ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ପିଲା ପରୀକ୍ଷା ଦେଲେ, ମାର୍କସିଟ୍ କାହିଁକି ମିଳୁନି ?

0
  • ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ଦେବାକୁ କହିଲେ
  • ଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି ଜଣାଇଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣ ଏବଂ କ୍ୟାରିୟରକୁ ଦୃଷ୍ଟିରେ ରଖି ସ୍ନାତକ ଶେଷ ସେମିଷ୍ଟାରର ପରୀକ୍ଷାର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅର୍ଥାତ୍ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଦୋଷ ଦୁର୍ବଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଧର୍ମେନ୍ଦ୍ରଙ୍କ ଏହି ଚିଠି ଭିନ୍ନ ବାର୍ତ୍ତା ଦେଉଛି। ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଯେ ଠିକ୍ ଠାକ୍ ଚାଲିନି, ଏତିକି କଥା ଏହି ଚିଠି ଠାରିଦେଇଛି।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀମାନେ କଲେଜ୍ ଏବଂ ଓଡ଼ିଶା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ
କରିଥିଲେ। ଏହା ସତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ୍ ଦିଆଯାଇନାହିଁ । ଅନେକ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି।

ପୂର୍ବରୁ ପ୍ରୋଭିଜିନାଲ ମାର୍କସିଟ୍ ମଧ୍ୟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା କରାଯାଉଛି । ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଅନେକ ଛାତ୍ରଛାତ୍ରୀମାନେ ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରଥିଆର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଂଚିତ
ହୋଇଛନ୍ତି । ମୁମ୍ବାଇ ବିଶ୍ୱବିଦ୍ୟାଳୟ, କୁମାଁଉ ବିଶ୍ୱବିଦ୍ୟାଳୟ ଭଳି ଅନେକ ବିଶ୍ୱବିଦ୍ୟାଳୟରେ ଆଡ଼ମିସନ ତାରିଖ ନିକଟବର୍ତୀ ହେଉଥିବାରୁ ଛାତ୍ରଛାତ୍ରୀମାନେ ନେଇ ଦ୍ୱନ୍ଦରେ ଅଛନ୍ତି। ଏହାସହ ରାଜ୍ୟ ବାହାରେ ଅଫଲାଇନ ମାଧ୍ୟମରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଂଚିତ ହେଉଛନ୍ତି।

ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ପ୍ରୋଭିଜିନାଲ ମାର୍କସିଟ୍ ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକତୋର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.