ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୨୪ ଘଣ୍ଟା ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ

0

କାବୁଲ: ଅଗଷ୍ଟ ୩୧ ଭିତରେ ଆମେରିକାକୁ ତାର ସେନା ଓ ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର ପାଇଁ ସମୟ ଦେଇଥିଲା ତାଲିବାନ। ହେଲେ ୩୧ ଅଗଷ୍ଟ ପରେ ବି ଆଫାଗାନିସ୍ତାନରୁ ଲୋକଙ୍କୁ ବାହାର କରିବା ପାଇଁ ସମୟ ଦିଆଯିବ ବୋଲି ତାଲିବାନ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ଜାତୀୟ ଗଣମାଧ୍ୟରେ ସୂଚନା ଦେଇଛନ୍ତି।

ଅଗଷ୍ଟ ୧୫ରେ ତାଲିବାନ କାବୁଲକୁ କବଜା କରିଥିଲା। ଏହା ପରଠାରୁ ଆମେରିକା, ବ୍ରିଟେନ,ଫ୍ରାନ୍ସ, ଭାରତ,ସମେତ ଅନେକ ଦେଶ ଆଫଗାନିସ୍ତାନରୁ ନିଜ ଲୋକଙ୍କୁ ଉଦ୍ଧାର କରୁଛନ୍ତି। ହ୍ୱାଇଟ ହାଉସ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ , ଗତ ୨୪ ଘଣ୍ଟାରେ ଆମେରିକା ୨ ହଜାର ଲୋକଙ୍କୁ କାବୁଲରୁ ଉଦ୍ଧାର କରିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ଆମେରିକା ବିଚାର କରୁଛି। ଆମେରିକା ସୁରକ୍ଷା ଏଜେନ୍ସି ଲଗାତାର କାବୁଲ ବିମାନବନ୍ଦରରେ ଉପରେ ଆକ୍ରମଣ ନେଇ ଆଲର୍ଟ କରୁଛନ୍ତି।

ଗତକାଲି ଆମେରିକା ଏୟାରଷ୍ଟ୍ରାଇକ୍ କରି ଆତଙ୍କୀ ଆକ୍ରମଣକୁ ପଣ୍ଡ କରିଥିଲା। ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଟାର୍ଗେଟ କରିବା ଫଳରେ ଏକ ବଡ଼ ଧରଣର ଅଘଟଣ ରୋକାଯାଇପାରିଥିଲା। ଏହା ସତ୍ତ୍ବେ ଏହି ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ବିମାନବନ୍ଦର ନିକଟ ଜନବସତି ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ପାଇଁ ଏକ ଗାଡିରେ ବିସ୍ଫୋରକ ଭର୍ତି କରି ଆତଙ୍କବାଦୀ ଆସୁଥିବା ସୂଚନା ମିଳିବା ପରେ ଆମେରିକା ରକେଡ ମାଡ଼ କରି ଆକ୍ରମଣକୁ ପଣ୍ଡ କରିଥିଲା।

ଏହା ପୂର୍ବରୁ ଗୁରୁବାର ଦିନ କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନଙ୍କ ସମେତ ୧୩ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ପାଇଁ ଆଇଏସଆଇଏସ-ଖୋରାସାନ ନିଜକୁ ଦାୟୀ କରିଥିଲା । ଏହା ପରେ ଆମେରିକା ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଏବେ ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ଟାର୍ଗେଟ କରୁଛି ଆମେରିକା ।

Leave A Reply

Your email address will not be published.