ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର

0

ଭୁବନେଶ୍ବର: ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର । ୨୦୨୬-୨୭ ଆଥିର୍କ ବର୍ଷରେ ବଢ଼ିବ ନାହିଁ ଦର । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ବଢୁଥିବା ଖର୍ଚ୍ଚ ଓ ମହଙ୍ଗାଇ ମଧ୍ୟରେ ଏହା ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ମନାଯାଉଛି। ପୂର୍ବରୁ ୨୦୨୩-୨୪ରେ ୧୦ ପଇସା ଦର କମାଯାଇଥିଲା।

ନୂଆ ନିୟମରେ ୧୫ଟି ଉପଭୋକ୍ତାଙ୍କୁ ଅତିରିକ୍ତ ସୁବିଧା ମଧ୍ୟ ଦିଆଯାଇଛି । ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ । ଏହା ସହ ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି । OPTCL ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି । ଡିଜିଟାଲ ପେମେଣ୍ଟ କଲେ ମିଳିବ ୪% ରିହାତି । ଏହା ସହ ସୋଲାର ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ୧୦% ଛୁଟ ହୋଇଛି । ଯେଉଁମାନେ କାଗଜ ବିଲ୍ ବଦଳରେ ଇଲେକ୍ଟ୍ରୋନିକ୍ ବିଲ୍ ଗ୍ରହଣ କରିବେ, ସେମାନଙ୍କୁ ୧୦ ଟଙ୍କା ଛାଡ଼ ମିଳିବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକଟି ଅଧିକ ଉପକୃତ ହେବ। ଏହି ନିଷ୍ପତ୍ତି ଫଳରେ ସାଧାରଣ ଘରୋଇ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ନାହିଁ।

Leave A Reply

Your email address will not be published.