ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦେଶକୁ ଭୀମଭୋଇ, ଗୋପବନ୍ଧୁଙ୍କ ବିଷୟରେ କହିଲେ ଧର୍ମେନ୍ଦ୍ର

0
  • ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧି ପୁସ୍ତକ ଓ ୪ଟି ନୂଆ ଉପକ୍ରମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
  • ସବୁ ସ୍କୁଲରେ ଇଂଟରନେଟ୍‌, ଶୌଚାଳୟ, ପାନୀୟ ଜଳ ପହଁଚାଇବା ପାଇଁ କେନ୍ଦ୍ର ସଙ୍କଳ୍ପବଦ୍ଧ
  • ନୂଆ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀ ଆତ୍ମନିର୍ଭର ଭାରତ ପାଇଁ ନୂଆ ମାର୍ଗ ପ୍ରସ୍ତୁତ କରିବ


ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି୨୦୨୦(ଏନ୍‌ଇପି) କ୍ରିୟାନ୍ୱୟନର ପ୍ରତିବଦ୍ଧତାକୁ ଅଧିକ ଦୃଢୀଭୂତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିଜେନ୍ଦ୍ର କୁମାରଙ୍କ ସହ ନୂଆ ଜାତୀୟ ଶିକ୍ଷା ନୀତିର ୧ ବର୍ଷ ପୂର୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଲୋକାର୍ପଣ କରିଥିଲେ। ଏହି ଅବସରରେ ଜାତୀୟ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ନୂଆ ଉପକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା।

ନୂଆ ଜାତୀୟ ଶିକ୍ଷା ନୀତି ଅଧୀନରେ ନ୍ୟାସନାଲ କାଉନସିଲ ଅଫ୍ ରିସର୍ଚ୍ଚ ଏଣ୍ଡ୍‌ ଟ୍ରେନିଂ(ଏନସିଇଆରଟି) ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ୪ଟି ନୂଆ ଉପକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପକ୍ରମ ଗୁଡ଼ିକ ହେଲା ନିପୁଣ ଭାରତ ମିସନ ଅଧୀନରେ ‘ମୌଳିକ ସ୍ୱାକ୍ଷରତା ଏବଂ ସଂଖ୍ୟା-ଜ୍ଞାନ ପାଇଁ ଇ-ସମ୍ବଳ, ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ(ଏନଆଇଏସ)-‘ଭର୍ଚୁଆଲ ସ୍କୁଲ’, ଏନସିଇଆରଟିର ‘ବୈକଳ୍ପିକ ଏକାଡେମିକ କ୍ୟାଲେଣ୍ଡର ୨୦୨୧-୨୨’ ଏବଂ ‘ପ୍ରିୟା-ଦ ଆକ୍ସେସିବିଲଟି ଓା୍ୱରିୟର’ ନାମକ କମିକ୍ ବୁକ୍ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ଏବଂ ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ । ଶିକ୍ଷା କେବଳ ଡିଗ୍ରି ପାଇବା ପାଇଁ ଏକ ପ୍ରତିଯୋଗିତା ନୁହେଁ । ଶିକ୍ଷା ହେଉଛି ଜ୍ଞାନ ମାଧ୍ୟମରେ ଚରିତ୍ର ନିର୍ମାଣ ଏବଂ ଚରିତ୍ର ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ । ଏହି ଧାରଣା ଶତୀବ୍ଦୀ ଶତାବ୍ଦୀ ଧରି ଭାରତର ଶିକ୍ଷା ପରମ୍ପରାରେ ରହିଛି । ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ଅରବିନ୍ଦ ଘୋଷ, ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଭାରତର ଆତ୍ମାକୁ ଶିକ୍ଷାରେ ପ୍ରସ୍ଫୁଟିତ କରିଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତି ଏହି ମୂଲ୍ୟବୋଧକୁ କେନ୍ଦ୍ରରେ ରଖି ଭାରତକୁ ଏକ ଜ୍ଞାନ ଆଧାରିତ ସମାଜ ଭାବରେ ବିକଶିତ କରିବାର ଏକ ମଡ଼େଲ୍‌ ଅଟେ ।

ମନ୍ତ୍ରୀ କହିଥିଲେ, ଆଜିର ଭବ୍ୟ କାର୍ଯ୍ୟକ୍ରମରେ ନୂଆ ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧତାକୁ ନେଇ ଏକ ପୁସ୍ତକର ଉନ୍ମୋଚନ କରାଯାଇ ଏହାକୁ ନାଗରିକଙ୍କ ପାଇଁ ସାର୍ବଜନୀନ କରାଯାଇଛି । ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ପରାମର୍ଶ ଗୁଡିକ ମଧ୍ୟରୁ ୩୨ଟି ପ୍ରମୁଖ ପରାମର୍ଶ ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଏକ ବର୍ଷରେ ହାସଲ କରାଯାଇଥିବା ଅନେକ ଉପଲବ୍ଧି ଆମ ସମସ୍ତଙ୍କ ଆତ୍ମବିଶ୍ୱାସକୁ ଉଜ୍ଜିବୀତ କରିଛି। ନୂଆ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀ ଆତ୍ମନିର୍ଭର ଭାରତ ପାଇଁ ନୂଆ ମାର୍ଗ ପ୍ରସ୍ତୁତ କରିବ ନୂଆ ବିଶ୍ୱାସ ଏବଂ ଆବଶ୍ୟକତାକୁ ପୂରଣ କରିବା ଦିଗରେ ବଡ଼ ମାଧ୍ୟମ ହେବ।

ଭାରତବର୍ଷର ୩ ରୁ ୯ ବର୍ଷର ୭ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଲେଖାପଢ଼ା ଏବଂ ଅଙ୍କଗଣିତରେ ‘ଇ-ସମ୍ବଳ’ ହେଉ କିମ୍ବା ଶିକ୍ଷକ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରିବା ତଥା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆରମ୍ଭ ହୋଇଥିବା ‘ଭର୍ଚୁଆଲ ସ୍କୁଲ’ ମୋଦୀ ସରକାରଙ୍କ ନୂଆ ଶିକ୍ଷା ନୀତି ପ୍ରତି ଥିବା ପ୍ରତିବଦ୍ଧତାକୁ ଅଧିକ ପ୍ରତିଫଳିତ କରୁଛି ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ। କହିଥିଲେ, ଭର୍ଚୁଆଲ ସ୍କୁଲ ବିଦ୍ୟାଳୟ ଶିକ୍ଷାର ଏକ ନୂଆ ମଡେଲ ଏବଂ ଉଦାହରଣ ଅଟେ । ଟେକ୍ନୋଲୋଜି ଏବଂ ନବସୃଜନକୁ ଶିକ୍ଷା କ୍ଷେତ୍ରରେ ଅଧିକ ଅନ୍ତର୍ଭୃକ୍ତ ହୋଇପାରିବା ନେଇ ଏପରି ଏକ ଉପକ୍ରମ ଆରମ୍ଭ କରାଯାଇଛି । ଭର୍ଚୁଆଲ ଲାଇଭ୍ କ୍ଲାସରୁମ ଏବଂ ଭର୍ଚୁଆଲ ଲ୍ୟାବ ମାଧ୍ୟମରେ ଉନ୍ନତ ଡିଜିଟାଲ ଶିକ୍ଷାର ସୁବିଧା ପିଲାମାନେ ପାଇପାରିବେ।

ଏହାବ୍ୟତୀତ ଏନସିଇଆରଟିର ‘ବୈକଳ୍ପିକ ଏକାଡେମିକ କ୍ୟାଲେଣ୍ଡର’ ଶିକ୍ଷକଏବଂ ଅଭିଭାବକ ମାନଙ୍କୁ ଶିଶୁଙ୍କ ପାଠପଢାର ଉନ୍ନତିକୁ ଅବଗତ କରାଇବ । ଏହି କ୍ୟାଲେଣ୍ଡର ସାପ୍ତାହିକ ଯୋଜନାରେ କୌତୁହଳପୂର୍ଣ୍ଣ, ଆହ୍ୱାନପୂର୍ଣ୍ଣ କାର୍ଯ୍ୟକଳାପ ପରିପୃଷ୍ଠ ରହିବ, ଯାହା ପାଠ୍ୟ ଖସଡା ଏବଂ ପୁସ୍ତକରୁ ନିଆଯାଇଛି । ସେହିପରି ବିଦ୍ୟାଳୟ କ୍ୟାମ୍ପସକୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଇବା, ଜ୍ଞାନ ଏବଂ ମନୋରଞ୍ଜନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମାବେଶୀ ଚିନ୍ତାଧାରା ସୃଷ୍ଟି କରିବା ଏବଂ ଏକ ସମାନ୍ତରାଳ ସମାଜ ଗଠନ କରିବା ଦିଗରେ ‘ପ୍ରିୟା-ଦ ଆକ୍ସେସିବିଲଟି ଓା୍ୱରିୟର’ ନାମକ କମିକ୍ ପୁସ୍ତକକୁ ଉନ୍ମୋଚନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଶିକ୍ଷା ମନ୍ତ୍ରୀ କହିଥିଲେ, ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ । ଶିକ୍ଷାକୁ ସମାବେଶୀ କରିବା ତଥା ସମସ୍ତଙ୍କ ପାଖରେ ପହଁଚାଇବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଚୁରେସନର ଯେଉଁ ସଙ୍କଳ୍ପ ନେଇଛନ୍ତି ତାହାକୁ ପୂରଣ କରିବା ଦିଗରେ ଦେଶରେ ସବୁ ସ୍କୁଲରେ ଇଂଟରନେଟ୍‌, ଶୌଚାଳୟ, ପାନୀୟ ଜଳ ପହଁଚାଇବା ପାଇଁ ଆମେ ସଙ୍କଳ୍ପବଦ୍ଧ । ଯେଉଁ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନ୍ତର୍ଗତ ଆଜି ଆରମ୍ଭ ହୋଇଥିବା ସମସ୍ତ ଉପକ୍ରମ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ମନ୍ତ୍ରରେ ପରିଲକ୍ଷିତ କରୁଛି । ଶିକ୍ଷା ନୀତି ୨୦୨୦ ଭବିଷ୍ୟତ ପିଢ଼ି ପାଇଁ ବୈଶ୍ୱିକ ନାଗରିକ ବନାଇବା ତଥା ବିଶ୍ୱ କଲ୍ୟାଣର ମାର୍ଗ ପରିଷ୍କାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

Leave A Reply

Your email address will not be published.