ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଖୁବ୍‌ଶୀଘ୍ର ପବିତ୍ର ରିସ୍ତା ସିଜିନ ଟୁ, ଆସିଲା ପ୍ରୋମୋ

0

ଆସୁଛି ଘରେ ଘରେ ଲୋକପ୍ରିୟ ହେଇଥିବା ମେଗା ଧାରାବାହିକ ପବିତ୍ର ରିସ୍ତା ସିଜିନ -୨। ନିକଟରେ ଏହାର ପ୍ରମୋ ରିଲିଜ ହୋଇଛି। ପୂର୍ବପରି ସିଜିନ ଟୁରେ ମଧ୍ୟ ମୁଖ୍ୟ ଭୂମିକାରେ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଛି। ହେଲେ ସୁଶାନ୍ତଙ୍କ ସ୍ଥାନରେ ଏଥିରେ ସାହି ଶେଖଙ୍କୁ ଦେଖିବେ ଦର୍ଶକ। ଏହି ସୋ’ରେ ଅଙ୍କିତା ଲୋଖଣ୍ଡେ ଓ ସାହି ଶେଖଙ୍କ ରୋମାନ୍ସ ଦେଖିବାକୁ ମିଳିବ।

ପ୍ରମୋ ଦେଖି ସୁଶାନ୍ତ ରାଜପୁତଙ୍କୁ ମନେ ପକାଇଛନ୍ତି ଦର୍ଶକ । କାରଣ ପବିତ୍ର ରିସ୍ତା ସିଜିନ ୧ରେ ଅଙ୍କିତା ଓ ସୁଶାନ୍ତଙ୍କ ସୁପରହିଟ୍ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିଲେ।

ପବିତ୍ର ରିସ୍ତା ସିଜିନ ଟୁ ସେପ୍ଟେମ୍ବର ୧୫ରୁ ପ୍ରସାରିତ ହେବ । ତେବେ ଏହା ଓଟିଟି ପ୍ଲାଟଫର୍ମ ଜୀ ୫ ପ୍ରିମିୟମରେ ଦେଖିବାକୁ ମିଳିବ । ଏକତା କପୁରଙ୍କ
ସବୁ ସୋ ଭଳି ଏହା ମଧ୍ୟ ଏକ ଫ୍ୟାମିଲି ଡ୍ରାମା ସୋ ଅଟେ।

ପବିତ୍ର ରିସ୍ତାର ପ୍ରଥମ ସିଜିନଟି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଥିଲା । ବିଶେଷ ଭାବରେ ଏହାର ମୁଖ୍ୟ କଳାକାର ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲଖୋଣ୍ଡେଙ୍କ ଲୋକପ୍ରିୟତା ଏହି ସୋ ମାଧ୍ୟମରେ ଘରେ ଘରେ ପହଞ୍ଚିଥିଲା । ପ୍ରଥମ ସିଜିନଟି ୨୦୦୯ରୁ ୨୦୧୪ ଯାଏ ଟିଭିରେ ପ୍ରସାରିତ ହୋଇଥିଲା।
ତେବେ ଦର୍ଶକ ସିଜିନଟୁ ରେ ଅଙ୍କିତା ଓ ସାହିଙ୍କ ଯୋଡିକୁ ପସନ୍ଦ କରିବେ ବୋଲି ଆଶା ରହିଛି । ପୂର୍ବ ଭଳି ଦର୍ଶକ ଏବେ ମଧ୍ୟ ସୋକୁ ଭଲପାଇବା ଦେବେ ବୋଲି ଅଙ୍କିତା ଆଶା ରଖିଥିବା କହିଛନ୍ତି ।

Leave A Reply

Your email address will not be published.