ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ବଡ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ…

0

ନୂଆଦିଲ୍ଲୀ: ପାକିସ୍ତାନ ଷଡଯନ୍ତ୍ରକୁ ଭଣ୍ଡୁର କଲା ଭାରତୀୟ ସେନା। ଜମ୍ମୁ କାଶ୍ମୀର ଉରିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ପୂର୍ବରୁ ପାକିସ୍ତାନ ପଟୁ ଆତଙ୍କବାଦୀ ମାନେ ଅନୁପ୍ରବେଶ ନେଇ ଉଦ୍ୟମ କରୁଥିଲେ। ଯାହାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା। ଏହା ସହ ଲସ୍କର ଏ ତୋଇବାର ଏକ ୧୯ ବର୍ଷୀୟ ଆତଙ୍କବାଦୀଙ୍କୁ ଜୀବନ୍ତ ଅବସ୍ଥାରେ ଧରିବାରେ ସଫଳ ହୋଇଛନ୍ତି ଯବାନ।

ସେନା ଅଧିକାରୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ନେଇ ପୁରା ସୂଚନା ଦିଆଯାଇଛି। ଅପରେସନଟି ସେପ୍ଟେମ୍ବର ୧୮,୧୯ରେ ଆରମ୍ଭ ହୋଇଥିଲା। ସେହି ସମୟରେ ଯବାନ ମାନେ ପାଟ୍ରୋଲିଂ ସମୟରେ ବର୍ଡରରେ ଆତଙ୍କବାଦୀ ମାନେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ। ଗତ ୭ ଦିନରେ ୭ ଆତଙ୍କବାଦୀଙ୍କୁ ନିପାତ କରିପାରେ ସଫଳ ହୋଇଛନ୍ତି ଭାରତୀୟ ସେନା। କିନ୍ତୁ ଯେଉଁ ଆତଙ୍କବାଦୀକୁ ଏବେ ଜୀବନ୍ତ ଧରାହୋଇଛି ତାର ବୟସ ମାତ୍ର ୧୯ ବର୍ଷ। ଆତଙ୍କବାଦୀର ନାଁ ହେଉଛି ଅଲ୍ଲୀ ବାବର।

ଆତଙ୍କବାଦୀ ଅଲ ବାବର ଲସ୍କର ଏ ତୋଇବା ସଂଗଠନର ବୋଲି ଜଣାପଡିଛି। ପାକିସ୍ତାନର ପଞ୍ଜାବ ନିକଟସ୍ଥ ଦିପଲପୁରର ଗାଁରୁ ଆସିଥିବା ଆତଙ୍କବାଦୀ ଅଲ୍ଲୀ ବାବର କେବଳ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି। ବାପାଙ୍କ ମୃତ୍ୟୁ ପରେ ଏତେ କମ ବୟସରେ ଲସ୍କର ଏ ତୋଇବା ସଂଗଠନ ସହ ହାତ ମିଳାଇଥିଲା ଅଲ୍ଲୀ ବାବର। ୨୦୧୯ରେ ସେ ଆତ୍‌ଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ନେଇଥିଲା ଏବଂ ଏବେ ଭାରତରେ ଅନୁପ୍ରବେଶ କରି ବଡ଼ ଧରଣର ଆକ୍ରମଣ କରିବା ନେଇ ପ୍ରସ୍ତୁତ ହୋଇଥିଲା।

ସେପ୍ଟମ୍ବର ୨୫ରେ ଅପରେସନ ସମୟରେ ପାକିସ୍ତାନ ଆତଙ୍କୀ ଅତୀକ ଉର ରେହମାନକୁ ଗୁଳି କରି ମାରିଥିଲେ ଭାରତୀୟ ସେନା। ରେହମାନ ସହ ଭାରତକୁ ଅନୁପ୍ରବେଶ କରୁଥିବା ଆଉ ଜଣେ ଆତଙ୍କୀକୁ ମଧ୍ୟ କାବୁ କରାଯାଇଥିଲା। କିନ୍ତୁ ତାର ପରିଚୟ ଜଣାପଡିନଥିଲା। ଉରିରେ ସୁରକ୍ଷାବଳ ଗତ ୧୦ ଦିନ ହେବ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ସେପ୍ଟେମ୍ବର ୧୮,୧୯ରେ ପାଖାପାଖି ୬ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଭାରତୀୟ ସେନା ଜଣକୁ ମାରିଥିଲେ । ଏ ସମସ୍ତ ଆତଙ୍କବାଦୀ ଭାରତରେ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆସୁଥିଲେ ।

Leave A Reply

Your email address will not be published.