ସୋସିଆଲ ମିଡିଆରେ ଛାଇ ଗଲେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ । ଆଜି ହ୍ରିତିକ ଇନଷ୍ଟାରେ ନିଜର ନୂଆ ଲୁକ୍ର କିଛି ଫଟୋ ସେୟାର କରିଥିଲେ । ଆଉ ଫଟୋଟି ସେୟାର କରିବା ମାତ୍ରେ ହିଁ ୨ଘ । ମଧ୍ୟରେ ୧ ମିଲିୟନରୁ ଅଧିକ ଲାଇକ ମିଳିଥିଲା । ହ୍ରିତିକଙ୍କ ଫ୍ୟାନ ମାନେ ତାଙ୍କର ଏହି ନୂଆ ଲୁକ୍କୁ ବେଶ ପସନ୍ଦ କରିଛନ୍ତି ।
ହ୍ରିତିକ ଅଧିକାଂଶ ସମୟରେ ନିଜର ଲୁକ୍ ପରିବର୍ତନ କରିଥାନ୍ତି । ସବୁବେଳେ ତାଙ୍କ ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନୂଆ ଲୁକ୍ରେ ଫଟୋ ସେୟାର କରିଥାନ୍ତି । ହ୍ରିତିକ ଆଜି ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ବଡ଼ ବଡ଼ ଦାଢି ରଖିଥିବାର ଦେଖିବାକୁ ମିଳିଛି । ଲୁକ ନମ୍ବର ୨୧, ଲୁକ୍ ନମ୍ବର ୨୨ ଲେଖି ହ୍ରିତିକ ଦୁଇଟି ଫୋଟୋ ନିଜ ଇନଷ୍ଟା ପେଜରେ ସେୟାର କରିଥିଲେ । ଫଟୋଟି ସେୟାର କରିବା ପରେ ପରେ ହିଁ ଭାଇରାଲ ହେବାରେ ଲାଗିଥିଲା ।୨୦୨୧ରେ ବିଶ୍ୱର ମୋଷ୍ଟ ହ୍ୟାଣ୍ଡସମ ମ୍ୟାନ ତାଲିକାର ଷଷ୍ଠ ସ୍ଥାନରେ ଥିଲେ ହ୍ରିତିକ । ତେବେ ହ୍ରିତିକଙ୍କ ଏହି ନୂଆ ଲୁକର ଫଟୋରେ କମେ କରି ଉର୍ବଶୀ ରୋଉତେଲା ଗ୍ରୀକ ଗଡ଼ ବୋଲି ଲେଖିଛନ୍ତି । ହ୍ରିତିକଙ୍କ ଇନଷ୍ଟାରେ ୩୭.୪ ମିଲିୟନ ଫଲୋର୍ସ ଅଛନ୍ତି । ହ୍ରିତିକ ତାଙ୍କର ଅଭିନୟ ପାଇଁ ଯେତିକି ଲୋକପ୍ରିୟ
ତାଠୁ ଅଧିକ ସେ ନିଜ ଡ୍ୟାନ୍ସ ପାଇଁ ଦର୍ଶକଙ୍କ ମନ ଜିଣିଥାନ୍ତି । ସେ ମାଇକେଲ ଜ୍ୟାକସନଙ୍କୁ ତାଙ୍କର ଗୁରୁ ଭାବେ ମାନନ୍ତି । ହ୍ରିତିକଙ୍କୁ ତାଙ୍କ ଆଗାମୀ ଫିଲ୍ମ ଫାଇଟରରେ ଦୀପିକା ପାଦକୋନଙ୍କ ସହ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୧୯ରେ ଆକ୍ସନ ମୁଭି ‘ୱାର’ରେ ଟାଇଗର ସରଫଙ୍କ ସହ ତାଙ୍କୁ ଦେଖିବାକୁ
ମିଳିଥିଲା ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା