ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଭୁବନେଶ୍ୱର ଏୟାରପୋର୍ଟରେ ୬ କୋଟିରୁ ଅଧିକ ଗଞ୍ଜେଇ ଜବତ

0

ଭୁବନେଶ୍ୱର; ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଚଢାଉ କରି ୬ କିଲୋଗ୍ରାମ ଉଚ୍ଚ-ଗ୍ରେଡ୍ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ।

ମଙ୍ଗଳବାର ବ୍ୟାଙ୍କକରୁ ଆସୁଥିବା ଇଣ୍ଡିଗୋ ବିମାନ 6E 1066 ରେ ଆସିଥିବା ଦୁଇଜଣ ଯାତ୍ରୀଙ୍କୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଟକାଇଥିଲା। ସେମାନଙ୍କ ଟ୍ରଲି ବ୍ୟାଗର ଗୁପ୍ତ ଚାମ୍ବରରେ ଏହି ମାଦକଦ୍ରବ୍ୟ ଲୁଚାଇ ରଖାଯାଇଥିଲା। ଦୁହେଁ ତାମିଲନାଡୁର ବାସିନ୍ଦା ବୋଲି ଚିହ୍ନଟ ହୋଇଛନ୍ତି ଓ ପଚରାଉଚରା ଚାଲିଛି।

ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ବ୍ୟାଗେଜର ଖୁବ ସୂକ୍ଷ୍ମ ଯାଞ୍ଚ କରିଥିଲେ ଏବଂ ମାଦକଦ୍ରବ୍ୟକୁ ଜବତ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ହାଇଡ୍ରୋପୋନିକ୍ ଗଞ୍ଜେଇ ଥାଇଲ୍ୟାଣ୍ଡରୁ ଚୋରାଚାଲାଣ ହୋଇ ସହର ଅଞ୍ଚଳର ପ୍ରିମିୟମ୍ ବଜାରକୁ ପଠାଯିବାକୁ ଥିଲା।

Leave A Reply

Your email address will not be published.