ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଭୟଙ୍କର ବିସ୍ଫୋରଣରେ ଭୁଶୁଡିଲା ଥାନା

0

ଭୁବନେଶ୍ବର: ଥାନା ଭିତରେ ଭୟଙ୍କର ବିସ୍ପୋରଣ। ବିସ୍ଫୋରଣରେ ଭୁଶୁଡିଲା ଥାନାର କାନ୍ଥ। ଉଡିଗଲା ଛାତ। ପୁରୀ ବଳଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଢଙ୍ଗରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡମଣ୍ଡଳ ଥରିଉଠିଥିଲା। ପୂରା ଥାନା ଏବେ ମାଟିରେ ମିଶିଯାଇଛି। ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଅଳ୍ପକେ କର୍ମଚାରୀ ରକ୍ଷା ପାଇ ଯାଇଛନ୍ତି।

ମିଳିଥିବା ସୂଚନା ଅନୂସାରେ, କୌଣସି ବିସ୍ଫୋରକ ସାମଗ୍ରୀ ଜବତ କରି ଥାନା ଭିତରେ ରଖାଯାଇଥିଲା। ହେଲେ ଏସବୁ ସାମଗ୍ରୀ କୌଣସି କାରଣବଶତଃ ବିସ୍ଫୋରଣ ହୋଇଯାଇଥିବା ଅନୁମାନ କରାଯାଉଛି। ଥାନାର ଛାତ ଓ କାନ୍ଥ ଭୁଶୁଡ଼ିପଡିବାରୁ ଅନେକ ଆସବାବପତ୍ର ନଷ୍ଟ ହୋଇଯାଇଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁ ତଳେ ଚାପି ହୋଇରହିଛି।

ବିସ୍ଫୋରଣର ଶଦ୍ଦ ଅତି ପ୍ରଚଣ୍ଡ ଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ। ହଠାତ କ’ଣ ହେଲା କେହି ଜାଣିପାରିନଥିଲେ। ଥାନା ଉପରେ ବୋମାମାଡ଼ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ପରେ ଜବତ ବିସ୍ଫୋରକ ସାମଗ୍ରୀ ଫୁଟି ଏଭଳି ଅଘଟଣ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ପୁରୀ ଏସପି ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ଘଟିଲା ସେ ନେଇ ତଦାରଖ କରୁଛନ୍ତି।

ଏସଡିପିଓ କହିଛନ୍ତି, ତଦନ୍ତ କରେ ପ୍ରକୃତ କାରଣ ଜଣାପଡିବ। ତେବେ ସବୁଠୁ ବଡ଼ କଥା ହେଉଛି ବିସ୍ଫୋରଣ କାହାର ଜୀବନ ପ୍ରତି ଆଞ୍ଚ ଆଣିନାହିଁ। ବଳଙ୍ଗା ଥାନା ଉପରେ ନିମାପଡା, ସତ୍ୟବାଦୀ ସମେତ ପିପିଲି ବ୍ଲକର ଅନେକ ଗ୍ରାମବାସୀ ନିର୍ଭର କରନ୍ତି।

Leave A Reply

Your email address will not be published.