ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଗୁଜରାଟରୁ ଦିଲ୍ଲୀ; ମୋଦୀଙ୍କ ୭୧ବର୍ଷର ଯାତ୍ରା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅର୍ଥାତ୍ ଆଜି ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏହି ଦିନକୁ ଐତିହାସିକ କରିବା ପାଇଁ ବିଶାଳ ଯୋଜନା ପ୍ରସ୍ତୁତ କରିଛି। ପାର୍ଟି ସର୍ବାଧିକ କୋଭିଡ୍ ଟିକା ଦେଇ ରେକର୍ଡ କରିବା ଲାଗି ଚାହିଁଛି। ଦଳ ପକ୍ଷରୁ ୨୧ ଦିନିଆ ସେବା ଓ ସମର୍ପଣ ଅଭିଯାନ ପାଳନ କରାଯିବ।

ପ୍ରଧାନମନ୍ତ୍ରୀ ଭାବରେ ମୋଦୀ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳର ତୃତୀୟ ବର୍ଷରେ ଶାସନ କରୁଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ୨୦ବର୍ଷ ଧରି ଶାସନରେ ଥିବା ମୋଦୀ ‘ସବକା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ଆଭିମୁଖ୍ୟ ଉପରେ ଜୋର ଦେଉଛନ୍ତି। କେବଳ ସେତିକି ନୁହେଁ, ଅନ୍ତର୍ଭୁକ୍ତୀକରଣ ବିକାଶ ତଥା ଦୁର୍ନୀତିମୁକ୍ତ ଶାସନ ହେଉଛି ତାଙ୍କର ମନ୍ତ୍ର। ସବୁ କଥାରେ ଗୋଟିଏ ନିଷ୍ପତ୍ତି ଆଣିବା କ୍ଷେତ୍ରରେ ମୋଦୀଙ୍କ ରେକର୍ଡ ଅନ୍ୟମାନଙ୍କ ଠାରୁ ଆଗରେ।

ଗୁଜରାଟ ଶାସନ ଗାଦି ଛାଡି ମୋଦୀ ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। ସ୍ୱାଧୀନତା ପରେ ଜନ୍ମ ହୋଇ ଶାସନର ଶୀର୍ଷରେ ବସିବା କ୍ଷେତ୍ରରେ ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ସେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ସରକାରୀ କାର୍ଯ୍ୟାଳୟରେ ୨୦ବର୍ଷ ପୂରଣ କରିବେ। ମୋଦୀ ଅକ୍ଟୋବର ୨୦୦୧ରୁ ମେ’ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ।

ଦେଶର ସର୍ବବୃହତ୍ ରାଜନୈତିକ ଦଳ ଭାବେ ବିଜେପିକୁ ଗଢିତୋଳିବା ,ସର୍ବୋପରି ଦେଶର ଶାସନ ତନ୍ତ୍ରରେ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସଫଳତା ଦେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସବୁଦିନ ପାଇଁ ଚର୍ଚ୍ଚାରେ ରହିବ। କେବଳ ସେତିକି ନୁହେଁ, ବିଶ୍ବର ସର୍ବବୃହତ୍ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟି ଲୋକଙ୍କୁ ଯୋଡିବା ତାଙ୍କର ଆଉ ଏକ ସଫଳତା। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ୩୫ କୋଟି ଭାରତୀୟଙ୍କୁ ବ୍ୟାଙ୍କ ସେବାରେ ସାମିଲ କରିବା, ଆଧାର ଓ ଟେଲି ସେବା କ୍ଷେତ୍ରରେ ପରିବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କର ବି ଯୋଗଦାନ ରହିଛି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଜରିଆରେ ଦେଶର ୭କୋଟି ଘରେ ପହଞ୍ଚି ମହିଳାଙ୍କୁ ଧୂୁଆଁମୁକ୍ତ ରୋଷେଇ ପ୍ରତି ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି। ସ୍ବାଧୀନତାର ୭୦ବର୍ଷ ପରେ ବି ୧୮ ହଜାର ଲୋକଙ୍କ ଘରକୁ ବିଜୁଳି ସେବା ନଥିଲା। ସେମାନଙ୍କ ଘରେ ଆଜି ବିଜୁଳି ବତୀ ଜଳୁଛି। ସେହିଭଳି ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ସ୍ଲୋଗାନ,ପ୍ରଧାନମନ୍ତ୍ରୀ କିଷାନ୍ ନିଧି, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଇଏନ୍ଏମ୍ ଭଳି ଯୋଜନା ମାଧ୍ୟମରେ ମୋଦୀ କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ପ୍ରଧାନମନ୍ତ୍ରୀ ୨୦୧୪ରେ ସ୍ବଚ୍ଛ ଭାରତ ମିସନ୍ ଆରମ୍ଭ କରିଥିଲେ। ପରିମଳ ବ୍ୟବସ୍ଥା କ୍ଷେତ୍ରରେ ଏହି ସମୟରେ ଏକ ବଡ଼ ପରିବର୍ତ୍ତନ ଭାରତବର୍ଷରେ ହୋଇଛି। କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି, ୩୮ ପ୍ରତିଶତ ଲୋକଙ୍କ ଘରେ ପାଇଖାନା ଥିଲା, ଯାହା ଏବେ ୯୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ରାଜପଥ, ରେଳପଥ ଭିତ୍ତିଭୂମି ସୃଷ୍ଟି ଓ ଜଳପଥ ତଥା ଉଡାନ୍ କାର୍ଯ୍ୟକ୍ରମ ତାଙ୍କ ଶାସନକାଳରେ ବିକାଶର ଆଉ ଏକ ମାଧ୍ୟମ ପାଲଟିଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଏବେ ଶିଳ୍ପାୟନରେ ଗୋଟିଏ ସଫଳତାର ରାସ୍ତା ଖୋଲିଥିବା ବେଳେ ମୁଦ୍ରା ଯୋଜନା ତୃଣମୂଳସ୍ତରରେ ରାହା ପାଲଟିଛି। ଜିଏସ୍‌ଟି ଆଇନରେ ପରିବର୍ତ୍ତନ ମଧ୍ୟ ତାଙ୍କ ସରକାରର ଗୋଟିଏ ବଡ ସଫଳତା। ଏହାବ୍ୟତୀତ ଡିଜିଟାଲ କାରବାରକୁ ଫୋକସ୍ କରି ମୋଦୀ ଦୁର୍ନୀତି ରୋକିବା କ୍ଷେତ୍ରରେ ଏକ ବଡ ଭୂମିକା ନିର୍ବାହ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପରିବେଶ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଓ ଅକ୍ଷୟ ଶକ୍ତି ବିକାଶ ଏବେ ଭାରତ ସରକାରଙ୍କ ପ୍ରମୁଖ ଏଜେଣ୍ଡା ଭିତରେ ରହିଛି। ଏ ଦିଗରେ ସେ ଅନେକ ଆଗରୁ ପଦକ୍ଷେପ ନେଇଛନ୍ତି। ଏମିତିକି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୃଥକ ଜଳବାୟୁ ପରିବର୍ତ୍ତନ ବିଭାଗ ଗଠନ କରିଥିଲେ। ମିଳିତ ଜାତିସଂଘର ଚାମ୍ପିଅନ୍ସ ଅଫ୍ ଆର୍ଥ ପୁରସ୍କାରରେ ପିଏମ ମୋଦୀଙ୍କୁ ସମ୍ମାନିତ କରାଯାଇଛି। ସେ ବିପର୍ଯ୍ୟୟ ପରିଚାଳନାରେ ଏକ ନୂତନ ଆଭିମୁଖ୍ୟ ଆଣିବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସାର୍କ ନେସନ୍ସର ସମସ୍ତ ମୁଖ୍ୟଙ୍କ ଉପସ୍ଥିତିରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ଆରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାଉଦି ଆରବ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି। ତାଙ୍କୁ ଋଷ, ପାଲେଷ୍ଟାଇନ, ଆଫଗାନିସ୍ତାନ, ୟୁଏଇ ଏବଂ ମାଲଦ୍ୱୀପ ସମ୍ମାନିତ କରିଛନ୍ତି। ୨୦୧୮ରେ ଶାନ୍ତି ଏବଂ ବିକାଶରେ ତାଙ୍କର ଅବଦାନ ପାଇଁ ସମ୍ମାନଜନକ ସିଓଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି।

ମୋଦୀ ସେପ୍ଟେମ୍ବର ୧୭, ୧୯୫୦ ମସିହାରେ ଗୁଜୁରାଟର ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଗରିବ ପରିବାରରେ ବଢିଥିଲେ ଏବଂ ଜୀବନର ପ୍ରାରମ୍ଭିକ କଷ୍ଟ ତାଙ୍କୁ କଠିନ ପରିଶ୍ରମର ମୂଲ୍ୟ ଶିଖାଇଥିବା ପରି ମନେହୁଏ | ତାଙ୍କ ଜୀବନର ପ୍ରାରମ୍ଭିକ ବର୍ଷମାନଙ୍କରେ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନରେ କାର୍ଯ୍ୟ କରିଥିଲେ ପରେ ଜାତୀୟ ଭାରତୀୟ ଜନତା ପାର୍ଟି ସଂଗଠନ ସହ ଯୋଡି ହୋଇଥିଲେ।

Leave A Reply

Your email address will not be published.