ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ବିଜୟଙ୍କୁ ଖବର ଦିଆଗଲା…

0

ଭୁବନେଶ୍ବର: କିଛି ଦିନ ତଳେ ବିଜେପି ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ଗୁପ୍ତ ବୈଠକ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା। ନିଜର ଚାରିଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ବୈଠକ ବିଜେପି ପରିବର୍ତ୍ତିତ ରାଜନୀତି ଆଲୋଚନା ପାଇଁ ବେଶ୍ ଖୋରାକ ଯୋଗାଇଛି। ବିଜୟଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଆଜି ଉଭୟ ନେତା ପାଖାପାଖି ଏକ ଘଣ୍ଟା ଧରି ନିଭୃତ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ଆଲୋଚନାରେ କେଉଁ ପ୍ରସଙ୍ଗ ସ୍ଥାନ ପାଇଲା, ତାହା ଏଯାଏ ଜଣାପଡିନାହିଁ।

ତେବେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜୟଙ୍କୁ ପଞ୍ଚାୟତ ଅଭିଯାନ ଆରମ୍ଭ କରିବା ଲାଗି ସଙ୍କେତ ମିଳିଛି। ରାଜ୍ୟ ସରକାରଙ୍କ ଦୋଷତ୍ରୁଟି ସଂପର୍କରେ ଏବେ ଶ୍ରୀ ମହାପାତ୍ର ଧୀରେ ଧୀରେ ଶାଣିତ ଆକ୍ରମଣ କରିପାରନ୍ତି। ତାଙ୍କୁ ଆଗରେ ରଖି ବିଜେପି ଗୋଟିଚାଳନା କରିବା ସମ୍ଭାବନା ବଢିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ଦୁଇବର୍ଷ ବିଜେପିର ନିରବତା ଦଳକୁ ଯଥେଷ୍ଟ କ୍ଷତି ପହଞ୍ଚାଇଲାଣି। ଯଦିଓ ଠିକ୍ ସମୟରେ ବିଜେପି ତାର ଓଡ଼ିଶା ଦଖଲ ଅଭିଯାନ ଆରମ୍ଭ କରିବ ବୋଲି କେନ୍ଦ୍ରମନ୍ତ୍ରୀମାନେ ଦଳୀୟ ନେତାଙ୍କୁ ଆଶ୍ବାସନା ଦେଇଛନ୍ତି, ତଥାପି ପୂର୍ବାପେକ୍ଷା ଟିକେ ଶାଣିତ ସ୍ବରରେ ବିଜେପି ସରକାରଙ୍କୁ ଘେରିପାରେ। ଏ କ୍ଷେତ୍ରରେ ଶ୍ରୀ ମହାପାତ୍ର ଏକ ପ୍ରମୁଖ ଭୂମିକା ନେଇପାରନ୍ତି ବୋଲି ଆଜିର ବୈଠକ ପରେ କୁହାଯାଉଛି।

ଏଠାରେ ସ୍ମରଣଥାଉକି, ବିଜୟ ମହାପାତ୍ର ଯେବେ କରୋନାରେ ଆକ୍ରାନ୍ତ ହୋଇଥିଲେ, ସେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସହିତ ଏକାଧିକ ବାର ଆଲୋଚନା କରିଥିଲେ। ଭୁବନେଶ୍ବରରେ ଭେଟଘାଟ ସଂପର୍କରେ ମଧ୍ୟ ସେବେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏ ସଂକ୍ରାନ୍ତରେ ଆରଏନଏରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ମହାପାତ୍ରଙ୍କ ମଧ୍ୟରେ ନିବିଡତା ବଢିଥିବା ପୂୂର୍ବାନୁମାନ କରାଯାଇଥିଲା। ଆଜି ତାହା ସ୍ପଷ୍ଟ ହୋଇଛି। ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କିନ୍ତୁ ଅଭିମାନୀ ଶ୍ରୀ ମହାପାତ୍ରଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଟାଣି ନେଇପାରିନାହାନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ତମ୍ବିତୋଫାନ କରୁଥିଲେ। ହେଲେ କୌଣସି କାରଣରୁ ମନଊଣା କରି ସେ ନିଜକୁ ଦଳୀୟ କାର୍ଯ୍ୟାଳୟରୁ ଦୂରେଇ ଦେଇଛନ୍ତି। ଏହାଫଳରେ ବିଜୟଙ୍କର କେତେ ଲାଭ ହୋଇଛି କି କ୍ଷତି ଘଟିଛି, ତାହା ଅଲଗା କଥା। କିନ୍ତୁ ବିଜେପିର କ୍ଷତି ସବୁଠାରୁ ଅଧିକ ହୋଇଛି। ବିଜୟ ନିଜ ଘରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସରକାରଙ୍କୁ ଘେରୁଛନ୍ତି। ଦଳୀୟ କାର୍ଯ୍ୟାଳୟରେ ତାହା ହୋଇଥିଲେ, ବିଜେପି ସେଥିରୁ ଲାଭ ନେଇଥାନ୍ତା।

ଏବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ବିଜୟଙ୍କ ମଧ୍ୟରେ ଆଲୋଚନା ପରେ ଏଥିରେ ସୁଧାର ଆସିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି। ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ଏବଂ ଆଜି ଦିନରେ ବିଜେପି ବ୍ୟାକ୍‌ଫୁଟରେ ଅଛି, ଏଣୁ ବିଜୟ ଯଦି ଥରେ ସରକାରଙ୍କ ବିରୋଧରେ ହୁଂକାର ଦେଇ ରାସ୍ତାକୁ ଓହ୍ଲାଇବେ, ତେବେ ରାଜ୍ୟ ରାଜନୀତିରେ କମ୍ପନ ସୃ୍ଷ୍ଟି ହେବ। ଅତୀତରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। କିନ୍ତୁ କୌଣସି ନା କାରଣରୁ ବିଜେପି ଓ ବିଜୟଙ୍କ ସମୀକରଣ ବେଶୀ ଦିନ ତିଷ୍ଠି ରହିପାରୁନାହାନ୍ତି। କୁଚକ୍ରୀ ଗୋଷ୍ଠୀ ସେଥିରେ କେଁ ପୂରାଇ ଦେଉଛନ୍ତି।

Leave A Reply

Your email address will not be published.