ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର

0

ରାଜ୍ୟପାଳଙ୍କ ଦସ୍ତଖତ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର ଭାବେ ନିଯୁ୍‌କ୍ତି ଦେବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ତାଙ୍କ ନାମ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । ରାଜ୍ୟାଳଙ୍କ ଦସ୍ତଖତ ପରେ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଗତମାସରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ କୁମାର ମିଶ୍ର ଅବସର ପରେ ଏହି ପଦବି ଖାଲିପଡିଛି । ସୂଚନା କମିସନର ବାଳକୃଷ୍ଣ ମହାପାତ୍ର ଏବେ ଏହି ଦାୟିତ୍ୱରେ ଅଛନ୍ତି ।

୧୯୮୫ ବ୍ୟାଚ୍ ଆଇପିଏସ୍ ଶ୍ରୀ ତ୍ରିପାଠୀ ତାମିଲନାଡୁ ଡିଜିି ଭାବେ ଅବସର ନେଇଥିଲେ । କଟକର ଭେଡ଼ାରେ ଜନ୍ମିତ ଶ୍ରୀ ତ୍ରିପାଠୀଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା । ଏପରିକି ସେ ପରବର୍ତ୍ତୀ ସିଭିଓ ହେବେ ବୋଲି ବି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଥିଲା । କିନ୍ତୁ ସେ ନିଜ ରାଜ୍ୟକୁ ଫେରିଆସିଛନ୍ତି ।

Leave A Reply

Your email address will not be published.