବତ ହୋଇଛି।

ଶ୍ରୀ ବେଉରିଆଙ୍କ ଘରେ ସୁନା ସବୁ ଠାକୁରଙ୍କ ଦେହରେ ଲାଗିଥିଲା। ଆଉ ସୁମନ ଯା ଆସ କରିବା ବେଳେ ଏହା ଦେଖିଥିଲା। ତାର ଲୋଲୁପ ଦୃଷ୍ଟି ଏହା ଉପରେ ପଡିଥିଲା। ପୁଲିସ ଏବେ ସୁମନକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.