ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର

0

ରାଜ୍ୟପାଳଙ୍କ ଦସ୍ତଖତ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର ଭାବେ ନିଯୁ୍‌କ୍ତି ଦେବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ତାଙ୍କ ନାମ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । ରାଜ୍ୟାଳଙ୍କ ଦସ୍ତଖତ ପରେ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଗତମାସରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ କୁମାର ମିଶ୍ର ଅବସର ପରେ ଏହି ପଦବି ଖାଲିପଡିଛି । ସୂଚନା କମିସନର ବାଳକୃଷ୍ଣ ମହାପାତ୍ର ଏବେ ଏହି ଦାୟିତ୍ୱରେ ଅଛନ୍ତି ।

୧୯୮୫ ବ୍ୟାଚ୍ ଆଇପିଏସ୍ ଶ୍ରୀ ତ୍ରିପାଠୀ ତାମିଲନାଡୁ ଡିଜିି ଭାବେ ଅବସର ନେଇଥିଲେ । କଟକର ଭେଡ଼ାରେ ଜନ୍ମିତ ଶ୍ରୀ ତ୍ରିପାଠୀଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା । ଏପରିକି ସେ ପରବର୍ତ୍ତୀ ସିଭିଓ ହେବେ ବୋଲି ବି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଥିଲା । କିନ୍ତୁ ସେ ନିଜ ରାଜ୍ୟକୁ ଫେରିଆସିଛନ୍ତି ।

Leave A Reply

Your email address will not be published.