ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

‘ସତର୍କ ହୁଅ, ପୁଣି ଆକ୍ରମଣ ହୋଇପାରେ’

0

ଆତଙ୍କବାଦୀ ଆକ୍ରମଣ ହେବା ନେଇ ବାଇଡେନଙ୍କ ସୂଚନା ପରେ ସମଗ୍ର ବିଶ୍ବ ଚିନ୍ତାରେ

କାବୁଲ: ବିମାନ ବନ୍ଦରରେ ପୁଣି ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଆତଙ୍କୀ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଆମେରିକା ସୈନ୍ୟ ଓ ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ବାଇଡେନଙ୍କ ସତର୍କ ସୂଚନା ଏବେ ସମଗ୍ର ବିଶ୍ବରେ ଚିନ୍ତା ବଢାଇଦେଲାଣି।

ବିମାନବନ୍ଦରରେ ଭିଡ ନ ଜମାଇ ଲୋକଙ୍କୁ ଖାଲି କରିବାକୁ ନିର୍ଦେଶ ଜାରି କରାଯାଇଛି। ବାଇଡେନ୍ ଏହି ଅବସରରେ କହିଛନ୍ତି ଯେ ପରିସ୍ଥିତି ଯେତେ ବି ଖରାପ ହେଉନା କାହିଁକି ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କାମ ଜାରି ରହିବ। ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କାମ ଆସନ୍ତା କିଛ ଦିନ ପାଇଁ ବିପଦପୂର୍ଣ ରହିବ।

ଗୁରୁବାର ସନ୍ଧ୍ୟାରେ କାବୁଲ ଏୟାରପୋର୍ଟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନିସ୍ତାନଙ୍କ ସମେତ ୧୩ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲ।। ବିସ୍ଫୋରଣ ପାଇଁ ଆଇଏସଆଇଏସ-କେ ନିଜକୁ ଦାୟୀ କରିଥିଲା । ତେବେ ବିସ୍ଫୋରଣର ୪୮ ଘଣ୍ଟା ନପୁରୂଣୁ ଆମେରିକା ଏହାର ପ୍ରତିଶୋଧ ନେଇଥିଲା । ଆମେରିକା ଆଇଏସଆଇଏସ ଖୋରସାନାର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା।

ସେପଟେ ଅଗଷ୍‌ଟ ୩୧ ସୁଦ୍ଧା କାବୁଲ ବିମାନବନ୍ଦରରୁ ଆମେରିକା ସେନା ହଟାଇବାକୁ ଚେତାବନୀ ଦେଇଛି ତାଲିବାନ। ସେହିପରି ଆଫାଗାନିସ୍ତାନ ସ୍ଥିତି
ନେଇ ଜୋ ବାଇଡେନଙ୍କ ଉପରେ ବଢୁଛି ଚାପ। ଜୋ ବାଇଡେନଙ୍କୁ ୬୯ ଆମେରିକୀୟ ସାଂସଦ ଚିଠି ଲେଖିଛନ୍ତି। ଆଫଗାନ ପଲିସିରେ ବାଇଡେନ ବିଫଳ
ହୋଇଥିବା ଅଭିଯୋଗ କରିଛନ୍ତି। ତାଲିବାନ ନେଇ ଆମେରିକାର ପରବର୍ତୀ ନିଷ୍ପତି କଣ ହେବ ସେ ସଂପର୍କରେ ୧୫ ସାଂସଦ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.