ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

୨ ଛାତ୍ରଙ୍କ ଆକାଉଣ୍ଟ କୁ ଆସିଲା କୋଟି କୋଟି ଟଙ୍କା

0

ଦୁଇ ଛାତ୍ରଙ୍କ ଆକାଉ କୁ ଭୁଲରେ ଆସିଲା କୋଟି କୋଟି ଟଙ୍କା । କୋଟିଏ କି ଦୁଇକୋଟି ନୁହଁ ୯୬୦ କୋଟି ଟଙ୍କା ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଂଟକୁ ଆସିଲା । ଏତେ ପରିମାଣର ଟଙ୍କା ଦେଖି ସ୍କୁଲ ଛାତ୍ରଙ୍କ ସମେତ ବ୍ୟାଙ୍କ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ । ତେବେ ଯେବେ ଅନ୍ୟ ଲୋକଙ୍କୁ ଏନେଇ ଜଣାପଡିଲା ସମସ୍ତେ ନିଜ ନିଜର ଆକାଉ କୁ ଚେକ କରିବାକୁ ବ୍ୟାଙ୍କର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା ।
ବିହାର କଟହରିରେ ଏଭଳି ଘଟଣା ଘଟିଛି । ହିନ୍ଦୁସ୍ଥାନ ରିପୋର୍ଟ ଅନୁସାରେ, ବିହାର ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ଡ୍ରେସ ପାଇଁ ପଠାଯାଉଥିବା ଟଙ୍କାର ଚେକ୍‌ କରିବାକୁ ଆଜମନଗର ଅଂଚଳର ଦୁଇ ଛାତ୍ର ଏସବିଆଇ ସିଏସପି ବ୍ରା ରେ ପହଞ୍ଚିଥିଲେ । ଯେତେବେଳେ ବ୍ୟାଙ୍କର ନିଜ ଆକାଉାଂଟ ଚେକ କରିଥିଲେ କୋଟି କୋଟି ଟଙ୍କା ତାଙ୍କ ଆକାଉଂଟରେ ଥିବା ଜାଣିବାକୁ ପାଇଥିଲେ । ଗୁରୁଚନ୍ଦ୍ର ଆକାଉଂଟରେ ୬୦ କୋଟିରୁ ଅଧିକ ଓ ଅସିତ କୁମାର ଆକାଉଂଟରେ ୯୦୦ କୋଟି ଜମା ହୋଇଥିଲା । ଏହା ଶୁଣିବା ପରେ ଦୁଇ ଛାତ୍ରଙ୍କ ସମତେ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଲୋକମାନେ ତାଜୁବ ହୋଇଯାଇଥିଲେ ।
ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ଯାଇ ଏହି କଥା ପହଞ୍ଚିଥିଲା । ଏହା ପରେ ବ୍ୟାଙ୍କ ମ୍ୟାନେଜର ତୁରନ୍ତ ଏହି ଦୁଇ ଆକାଉଂଟର ବ୍ୟବହାରକୁ ବନ୍ଦ କରିଥିଲେ । କେଉଁଠୁ ଏତେ ଟଙ୍କା ଭୁଲରେ ଆସିଛି,ସେ ନେଇ ଯାଂଚ ଚାଲିଥିବା କହିଛନ୍ତି । ବ୍ୟାଙ୍କର ସିନିଅର ଅଫିସରଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ବ୍ୟାଙ୍କ ତୁଟି ହେତୁ ବିହାର ଖଗରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ମଧ୍ୟ ଲକ୍ଷେ ୬୧ ହଜାର ପଳାଇଆସିଥିଲା । ବ୍ୟକ୍ତି ଜଣକ ଏହି ପଇସା ଉଠାଇ ଖର୍ଚ୍ଚ କରିଦେଇଥିଲୋ । ବ୍ୟାଙ୍କ କର୍ମଚାରୀ ଯେତେବେଳେ ଟଙ୍କା ଫେରାଇବାକୁ କହିଥିଲେ, ସରକାରୀ ସହାୟତା ଭାବେ ଏହି ଅର୍ଥ ଆକାଉଂଟରେ ଜମା ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ଅଂଶବିଶେଷ କହି ଟଙ୍କା ଫେରାଇବାକୁ ମନା କରିଦେଇଥିଲେ । ଏହା ପରେ ତାଙ୍କୁ ନୋଟିସ କରାଯାଇଥିଲା ।ଏବଂ ଜେଲ ମଧ୍ୟ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.