ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୟଙ୍କର ବିସ୍ଫୋରଣରେ ଭୁଶୁଡିଲା ଥାନା

0

ଭୁବନେଶ୍ବର: ଥାନା ଭିତରେ ଭୟଙ୍କର ବିସ୍ପୋରଣ। ବିସ୍ଫୋରଣରେ ଭୁଶୁଡିଲା ଥାନାର କାନ୍ଥ। ଉଡିଗଲା ଛାତ। ପୁରୀ ବଳଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଢଙ୍ଗରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡମଣ୍ଡଳ ଥରିଉଠିଥିଲା। ପୂରା ଥାନା ଏବେ ମାଟିରେ ମିଶିଯାଇଛି। ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଅଳ୍ପକେ କର୍ମଚାରୀ ରକ୍ଷା ପାଇ ଯାଇଛନ୍ତି।

ମିଳିଥିବା ସୂଚନା ଅନୂସାରେ, କୌଣସି ବିସ୍ଫୋରକ ସାମଗ୍ରୀ ଜବତ କରି ଥାନା ଭିତରେ ରଖାଯାଇଥିଲା। ହେଲେ ଏସବୁ ସାମଗ୍ରୀ କୌଣସି କାରଣବଶତଃ ବିସ୍ଫୋରଣ ହୋଇଯାଇଥିବା ଅନୁମାନ କରାଯାଉଛି। ଥାନାର ଛାତ ଓ କାନ୍ଥ ଭୁଶୁଡ଼ିପଡିବାରୁ ଅନେକ ଆସବାବପତ୍ର ନଷ୍ଟ ହୋଇଯାଇଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁ ତଳେ ଚାପି ହୋଇରହିଛି।

ବିସ୍ଫୋରଣର ଶଦ୍ଦ ଅତି ପ୍ରଚଣ୍ଡ ଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ। ହଠାତ କ’ଣ ହେଲା କେହି ଜାଣିପାରିନଥିଲେ। ଥାନା ଉପରେ ବୋମାମାଡ଼ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ପରେ ଜବତ ବିସ୍ଫୋରକ ସାମଗ୍ରୀ ଫୁଟି ଏଭଳି ଅଘଟଣ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ପୁରୀ ଏସପି ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ଘଟିଲା ସେ ନେଇ ତଦାରଖ କରୁଛନ୍ତି।

ଏସଡିପିଓ କହିଛନ୍ତି, ତଦନ୍ତ କରେ ପ୍ରକୃତ କାରଣ ଜଣାପଡିବ। ତେବେ ସବୁଠୁ ବଡ଼ କଥା ହେଉଛି ବିସ୍ଫୋରଣ କାହାର ଜୀବନ ପ୍ରତି ଆଞ୍ଚ ଆଣିନାହିଁ। ବଳଙ୍ଗା ଥାନା ଉପରେ ନିମାପଡା, ସତ୍ୟବାଦୀ ସମେତ ପିପିଲି ବ୍ଲକର ଅନେକ ଗ୍ରାମବାସୀ ନିର୍ଭର କରନ୍ତି।

Leave A Reply

Your email address will not be published.