ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ନୂଆ ଲୁକ୍‌ରେ ହ୍ରିତିକ

0

ସୋସିଆଲ ମିଡିଆରେ ଛାଇ ଗଲେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ । ଆଜି ହ୍ରିତିକ ଇନଷ୍ଟାରେ ନିଜର ନୂଆ ଲୁକ୍‌ର କିଛି ଫଟୋ ସେୟାର କରିଥିଲେ । ଆଉ ଫଟୋଟି ସେୟାର କରିବା ମାତ୍ରେ ହିଁ ୨ଘ । ମଧ୍ୟରେ ୧ ମିଲିୟନରୁ ଅଧିକ ଲାଇକ ମିଳିଥିଲା । ହ୍ରିତିକଙ୍କ ଫ୍ୟାନ ମାନେ ତାଙ୍କର ଏହି ନୂଆ ଲୁକ୍‌କୁ ବେଶ ପସନ୍ଦ କରିଛନ୍ତି ।
ହ୍ରିତିକ ଅଧିକାଂଶ ସମୟରେ ନିଜର ଲୁକ୍ ପରିବର୍ତନ କରିଥାନ୍ତି । ସବୁବେଳେ ତାଙ୍କ ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନୂଆ ଲୁକ୍‌ରେ ଫଟୋ ସେୟାର କରିଥାନ୍ତି । ହ୍ରିତିକ ଆଜି ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ବଡ଼ ବଡ଼ ଦାଢି ରଖିଥିବାର ଦେଖିବାକୁ ମିଳିଛି । ଲୁକ ନମ୍ବର ୨୧, ଲୁକ୍ ନମ୍ବର ୨୨ ଲେଖି ହ୍ରିତିକ ଦୁଇଟି ଫୋଟୋ ନିଜ ଇନଷ୍ଟା ପେଜରେ ସେୟାର କରିଥିଲେ । ଫଟୋଟି ସେୟାର କରିବା ପରେ ପରେ ହିଁ ଭାଇରାଲ ହେବାରେ ଲାଗିଥିଲା ।୨୦୨୧ରେ ବିଶ୍ୱର ମୋଷ୍ଟ ହ୍ୟାଣ୍ଡସମ ମ୍ୟାନ ତାଲିକାର ଷଷ୍ଠ ସ୍ଥାନରେ ଥିଲେ ହ୍ରିତିକ । ତେବେ ହ୍ରିତିକଙ୍କ ଏହି ନୂଆ ଲୁକର ଫଟୋରେ କମେ କରି ଉର୍ବଶୀ ରୋଉତେଲା ଗ୍ରୀକ ଗଡ଼ ବୋଲି ଲେଖିଛନ୍ତି । ହ୍ରିତିକଙ୍କ ଇନଷ୍ଟାରେ ୩୭.୪ ମିଲିୟନ ଫଲୋର୍ସ ଅଛନ୍ତି । ହ୍ରିତିକ ତାଙ୍କର ଅଭିନୟ ପାଇଁ ଯେତିକି ଲୋକପ୍ରିୟ
ତାଠୁ ଅଧିକ ସେ ନିଜ ଡ୍ୟାନ୍ସ ପାଇଁ ଦର୍ଶକଙ୍କ ମନ ଜିଣିଥାନ୍ତି । ସେ ମାଇକେଲ ଜ୍ୟାକସନଙ୍କୁ ତାଙ୍କର ଗୁରୁ ଭାବେ ମାନନ୍ତି । ହ୍ରିତିକଙ୍କୁ ତାଙ୍କ ଆଗାମୀ ଫିଲ୍ମ ଫାଇଟରରେ ଦୀପିକା ପାଦକୋନଙ୍କ ସହ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୧୯ରେ ଆକ୍ସନ ମୁଭି ‘ୱାର’ରେ ଟାଇଗର ସରଫଙ୍କ ସହ ତାଙ୍କୁ ଦେଖିବାକୁ
ମିଳିଥିଲା ।

Leave A Reply

Your email address will not be published.