ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବିଗବସ୍ ପାଇଁ ସଲମାନ କେତେ ଟଙ୍କା ନେବେ, ଜାଣନ୍ତୁ

0

ମୁମ୍ବାଇ: ଟିଭି ପରଦାରେ ସବୁଠୁ ଲୋକପ୍ରିୟ ରିଅଲିଟି ସୋ ବିଗ୍ ବସ୍ ୧୫ ସିଜିନ ପାଇଁ ଏବେ ଆଉ ଫ୍ୟାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନାହିଁ।ବିଗ୍‌ ବସ୍ ଓଟିଟିର ଫାଇନାଲ ପରେ ପରେ ହିଁ ବିଗ ବସ ୧୫ର ପ୍ରିମିୟର ଘୋଷଣା କରାଯାଇଛି । ଚ୍ୟାନେଲ ପ୍ରମୋ ସେୟାର କରି ଏହାର ତାରିଖ ଘୋଷଣା କଲାଣି।

ବିଗ ବସ ୧୫ ଅକ୍ଟୋବର ୨ରୁ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି । କଲର୍ସ ଚ୍ୟାନେଲ ପକ୍ଷରୁ ପ୍ରୋମୋ ସେୟାର କରି କୁହାଯାଇଛି ଯେ, ଏହା ୨ ଅକ୍ଟୋବରରୁ ଆରମ୍ଭ ହେବ। ସୋମବାରରୁ ଶୁକ୍ରବାର ରାତି ସାଢେ ୧୦ଟା ପରେ ଏବଂ ଶନିବାର ରବିବାର ରାତି ସାଢେ୯ଟାରେ ଏହି ସୋ ପ୍ରସାରିତ କରାଯିବ। ପ୍ରୋମୋରୁ ଅନୁମାନ କରାଯାଉଛି ଏଥର ସୋରେ କିଛି ନୂଆ ଟୁଇଷ୍ଟ ଦେଖିବାକୁ ମିଳିପାରେ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ଏଥର ରହିବାକୁ ହେବ। ଯାହା ପ୍ରତିଯୋଗୀଙ୍କ ପାଇଁ ଅଧିକ କଷ୍ଟକର ହୋଇପାରେ।

ଅନ୍ୟପଟେ ଏହି ସୋରେ ହୋଷ୍ଟ କରିବାକୁ ଥିବା ଭାଇଜାନ ସଲମାନ ଖାନଙ୍କ ପାରିଶ୍ରାମିକକୁ ମଧ୍ୟ ନେଇ ଏବେ ଚର୍ଚ୍ଚା। ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଗ ବସ ୧୫ର ହୋଷ୍ଟ କରିବାକୁ ସଲମାନ ୩୫୦ କୋଟିର ପାରିଶ୍ରମିକ ନେବେ। ମାତ୍ର ୧୪ ସପ୍ତାହ ପାଇଁ ଏହି ସୋ ହୋଷ୍ଟ କରିବେ
ସଲମାନ।

Leave A Reply

Your email address will not be published.