ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପିଜା ବଏ ସାଜିଲେ ମନ୍ତ୍ରୀ

0


ଗୋଟିଏ ଫଟୋ। କିନ୍ତୁ କହୁଛି ଅନେକ କଥା।

ଆଜି ଯିଏ କୋଟିପତି କାଲି ସେ ଭିକାରି ହୋଇପାରେ। ଆଉ ଆଜି ଯିଏ ଭିକାରି ସେ କାଲି କୋଟିପତି ଯେ ନ ହେବ ଏକଥା କିଏ କହିବ। ଆମେ ଏକଥା ଏଥିପାଇଁ କହୁଛୁ, କାରଣ ଏହି ଫଟୋ ହିଁ ଏମିତି କିଛି କହୁଛି।

ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ରାଷ୍ଟ୍ରପତି ଅସରଫ ଘନିଙ୍କ ସମେତ ବହୁ ନେତା ଦେଶ ଛାଡି ପଳାଇଥିଲେ। ହେଲେ ଏବେ ଏଭଳି ଏକ ଚିତ୍ର ଆସିଛି ଯାହା ବିଶ୍ୱାସ ହେଉନଥିଲେ ବି ସତ। ଜର୍ମାନୀରେ ପିଜା ବିକୁଛନ୍ତି ଆଫଗାନିସ୍ତାନର ପୂର୍ବତନ ମ। । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଏହି ଫଟୋ ଟୁଇଟ ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

ଆଫାଗାନିସ୍ତାନର ଯୋଗାଯୋଗ ସଂଚାର ମନ୍ତ୍ରୀ ଏବେ ଜର୍ମାନୀରେ ପିଜା ବିକୁଛନ୍ତି। ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ରାଜରାସ୍ତାରେ ସାଇକେଲରେ ବୁଲି ବୁଲି ପିଜା ଡେଲିଭରି କରୁଛନ୍ତି। ଏହି ଦୃଶ୍ୟ ଯେତିକି ବିଚଳିତ କରୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ କରିଛି । ସୟଦ ଜର୍ମାନୀରେ ଆଶ୍ରୟ ନେଇଥିବା ବେଳେ ନିଜ ପରିବାର ଚଳାଇବା ପାଇଁ ପିଜା ଡେଲିଭରି କରୁଥିବା ଜଣାପଡିଛି। ସୋସିଆଲ ମିଡିଆରେ ମନ୍ତ୍ରୀ ଏହି ଫଟୋ ଭାଇରାଲ ପରେ ଏହା ସମସ୍ତଙ୍କୁ ବ୍ୟଥିତ କରିଛି।

ତାଲିବାନ ମାନେ ଆଫଗାନିସ୍ତାନରୁ ନିୟନ୍ତ୍ରଣକୁ ନେବା ପରେ ବହୁ ନେତା, ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ଦେଶ ଛାଡି ପଳାଇଥିଲେ । କିନ୍ତୁ ଏମିତି କଣ ପରିସ୍ଥିତ ଆସିଲା ଯେ ସୟଦ ଶେଷରେ ବୁଲି ବୁଲି ପିଜା ଡେଲିଭରି କଲେ ତାହା ଜଣାପଡିନାହିଁ। ସୟଦଙ୍କର ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ଆଫଗାନିସ୍ତାନରୁ ନେତା, ମନ୍ତ୍ରୀଙ୍କୁ ଛାଡିଦେଲେ ବହୁ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡିଦେଇଛନ୍ତି। ଆଫଗାନିସ୍ତାନରେ ତାଲିବାନ ମାନେ ସମସ୍ତ
ପ୍ରଦେଶକୁ ନିଜ କବଜାକୁ ନେଇଥିବା ବେଳେ କେବଳ ପଞ୍ଜଶୀର ପ୍ରଦେଶକୁ ଦଖଲ କରିପାରିନାହାନ୍ତି । ନର୍ଦ୍ଦନ ଆଲାଏନ୍ସ ଓ ତାଲିବାନ ମଧ୍ୟରେ କଡ଼ା ଟକ୍କର ଚାଲିଛି । ଯୁଦ୍ଧ ଭଳି ସ୍ଥିତି ଉପୁଜିଥିବା ବେଳେ ପଞ୍ଜଶୀରରେ ପ୍ରବେଶ କରିବା ତାଲିବାନ ପାଇଁ କଷ୍ଟକର ହୋଇପଡିଛି ।

Leave A Reply

Your email address will not be published.