ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଲାଲକିଲ୍ଲାରୁ ନୂଆ ନାରା ଦେଲେ ମୋଦୀ

0

ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ। ,ସମସ୍ତଙ୍କ ପ୍ରୟାସ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ସବୁଠି ସ୍ୱାଧୀନତା ଦିବସ ପାଳନର ଉତ୍ସାହ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡିଛି ତ୍ରିରଙ୍ଗା। ସବୁଠୁ ଶୁଭୁଛି ଜାତୀୟ ସଂଗୀତ ଗାନ । ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି।

କରୋନା ମୁକାବିଲାରେ ଆଗଧାଡିର ସୈନିକଙ୍କୁ ସମ୍ମାନ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ସମ୍ମାରୋହରେ ଉପସ୍ଥିତ ଅଲିମ୍ପିଆନଙ୍କ ଉଚ୍ଚ ପ୍ରଶଂସା କରିଥିଲେ। କହିଥିଲେ, ଟୋକିଓ ଅଲମ୍ପିକ୍ସ ସଫଳତା ଯୁବ ପିଢିଙ୍କୁ ପ୍ରେରିତ କରିବ। ଅଗଷ୍ଟ ୧୪କୁ ବିଭୀଷିକା ଦିବସ ଭାବେ ପାଳନ କରିବାକୁ ମୋଦୀ ଆହ୍ୱାନ ଦେଇଥିଲେ।

() ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ନାରା ଦେଇଛନ୍ତି। ସବକା ପ୍ରୟାସର ନୂଆ ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଥିଲେ, ନୂଆ ସଂକଳ୍ପକୁ ଆଧାର କରି ଆଗକୁ ବଢିବାକୁ ହେବ । ଦେଶରେ ପରିବର୍ତ୍ତନ ସହ ନିଜକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ। ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ। ,ସମସ୍ତଙ୍କ ପ୍ରୟାସ ବା ଉଦ୍ୟମ ଦେଶକୁ ଆଗକୁ ନେବ ବୋଲି କହିଛନ୍ତି।

() ମହାମାରୀ ସମୟରେ ଟିକା ପ୍ରସ୍ତୁତି ପାଇଁ ବେଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଭାରତରେ ଚାଲିଛି।
ଦେଶରେ ୫୪ କୋଟିରୁ ଅଧିକ ଟିକାକରଣ ହୋଇଛି । ଟିକା ପାଇଁ ଭାରତ ଆଜି ଅନ୍ୟ ଦେଶ ଉପରେ ନିର୍ଭର କରୁନି । କଷ୍ଟକର ସମୟରେ ୮୦ କୋଟି ଲୋକଙ୍କୁ ରାସନ ଦିଆଯାଇଛି।

() ସରକାରୀ ଯୋଜନାରେ ସମସ୍ତଙ୍କୁ ବିଜୁଳି ,ପାଣି ଓ ଘର ଯୋଗାଇବା ଲକ୍ଷ୍ୟ ରହିଛି । ଜଳ ମିସନ ଜରିଆରେ ସାଢେ ୪ କୋଟି ପରିବାରକୁ ପାଣି ମିଳିଛି ।୨ ବର୍ଷ ମଧ୍ୟରେ ଏହା ସରକାରଙ୍କ ବଡ଼ ଉପଲବ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ କରାଯିବ । ସ୍ୱାସ୍ଥ୍ୟକ୍ଷେତ୍ର ଉପରେ
ସରକାରଙ୍କ ଫୋକସ ରହିଛି । କାହାକୁ ଆୟୁଷ୍ମାନ ଯୋଜନାରୁ ବଞ୍ଚିତ କରାଯିବନି। ଗରିବଙ୍କୁ ଶସ୍ତାରେ ଔଷଧ ଦିଆଯାଉଛି । ବ୍ଲକ ସ୍ତରରେ ମେଡିକାଲ ସୁବିଧା
ପହ ।ଇବା ଲକ୍ଷ୍ୟ ରହିଛି । ବର୍ତମାନ ହଜାରେ ହସ୍ପିଟାଲ ଅକ୍ସିଜେନ ପ୍ଲାଣ୍ଟ କରାଯାଇଛି । ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ସୁବିଧା ମିଳିବ ବୋଲି
ମୋଦୀ କହିଛନ୍ତି।

() ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି । ବୈଜ୍ଞାନିକଙ୍କ ଟେକ୍ନୋଲୋଜି ଜରିଆରେ କୃଷି କାର୍ଯ୍ୟ ହେଉଛି । ଦେଶରେ ୮୦ % ଲୋକଙ୍କ ଜମି ୨ ହେକ୍ଟରରୁ କମ । ସେମାନଙ୍କ ବିକାଶ ପାଇଁ ପିଏମ କିଷାନ ଯୋଜନା ଲାଗୁ କରାଯାଇଛି । ପିଏମ କିଷାନରେ ୧୦ କୋଟି ଚାଷୀଙ୍କୁ ଦେଢ ଲକ୍ଷ କୋଟି ମିଳିଛି। ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ ହେଉଛି ।ଗାଁରେ ଜମି ଡ୍ରୋନ ଜରିଆରେ ସର୍ଭେ କରାଯାଇଚ ଚିହ୍ନଟ କରାଯାଉଛି । ଯେଉଁଠି ଚାଷ ହେଉନଥିଲା ତାହା ଆଜି ଶସ୍ୟଶ୍ୟାମଳା ହୋଇଛି। ଜମ୍ମୁ କାଶ୍ମୀରର ପୁର୍ନଗଠନ ପରେ ସେଠାରେ ବିକାଶ ହୋଇଛି । ଦେଶରେ ୧୧୦ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ ହୋଇଛି । ଆକାଂକ୍ଷୀ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କକୁ ଅଧିକ ପ୍ରାଥମିକତା ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

()ନୂଆ ଜାତୀୟ ଶିକ୍ଷାନୀତି ଆମକୁ ନୂଆ ରାସ୍ତା ଦେଖାଇବ । ମାତୃଭାଷା ଜରିଆରେ ବି ଶିଖରରେ ପହଞ୍ଚିବାର ବ୍ୟବସ୍ଥା କରାଯାଉଛି । ଭାଷାଗତ ପ୍ରଭେଦ ଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ । ଗରିବଙ୍କ ପାଇଁ ଶିକ୍ଷାରୁ କେହି ବଞ୍ଚିତ ନହେବା ଶିକ୍ଷା ନୀତିର ଲକ୍ଷ୍ୟ । ଝିଅଙ୍କ ପାଇଁ ସେନାବାହିନୀରେ ପ୍ରବେଶର ଅନୁମତି ମିଳିଛି। ପ୍ରତି ସୈନିକ ସ୍କୁଲରେ ପୁଅମାନଙ୍କ ପରି ଝିଅ ମାନେ ବି ପଢିବେ।

()ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଲକ୍ଷ୍ୟ ରହିଛି। ଏଥିପାଇଁ ଦେଶବାସୀ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ସମସ୍ତ ରେଲ ଲାଇନକୁ ବିଦ୍ୟୁତୀକରଣ କରିବା ଲକ୍ଷ୍ୟ । ଏହି ଅବସରରେ ମୋଦୀ ହାଇଡ୍ରୋଜେନ ମିସନ ଘୋଷଣା କରିଛନ୍ତି । ଭାରତକୁ ଗ୍ରୀିନ ହାଇଡ୍ରୋଜେନ ହବ କରିବା ଲକ୍ଷ୍ୟ ରହିଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ସାମର୍ଥ୍ଯ କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ। ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ ଜରିଆରେ ଜବାବ ଦିଆଯାଇଛି । ଭାରତ ବଦଳିଛି । କୌଣସି କ୍ଷେତ୍ରରେ ଭାରତ ପଛଘୁଞ୍ଚା ଦେବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲ କିଲ୍ଲା ଉପରୁ କହିଛନ୍ତି।

Leave A Reply

Your email address will not be published.