ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ବଡ କଥାଟେ କହିଦେଲେ ୟେଦୁରପ୍ପା

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢୁଛି ଏବଂ ଜିତୁଛି। ବିଜେପି ନେତାମାନେ ସେମାନଙ୍କର ସବୁ ଭଲ କାମକୁ ପଛରେ ପକାଇ ପ୍ରଧାନମନ୍ତ୍ରୀଙ୍କୁ ଆଗରେ ରଖିଆସିଛନ୍ତି। ଠିକ୍ ଏମିତି ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଗୋଟିଏ ବଡ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବିଜେପି ଶିବିରରେ କମ୍ପନ ସୃଷ୍ଟି ହେଲାଣି। କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ନେତାଙ୍କୁ ସମ୍ବୋଧନ ବେଳେ ୟେଦୁରପ୍ପା କହିଛନ୍ତି ଯେ କେବଳ ମୋଦୀ ତରଙ୍ଗକୁ ନେଇ ନିର୍ବାଚନ ଜିତି ହେବ ନାହିଁ। ଦଳୀୟ କର୍ମୀମାନେ ଏ ସଂପର୍କରେ କେହି ଭ୍ରମରେ ରହିବା ଉଚିତ୍ ନୁହେଁ ଯେ ସେମାନେ ଖାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ବ୍ୟବହାର କରି ନିର୍ବାଚନ ଜିତିପାରିବେ।

ୟେଦୁରପ୍ପା କହିଛନ୍ତି, ଦଳର କର୍ମକର୍ତ୍ତାମାନେ ବିକାଶ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଚିତ୍। ଦଳ ତୃଣମୂଳଶ୍ରେଣୀର କର୍ମୀଙ୍କ ବିଶ୍ବାସ ଜିତିବା ଦରକାର ଓ ବୁଥସ୍ତରରୁ ଦଳକୁ ମଜବୁତ କରିବା ଆବଶ୍ୟକ। କାରଣ, ପ୍ରଧାନମନ୍ତ୍ରୀଙ୍କ ନାମରେ ଲୋକସଭା ନିର୍ବାଚନ ଜିତିବା ସହଜ। କିନ୍ତୁ ପ୍ରକୃତ ପରୀକ୍ଷା ହେଉଛି ଏବେ ଉପନିର୍ବାଚନରେ ଦଳ କିଭଳି ଜିତିବ। ଏଥିପାଇଁ ଦଳକୁ ସଶକ୍ତ କରିବା ଉତିତ୍।

ଏଥିରେ କୌଣସି ସନ୍ଦେନ ନାହିଁ ଯେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିବ। କିନ୍ତୁ ଦଳକୁ ମଜବୁତ ବୋଲି ସାବ୍ୟସ୍ତ କରିବାକୁ ହେଲେ ସମସ୍ତ ନିର୍ବାଚନରେ ବିଜୟ ହାସଲ କରିବାକୁ ହେବ ବୋଲି ୟେଦୁରପ୍ପା କହିଛନ୍ତି।

ୟେଦୁଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ନେତୃତ୍ବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସଂପର୍କରେ କର୍ଣ୍ଣାଟକ ବିଜେପି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛି।

ୟେଦୁରପ୍ପାଙ୍କ ରାଜ୍ୟ ଭ୍ରମଣ ଉପରେ ବିଜେପି ବ୍ରେକ୍ ଲଗାଇଥିବା କୁହାଯାଉଛି। ହେଲେ ଏହାକୁ ତାଙ୍କ ପୁଅ ମାନୁନାହାନ୍ତି। ବିଜୟନ୍ଦ୍ର କହିଛନ୍ତି, ସମସ୍ତ ବ୍ରେକ୍ ମୋ ବାପାଙ୍କ ପାଖରେ ଅଛି। ସେ ଯେତେବେଳେ ଚାହିଁବେ ବ୍ରେକ୍ ଲଗାଇପାରିବେ।

ଉଲ୍ଲେଖଥାଉକି, ୟେଦୁଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ବିଦା କରିଦିଆଯିବା ପରେ ଏହା ତାଙ୍କର ପ୍ରଥମ ବଡ ବୟାନ। ଯେହେତୁ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ୟେଦୁ କହିଛନ୍ତି, ଏହାକୁ କେହି ଗ୍ରହଣ କରିବା ସ୍ଥିତିରେ ନାହାନ୍ତି।

Leave A Reply

Your email address will not be published.