ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଲା ଟାଟା ପାୱାର

0

ଭୁବନେଶ୍ୱର: ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିସନର୍ (ଏସ୍‌ଆର୍‌ସି)ଙ୍କ ରିପୋର୍ଟ ଅନୁଯାୟୀ, ମହାନଦୀ ନଦୀ ବ୍ୟବସ୍ଥାରୁ ରାଜ୍ୟରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି ଯେଉଁଥିରେ ବନ୍ୟା ପାଣି ମୁଣ୍ଡୁଳିଦେଇ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ଆସନ୍ତାକାଲି ସୁଦ୍ଧା ୮ଏଲ୍ କ୍ୟୁସେକ୍‌ରେ ପ୍ରବାହିତ ହେବ । ପର୍ଯ୍ୟାୟକ୍ରମେ ତାହା ଆସନ୍ତା ୨୪ ଘଂଟାରେ ତୀବ୍ର ହେବ ।

ଏହି ଘୋଷଣା ପରେ, ପ୍ରବଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ଆଗୁଆ ଚିହ୍ନଟ କରାଯାଇଛି । ବନ୍ୟାର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) କାର୍ଯ୍ୟକାରୀ କରାଯାଇଛି । ଏହା ଅଧୀନରେ ଏକ ଢାଞ୍ଚା ଗତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଯେଉଁଥିରେ ସାମିଲ ରହିଛି ପ୍ରତିଷେଧମୂଳକ ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନାର ଭୂମିକା ଓ ଦାୟିତ୍ୱ ନିର୍ଧାରଣ ଏବଂ ଜରୁରୀକାଳୀନ ସମୟ ଭଳି ମାମଲା ପାଇଁ ଆବଶ୍ୟକ ଉପକରଣ/ଯନ୍ତ୍ରାଂଶ ଯୋଗାଡ଼ କରିବା ଯୋଜନା । ବିସିଡିଏମ୍‌ପିରେ ପ୍ରବଳତା ଦୃଷ୍ଟିରୁ ବିପର୍ଯ୍ୟୟର ବର୍ଗୀକରଣ କରାଯିବା ସହ ବ୍ୟବସ୍ଥିତ ଭାବେ ଆଲର୍ଟ (ସତର୍କ ସୂଚନା) ହାସଲ କରିବା, ତାହାକୁ ଅନୁଧ୍ୟାନ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ଢାଞ୍ଚା ନାମକ ଏକ କ୍ରୀୟାନ୍ୱୟନ ଯୋଜନା ରହିଛି ଏବଂ ବିସିଡିଏମ୍‌ପିକୁ ଲାଗୁ କରିବା କିମ୍ବା ପ୍ରତ୍ୟାହାର କରିବା ଲାଗି ବ୍ୟବସ୍ଥା ରହିଛି । ଏହି ଯୋଜନାର ପ୍ରତିକ୍ରିୟା ଯାଞ୍ଚ କରିବାଲାଗି ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି । ସଂପ୍ରତି ଜାରି ରହିଥିବା କୋଭିଡ୍‌-୧୯ ମହାମାରୀ ବିଦ୍ୟୁତ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବା ଜରୁରୀ କରିଛି କାରଣ ତାହା ଚିକିତ୍ସା ଅଧୀନରେ ଥିବା ରୋଗୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଯେକୌଣସି ପ୍ରକାର ଆପାତକାଳୀନ ସମୟ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଟିପିସିଓଡିଏଲ୍ ସର୍ବଦା ପ୍ରସ୍ତୁତ ମୁଦ୍ରାରେ ରହିଥାଏ ।

ସମୟର ଆହ୍ୱାନକୁ ବୁଝିପାରି, ଟିପିସିଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଣ୍ଟକୁ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସପ୍ରାପ୍ତ ଅଞ୍ଚଳର ବିଭିନ୍ନ ସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ ଦ୍ରୁତ ପ୍ରଶମନ ଦଳ ମୂତୟନ କରାଯାଇଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକୌଣସି ବ୍ୟକ୍ତି ୨୪ ଘଣ୍ଟିଆ କଲ୍ ସେଂଟର ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍ କରିପାରିବେ । ସୁରକ୍ଷା ପଦକ୍ଷେପ ଭାବେ ପ୍ରଭାବିତ ଅଂଚଳର ପ୍ରତିଟି ବ୍ୟକ୍ତି ଏହି ସବୁ କାର୍ଯ୍ୟ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ନିବେଦନ କରାଯାଇଛି:

 ବଜ୍ରପାତ ସମୟରେ ଘର ଭିତରେ ଥିବା କୌଣସି ତାର କିମ୍ବା ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍‌ ତାର/ଧାବତ ପାଇପ୍‌ରେ ବିଦ୍ୟୁତ ପ୍ରବାହିତ ହୁଏ
 ଅତ୍ୟଧିକ ପବନ ବହିବା, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ଗଛ କିମ୍ବା ଯେକୌଣସି ଅସ୍ଥାୟୀ ଢ଼ାଂଚାତଳେ ଆଶ୍ରୟ ନିଅନ୍ତୁ ନାହିଁ
 ଓଦା ହାତରେ କିମ୍ବା ହାଣ୍ଡ୍ ଗ୍ଲୋଭ୍‌ସ, ସୁରକ୍ଷା ଜୋତା କିମ୍ବା ଇନ୍‌ସୁଲେଟେଡ୍ ପ୍ଲାଟ୍‌ଫର୍ମ ବ୍ୟବହାର ନକରିକୌଣସି ବିଦ୍ୟୁତ ବ୍ୟବସ୍ଥାକୁ ସ୍ପର୍ଶ କରନ୍ତୁ ନାହିଁ
 ବର୍ଷା ପରବର୍ତୀ ସମୟରେ ଦ୍ରୁତ ଗତିରେ ପ୍ରଭାବିତ ହେଉଥିବା ଡ୍ରେନ୍ ପାଖରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ

ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍‌, ସିଇଓ, ଟିପିସିଓଡିଏଲ୍ କହିଛନ୍ତି ଯେ, “ବନ୍ୟା ବିପଦର ମୁକାବିଲା କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ ରହିଛୁ । ରେକର୍ଡ ସମୟ ଭିତରେ ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରଦାନ କରିବା ଏବଂ ତାହା ଯେଭଳି ଗ୍ରାହକଙ୍କୁ ସର୍ବନିମ୍ନ ପ୍ରଭାବିତ କରିବ ସେ ଦିଗର ଆମ ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ବନ୍ୟା ସମୟରେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଲୋକମାନଙ୍କୁ ଆମେ ନିବେଦନ କରୁଛୁ ।’’

ସୁରକ୍ଷା ଓ ସତର୍କତା ସହ ଟିପିସିଓଡିଏଲ୍ ଟିମ୍ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ପର୍ଯ୍ୟାୟକ୍ରମେ ଚବିଶ ଘଣ୍ଟା କାର୍ଯ୍ୟ କରୁଛି । ଉଭୟ ବଣ୍ଟନ ସମେତ ଗ୍ରାହକ ସବ୍‌-ଷ୍ଟେସନ୍‌ରେ କଂପାନି ପକ୍ଷରୁ ଉପକରଣର ସବୁ ପ୍ରକାର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଉଛି । ଯେକୌଣିସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ଲାଗି ଉତ୍ସର୍ଗୀକୃତ ଟିମ୍‌ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୂତୟନ କରାଯାଇଛି । ଆବଶ୍ୟକ ସ୍ପେୟାର୍ ପାଟ୍‌ର୍ସ, ଟୁଲ୍‌ସ ଓ ଉପକରଣ ଯଥା ଟ୍ରାନ୍ସଫର୍‌ମର୍‌, ସ୍ୱିଚ୍‌ଗିୟର୍ ଆଦିର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି ଯାହା ବିଦ୍ୟୁତ ବିଭ୍ରାଟ ସମୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଦରକାର ହେଉଥିବା ସମୟ ହ୍ରାସ କରିବ । ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ବିଦ୍ୟୁତ ଯୋଗାଣ କରିବା ଲାଗି ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରିବ ।

Leave A Reply

Your email address will not be published.