ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବଡ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ…

0

ନୂଆଦିଲ୍ଲୀ: ପାକିସ୍ତାନ ଷଡଯନ୍ତ୍ରକୁ ଭଣ୍ଡୁର କଲା ଭାରତୀୟ ସେନା। ଜମ୍ମୁ କାଶ୍ମୀର ଉରିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ପୂର୍ବରୁ ପାକିସ୍ତାନ ପଟୁ ଆତଙ୍କବାଦୀ ମାନେ ଅନୁପ୍ରବେଶ ନେଇ ଉଦ୍ୟମ କରୁଥିଲେ। ଯାହାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା। ଏହା ସହ ଲସ୍କର ଏ ତୋଇବାର ଏକ ୧୯ ବର୍ଷୀୟ ଆତଙ୍କବାଦୀଙ୍କୁ ଜୀବନ୍ତ ଅବସ୍ଥାରେ ଧରିବାରେ ସଫଳ ହୋଇଛନ୍ତି ଯବାନ।

ସେନା ଅଧିକାରୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ନେଇ ପୁରା ସୂଚନା ଦିଆଯାଇଛି। ଅପରେସନଟି ସେପ୍ଟେମ୍ବର ୧୮,୧୯ରେ ଆରମ୍ଭ ହୋଇଥିଲା। ସେହି ସମୟରେ ଯବାନ ମାନେ ପାଟ୍ରୋଲିଂ ସମୟରେ ବର୍ଡରରେ ଆତଙ୍କବାଦୀ ମାନେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ। ଗତ ୭ ଦିନରେ ୭ ଆତଙ୍କବାଦୀଙ୍କୁ ନିପାତ କରିପାରେ ସଫଳ ହୋଇଛନ୍ତି ଭାରତୀୟ ସେନା। କିନ୍ତୁ ଯେଉଁ ଆତଙ୍କବାଦୀକୁ ଏବେ ଜୀବନ୍ତ ଧରାହୋଇଛି ତାର ବୟସ ମାତ୍ର ୧୯ ବର୍ଷ। ଆତଙ୍କବାଦୀର ନାଁ ହେଉଛି ଅଲ୍ଲୀ ବାବର।

ଆତଙ୍କବାଦୀ ଅଲ ବାବର ଲସ୍କର ଏ ତୋଇବା ସଂଗଠନର ବୋଲି ଜଣାପଡିଛି। ପାକିସ୍ତାନର ପଞ୍ଜାବ ନିକଟସ୍ଥ ଦିପଲପୁରର ଗାଁରୁ ଆସିଥିବା ଆତଙ୍କବାଦୀ ଅଲ୍ଲୀ ବାବର କେବଳ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି। ବାପାଙ୍କ ମୃତ୍ୟୁ ପରେ ଏତେ କମ ବୟସରେ ଲସ୍କର ଏ ତୋଇବା ସଂଗଠନ ସହ ହାତ ମିଳାଇଥିଲା ଅଲ୍ଲୀ ବାବର। ୨୦୧୯ରେ ସେ ଆତ୍‌ଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ନେଇଥିଲା ଏବଂ ଏବେ ଭାରତରେ ଅନୁପ୍ରବେଶ କରି ବଡ଼ ଧରଣର ଆକ୍ରମଣ କରିବା ନେଇ ପ୍ରସ୍ତୁତ ହୋଇଥିଲା।

ସେପ୍ଟମ୍ବର ୨୫ରେ ଅପରେସନ ସମୟରେ ପାକିସ୍ତାନ ଆତଙ୍କୀ ଅତୀକ ଉର ରେହମାନକୁ ଗୁଳି କରି ମାରିଥିଲେ ଭାରତୀୟ ସେନା। ରେହମାନ ସହ ଭାରତକୁ ଅନୁପ୍ରବେଶ କରୁଥିବା ଆଉ ଜଣେ ଆତଙ୍କୀକୁ ମଧ୍ୟ କାବୁ କରାଯାଇଥିଲା। କିନ୍ତୁ ତାର ପରିଚୟ ଜଣାପଡିନଥିଲା। ଉରିରେ ସୁରକ୍ଷାବଳ ଗତ ୧୦ ଦିନ ହେବ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ସେପ୍ଟେମ୍ବର ୧୮,୧୯ରେ ପାଖାପାଖି ୬ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଭାରତୀୟ ସେନା ଜଣକୁ ମାରିଥିଲେ । ଏ ସମସ୍ତ ଆତଙ୍କବାଦୀ ଭାରତରେ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆସୁଥିଲେ ।

Leave A Reply

Your email address will not be published.