ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଖୁବ୍‌ଶୀଘ୍ର ପବିତ୍ର ରିସ୍ତା ସିଜିନ ଟୁ, ଆସିଲା ପ୍ରୋମୋ

0

ଆସୁଛି ଘରେ ଘରେ ଲୋକପ୍ରିୟ ହେଇଥିବା ମେଗା ଧାରାବାହିକ ପବିତ୍ର ରିସ୍ତା ସିଜିନ -୨। ନିକଟରେ ଏହାର ପ୍ରମୋ ରିଲିଜ ହୋଇଛି। ପୂର୍ବପରି ସିଜିନ ଟୁରେ ମଧ୍ୟ ମୁଖ୍ୟ ଭୂମିକାରେ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଛି। ହେଲେ ସୁଶାନ୍ତଙ୍କ ସ୍ଥାନରେ ଏଥିରେ ସାହି ଶେଖଙ୍କୁ ଦେଖିବେ ଦର୍ଶକ। ଏହି ସୋ’ରେ ଅଙ୍କିତା ଲୋଖଣ୍ଡେ ଓ ସାହି ଶେଖଙ୍କ ରୋମାନ୍ସ ଦେଖିବାକୁ ମିଳିବ।

ପ୍ରମୋ ଦେଖି ସୁଶାନ୍ତ ରାଜପୁତଙ୍କୁ ମନେ ପକାଇଛନ୍ତି ଦର୍ଶକ । କାରଣ ପବିତ୍ର ରିସ୍ତା ସିଜିନ ୧ରେ ଅଙ୍କିତା ଓ ସୁଶାନ୍ତଙ୍କ ସୁପରହିଟ୍ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିଲେ।

ପବିତ୍ର ରିସ୍ତା ସିଜିନ ଟୁ ସେପ୍ଟେମ୍ବର ୧୫ରୁ ପ୍ରସାରିତ ହେବ । ତେବେ ଏହା ଓଟିଟି ପ୍ଲାଟଫର୍ମ ଜୀ ୫ ପ୍ରିମିୟମରେ ଦେଖିବାକୁ ମିଳିବ । ଏକତା କପୁରଙ୍କ
ସବୁ ସୋ ଭଳି ଏହା ମଧ୍ୟ ଏକ ଫ୍ୟାମିଲି ଡ୍ରାମା ସୋ ଅଟେ।

ପବିତ୍ର ରିସ୍ତାର ପ୍ରଥମ ସିଜିନଟି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଥିଲା । ବିଶେଷ ଭାବରେ ଏହାର ମୁଖ୍ୟ କଳାକାର ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲଖୋଣ୍ଡେଙ୍କ ଲୋକପ୍ରିୟତା ଏହି ସୋ ମାଧ୍ୟମରେ ଘରେ ଘରେ ପହଞ୍ଚିଥିଲା । ପ୍ରଥମ ସିଜିନଟି ୨୦୦୯ରୁ ୨୦୧୪ ଯାଏ ଟିଭିରେ ପ୍ରସାରିତ ହୋଇଥିଲା।
ତେବେ ଦର୍ଶକ ସିଜିନଟୁ ରେ ଅଙ୍କିତା ଓ ସାହିଙ୍କ ଯୋଡିକୁ ପସନ୍ଦ କରିବେ ବୋଲି ଆଶା ରହିଛି । ପୂର୍ବ ଭଳି ଦର୍ଶକ ଏବେ ମଧ୍ୟ ସୋକୁ ଭଲପାଇବା ଦେବେ ବୋଲି ଅଙ୍କିତା ଆଶା ରଖିଥିବା କହିଛନ୍ତି ।

Leave A Reply

Your email address will not be published.