ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସଙ୍ଗୀତ ଜଗତର କିମ୍ବଦନ୍ତୀଙ୍କୁ ୯୨ ଛୁଇଁଲା

0

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଜଗତର କୋକିଳ କଣ୍ଠୀ ତଥା ସମସ୍ତଙ୍କ ପ୍ରିୟ ଲତା ମଙ୍ଗେସକର ଆଜି ୯୨ ବର୍ଷରେ ପାଦ ଦେଇଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ ଲତା। ବାପା ଦୀନନାଥ ମଙ୍ଗେସକର ଥିଲେ ତାଙ୍କ ସମୟରେ ଜଣେ ଜଣାଶୁଣା ଶାସ୍ତ୍ରୀୟ ଗାୟକ। ଏକ ଥିଏଟର କମ୍ପାନିର ମାଲିକ ମଧ୍ୟ ସେ ଥିଲେ। ମାତ୍ର ୫ ବର୍ଷ ବୟସରୁ ଦୀନନାଥ ଝିଅକୁ ସଂଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ। ୧୯୪୨ ମସିହାରେ ପରଲୋକ ହୋଇଥିଲା ଲତାଙ୍କ ବାପା ଦୀନନାଥ ମଙ୍ଗେସକର। ବଡ଼ ପିଲା ହିସାବରେ ପୁରା ପରିବାରର ଦାୟିତ୍ୱ ଆସିଯାଇଥିଲା ଲତାଙ୍କ ଉପରକୁ। ତେଣୁ ସେ ୧୯୪୨ରୁ ୧୯୪୮ ମସିହା ପର୍ଯ୍ୟନ୍ତ ବାଧ୍ୟ ହୋଇ ଟଙ୍କା ରୋଜଗାର କରିବାକୁ ଚଳିଚିତ୍ର ଗୁଡିକରେ ଅଭିନୟ କରିବା ଆରମ୍ଭ କରିଥିଲେ।

ପାଖାପାଖି ୮ଟି ହିନ୍ଦୀ ଓ ମରାଠୀ ଫିଲ୍ମରେ ସେ ଅଭିନୟ କରିଥିଲେ। ଆଉ ଏକ ମରାଠୀ ଫିଲ୍ମରେ ସେ ଜୀବନର ପ୍ରଥମ ଗୀତଟି ଯେଉଁ ଗାଇଥିଲେ ତାହା ଫିଲ୍ମ ରିଲିଜ ହେବା ବେଳକୁ କଟିଯାଇଥିଲା। ତେବେ ୧୯୪୮ ମସିହାରେ ସେ ମଜବୁର ଫିଲ୍ମରେ ନିଜର ପ୍ରଥମ ଚଳଟ୍ଟିତ୍ର ସଂଗୀତ ଗାନ କରିଥିଲେ । ଗୁଲାମ ହାଇଦରଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଏହି ଗୀତଟି ଗାଇଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ।

ଗତ ୫୦ ବର୍ଷ ଧରି ସେ ବଲିଉଡ ଫିଲ୍ମରେ ନର୍ଗିସଙ୍କଠୁ ଆରମ୍ଭ କରି ପ୍ରୀତିଜିଣ୍ଟାଙ୍କ ପର୍ଯ୍ୟନ୍ତ କେତେକେତେ ହିରୋଇନଙ୍କ ପାଇଁ କଣ୍ଠଦାନ କରିଛନ୍ତି । ୧୯୪୮ରୁ ୧୯୮୭ ମସିହା ଭିତରେ ଲତା ମଙ୍ଗେସକର ୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇ ସାରିଥିଲେ। ଯାହା କି ଏକ ବିରଳ ବିଶ୍ୱ ରେକର୍ଡ ବୋଲି ବିବେଚିତ ହୋଇଥାଏ। ଏବେ ତାଙ୍କ ଗୀତ ସଂଖ୍ୟା ୫୦ ହଜାର ଛୁଇଁଲାଣି ବୋଲି କୁହାଯାଉଛି।

୧୯୬୩ ମସିହାରେ ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକବୋଧ ଗୀତ ଏ ମେରୋ ବତନ କି ଲୋଗୋଁ ଲୋକଙ୍କ ମନକୁ ବହୁତ ଛୁଇଁଥିଲା ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତଟି ଶୁଣି ଭାବବିହ୍ୱଳ ହୋଇପଡିଥିଲେ। ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇ୍‌ଥିଲା ।

ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ। ସଙ୍ଗୀତରେ ତାଙ୍କ ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନର ସମ୍ମାନୀତ ହୋଇଛନ୍ତି । ୧୯୫୮ରେ ତାଙ୍କୁ ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ୧୯୬୯ ମସିହାରେ ପଦ୍ମ ଭୂଷଣ, ୧୯୮୯ ମସିହାରେ ଦାଦା ସାହେବ ଫାଲକେ ଆୱାର୍ଡ, ୧୯୯୩ରେ ଜୀବନ ବ୍ୟାପି ସାଧନା ପୁରସ୍କାର, ୧୯୯୭ରେ ମହରାଷ୍ଟ୍ର ଭୂଷଣ ପୁରସ୍କାର, ୧୯୯୯ରେ ପଦ୍ମ ବିଭୂଷଣ,୨୦୦୧ରେ ଭାରତ ରତ୍ନ,୨୦୦୯ ମସିହାରେ ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ ମିଳିଥିଲା।

ଆଜି ଲତା ମଙ୍ଗେସକରଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତା ବିଶାଳ ଭରଦ୍ୱାଜ ଓ ଗୀତିକାର ଗୁଲଜାର ଲତାଙ୍କ ଏକ ଗୀତ ରେକର୍ଡ କରିଥିଲେ।, ଯାହାକି ୨୬ ବର୍ଷ ପୂର୍ବର। ୨୬ ବର୍ଷ ପୂର୍ବରୁ ରେକର୍ଡ ହୋଇଥିବା ଏହି ଗୀତ ଆଜି ତାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ । ‘ଠିକ ନହିଁ ଲଗତା’ ଗୀତ ଏକ ଫିଲ୍ମ ପାଇଁ ରେକର୍ଡ ହୋଇଥିଲା । କିନ୍ତୁ ଗୀତଟି ମୁକ୍ତିଲାଭ କରିପାରିନଥିଲା।

Leave A Reply

Your email address will not be published.