ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଶାହାରୁଖଙ୍କ ନୂଆ ବିଜ୍ଞାପନରୁ କ’ଣ ସଙ୍କେତ ମିଳୁଛି ?

0

ମୁମ୍ବାଇ: ଅନେକ ଦିନରୁ ବଲିଉଡର କିଙ୍ଗଖାନ ଶାହାରୁଖଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ। ତେଣୁ ଶାହାରୁଖଙ୍କ ଆଗାମୀ ପ୍ରୋଜେକ୍ଟେକୁ ନେଇ ତାଙ୍କ ଫ୍ୟାନ ମାନେ ପାଗଳଙ୍କ ପରି ଅପେକ୍ଷା କରିରହିଛିନ୍ତି । ଏହାରି ମଧ୍ୟରେ ଶାହାରୁଖଙ୍କ ଏକ ନୂଆ ବିଜ୍ଞାପନ ଆସିଛି। ଏଥିରେ ସେ ଡିଜନି ପ୍ଲସ ହଟଷ୍ଟାରରେ ଆସିବାର ସଂକେତ ଦେଉଛନ୍ତି।

ଏହି ବିଜ୍ଞାପନକୁ ରଣବୀର ସିଂହ ଓ କରଣ ଜୋହରଙ୍କ ସମେତ ଅନକେ ବଲିଉଡ ସେଲିବ୍ରେଟି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ବିଜ୍ଞାପନରେ ଦେଖିବାକୁ ମିଳିଛି ଶାହାରୁଖ ନିଜ ଘର ବାଲକୋନିରେ ଛିଡା ହୋଇଛନ୍ତି ଏବଂ ଘର ବାହାରେ ଏକାଠି ହୋଇଥିବା ଫ୍ୟାନଙ୍କୁ ହ୍ୟାଲୋ କହୁଛନ୍ତି। ଏହି ସମୟରେ ଶାହାରୁଖଙ୍କ ସହ ବିଜ୍ଞାପନରେ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ଶାହାରୁଖ ତାଙ୍କ ସହ ଡିଜନି ପ୍ଲସ ହଟଷ୍ଟାର ବିଷୟରେ କଥା ହେଉଛନ୍ତି।

ଶାହାରୁଖ ସେ ବ୍ୟକ୍ତି ଜଣଙ୍କୁ କହୁଛନ୍ତି, ଦେଖ! ଏତେ ଫ୍ୟାନ କେବେ କାହା ଘର ବାହାରକୁ ଆସୁଛନ୍ତି? ବ୍ୟକ୍ତି ଜଣଙ୍କ ପ୍ରତ୍ୟୁତ୍ତରରେ କହୁଛନ୍ତି ନାଁ ସାରା ଏବେ ଯାଏଁ ତ ନୁହେଁ। କିନ୍ତୁ ଆଗକୁ କିଛି କହିହେବନି। ଏହା ପରେ ଶାହାରୁଖ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରୁଛନ୍ତି। ବ୍ୟକ୍ତି ଜଣକ କହୁଛନ୍ତି, ବାକି ସବୁ ଷ୍ଟାରଙ୍କ ଏବେ ଡିଜନି ପ୍ଲସ ହଟଷ୍ଟାରରେ ସୋ ଏବଂ ଫିଲ୍ମ ଆସୁଛି।

ଏହା ପରେ ଶାହାରୁଖ ପଚାରୁଛନ୍ତି , କିଏ ସେହି ଷ୍ଟାରମାନେ? ସେହି ବ୍ୟକ୍ତି କହୁଛନ୍ତି, ଅକ୍ଷୟ,ସୈଫ, ଅଜୟ ଏବଂ ସଞ୍ଜୟ ଦତ୍ତ ଖୁବ୍ ଶୀଘ୍ର ହଟଷ୍ଟାରରେ ଆସୁଛନ୍ତି। ହେଲେ ଆପଣ ନାହାଁନ୍ତି। ଏହା ଶୁଣି ଶାହାରୁଖ ଚିନ୍ତାରେ ପଡିଯାଉଛନ୍ତି।

ଭିଡିଓର ଶେଷରେ ଟୁ ବି କଂଟିନିଉଡ ଲେଖାଯାଇଛି। ଅର୍ଥାତ ବିଜ୍ଞାପନରେ ଆଗକୁ ବି କିଛି ଦେଖିବାକୁ ମିଳିପାରେ। ଏଥିରୁ ଫ୍ୟାନମାନେ ଅନୁମାନ କରୁଛନ୍ତି ଯେ , ଶାହାରୁଖ ତାଙ୍କର ଆଗାମୀ ନୂଆ ପ୍ରୋଜେକ୍ଟ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ କରିପାରନ୍ତି ।ଏହି କ୍ୟାମ୍ପେନର ନାଁ ‘ଶିବାୟ ଏସଆରକେ’ ରଖାଯାଇଛି। ଏବେ ଦେଖିବାକୁ ବାକି ରହିଲା ଶାହାରୁଖଙ୍କ ପ୍ଲାନ କ’ଣ?

Leave A Reply

Your email address will not be published.