ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ପିପିଲି କହୁଛି ଭିନ୍ନ କଥା…

0

ବିଜେପି ଶିବିରରେ ହୋଇପାରେ ବଡ ପରିବର୍ତ୍ତନ, ହଲଚଲ ହେଲେଣି ବିଜୟ

ଦକ୍ଷ ପ୍ରାର୍ଥୀ ପାଇ ବି ୨୦୧୮ ବିଜେପୁର ଭଳି ବଡ ଲଢେଇ ଲଢିଲେନି ପଦ୍ମ ଦଳିଆ

ଭୁବନେଶ୍ବର ଉପକଣ୍ଠରେ ବି ତାକତ ଦେଖାଇବାକୁ ସକ୍ଷମ ହୋଇପାରିନି କଂଗ୍ରେସ

ଶେଷ ସ୍ପର୍ଶ ଦେଲେନି ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ନେତା ଧରିଲେ ମଙ୍ଗ

କିଏ ହେବେ ପ୍ରଦୀପଙ୍କ ଉତ୍ତରାଧିକାରୀ, ୩୦ରେ ବାଛିବେ ପିପିଲି, ଡେଲାଙ୍ଗବାସୀ

ଭୁବନେଶ୍ବର: ଆଉ ୪୮ ଘଣ୍ଟା ପରେ ପିପିଲି ନିର୍ବାଚନମଣ୍ଡଳୀର ଭୋଟର ଜଣାଇବେ ଯେ ଦିବଂଗତ ବିଧାୟକ ତଥା ସେମାନଙ୍କର ପ୍ରିୟ ନେତା ପ୍ରଦୀପ ମହାରଥୀଙ୍କର ଉତ୍ତରାଧିକାରୀ ହେବାକୁ କିଏ ଯୋଗ୍ୟ। ପ୍ରଦୀପଙ୍କ ପୁଅ ବିଜେଡି ପ୍ରାର୍ଥୀ ରୁଦ୍ର ନା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କିମ୍ବା କଂଗ୍ରେସର ବିଶ୍ବକେଶନ ହରିଚନ୍ଦନ। ଭୋଟର ତାଙ୍କ ରାୟ ଶୁଣାଇବା ପୂର୍ବରୁ ଉପ-ନିର୍ବାଚନ ଲାଗି ପ୍ରଶାସନର ପ୍ରସ୍ତୁତି ଆପାତତଃ ଶେଷ ହୋଇଛି। ଗତକାଲି ସବୁ ଦଳର ହେଭିଓ୍ବେଟ୍ ନେତା ନିର୍ବାଚନମଣ୍ଡଳୀରେ ଶେଷ ସ୍ପର୍ଶ ଦେଇଛନ୍ତି ଓ ଆଜି ଭୁବନେଶ୍ବରରେ ବସି ହିସାବକିତାବ ଆରମ୍ଭ କଲେଣି। ଆଉ କେଉଁଠି କଣ ଭୁଲ ରହିଗଲା, ତାକୁ ସଜାଡିବା ଲାଗି ବି ପ୍ରସ୍ତୁତିରେ ଲାଗିଛନ୍ତି।

ଏହି ନିର୍ବାଚନ କିନ୍ତୁ ରାଜ୍ୟ ରାଜନୀତି ପାଇଁ ବିଶେଷ ସଙ୍କେତ ଦେଉଛି। ଭାରତୀୟ ଜନତା ପାର୍ଟି ଯେଉଁ ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଥିଲା, ସେଥିରୁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ବାଦ୍ ପଡିଥିବା ସେଦିନ ଚର୍ଚ୍ଚା ହୋଇଥିଲା। କାହିଁକି ବିଜୟଙ୍କୁ ବିଜେପି ମୁଖ୍ୟ ରାଜନୀତିରୁ ଦୂରେଇ ରଖୁଛି, ତାହା ଏବେ ରାଜ୍ୟ ରାଜନୀତିରେ ତର୍ଜମା ଚାଲିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜୟ ଏହି ଘଟଣାକୁ ଅତି ଗୁରୁତ୍ବର ସହିତ ନେଇଛନ୍ତି। ଓଡ଼ିଶା ରାଜନୀତିରେ ନୂଆ ଗୋଟିଚାଳନା ଆରମ୍ଭ କରିଦେଇସାରିଲେଣି। ଏହା ବିଜେପିକୁ ବେଶୀ ମହଙ୍ଗା ପଡିପାରେ, ବିଜେଡିକୁ କମ୍।

ଅନ୍ୟପଟରେ କୌତୂହଳ ବିଷୟଟି କିନ୍ତୁ ହେଲା, ଯେଉଁମାନଙ୍କ ନାମ ବିଜେପି ନେତାମାନେ ଷ୍ଟାର ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ପ୍ରଚାରରେ ସାମିଲ ହେଲେନି। ନିର୍ବାଚନ ପ୍ରଚାର ଜୋର ଧରିବା ପୂର୍ବରୁ ତଥା ଗତମାସ ୨୦ ତାରିଖ ବେଳକୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଲି ଫେରିଯାଇଥିଲେ। ପରେ ପରେ ମନ୍ତ୍ରୀ ବିଶେଶ୍ବର ଟୁଡୁ ବି। ଏହାର ପ୍ରଭାବ ନିର୍ବାଚନ ରାଜନୀତିରେ ପଡିଥିବ, ସେଭଳି ମନେ କରିବା ଉଚିତ୍ ନୁହେଁ। ନିର୍ବାଚନ ସମୟରେ କିନ୍ତୁ ଭୋଟ ରାଜନୀତିକୁ ଚଳଚଞ୍ଚଳ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ଯାଇଥିଲେ। ସେହିପରି ଅପରାଜିତା ଷଡଙ୍ଗୀ ବି। ସମସ୍ତ ୨୦ଜଣ ନେତା ବଳ କଷିଥିଲେ, ମଇଦାନରେ ନିର୍ବାଚନ କୋଳାହଳ କିଛି ଅଲଗା ହୋଇଥାନ୍ତା। ହେଲେ ସେମିତି କିଛି ବି ହେଲାନି। ଅତି ସଂକ୍ଷେପରେ କହିବାକୁ ଗଲେ ଦମଦାର ପ୍ରାର୍ଥୀ ଥାଇ ବି ୨୦୧୮ ବିଜେପୁର ଲଢେଇ ବିଜେପି ପିପିଲିରେ ଲଢେନି। କାହିଁକି ବିଜେପି ଏଭଳି କରିଛି, ତାହା ସେମାନଙ୍କୁ ଜଣା। କିନ୍ତୁ ଏହି ଉପନିର୍ବାଚନର ଏକ ବଡ଼ ପ୍ରଭାବ ସେମାନଙ୍କ ଦଳର ଆଭ୍ୟନ୍ତରୀଣ ରାଜନୀତି ଉପରେ ବି ପଡିବାକୁ ଯାଉଛି।

କଂଗ୍ରେସ କଥା ନ କହିବା ଭଲ। ବହୁ ଆଡମ୍ବରରେ ଲଘୁକ୍ରିୟା। ଭୁବନେଶ୍ବରରେ ଯେତିକି ନେତା ବସିଥିଲେ, ସେମାନେ ସମସ୍ତେ ପିପିଲିରେ ଦେଖାଗଲେନି। ପିପିଲି ଭଳି ଭୁବନେଶ୍ବର ଉପକଣ୍ଠରେ ଥିବା ଗୁରୁତ୍ବପୂର୍ଣ୍ଣ ଆସନକୁ କଂଗ୍ରେସ ଦଳ ଅଣଦେଖା କରିବା ଘଟଣା ରାଜନୈତିକ ମହଲକୁ ବ୍ୟଥିତ କରିଛି। କଂଗ୍ରେସ ତାର ଦୁର୍ଗ ହରାଇବା ପରେ ବି ଶିଖୁନି। ପିସିସି ସଭାପତିଙ୍କ ନିର୍ବାଚନ ମୁକାବିଲା କୌଶଳକୁ ନେଇ ବି ଦଳର ଅଧିକାଂଶ ନେତା ଅସୁଖୀ। ଏଭଳି ପରିସ୍ଥିତିରେ ନିର୍ବାଚନର ଫଳାଫଳ କଣ ହେବ, କେତେ ଭୋଟ କଂଗ୍ରେସ ପାଇବ, ତାହା ଆକଳନ କରିବା ମୁସ୍କିଲ୍। ଗୋଟିଏ ସମୟରେ କଂଗ୍ରେସ ଏଠାରେ ଜନତା ଦଳ ଓ ବିଜେଡି ସହିତ ଲଢୁଥିଲା। ଗତ ନିର୍ବାଚନ ସମୟରୁ ତୃତୀୟ ନମ୍ବର ସ୍ଥାନକୁ ଖସିଆସିଛି। କଂଗ୍ରେସର ଯୁବ ନେତା ଏବେ ବିଜେପି ପ୍ରାର୍ଥୀ। ତାହା ବି ଦଳର ନେତାଙ୍କୁ ବାଧିଲା ନାହିଁ। ପିପିଲି ଉପନିର୍ବାଚନ ପରେ କଂଗ୍ରେସରୁ ଯଦି ଆଉ କିଛି ନେତା ମୁହଁ ଫେରାଇ ନିଅନ୍ତି, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ।

ବିଜେଡିର ସ୍ବାଭାବିକ ଆଚରଣ ହେଉଛି, ସେ ଛୋଟ ହେଉ କିମ୍ବା ବଡ; ସବୁ ନିର୍ବାଚନକୁ ଅତି ଗୁରୁତ୍ବ ଦେଇଥାଏ। ଦଳର ହାଇକମାଣ୍ଡ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ମାଳ ମାଳ ନେତା ଯାଇ ଏଭଳି ସମରସଜ୍ଜା କରିଥାନ୍ତି, ଅନ୍ୟମାନଙ୍କ ପାଇଁ ସ୍ଥାନ ମିଳିବା କାଠିକର ପାଠ। ଏଠାରେ ବି ସେୟା ହୋଇଛି। ହାତଗଣତି ନେତାଙ୍କୁ ବାଦ୍ ଦେଲେ ଉପନିର୍ବାଚନରେ ପୂରା ଟିମ୍ କସରତ କରିଛନ୍ତି। ହେଲେ ଶେଷ ପର୍ଯ୍ୟାୟରେ ବିଜେଡି ମୁଖିଆ ନିର୍ବାଚନ ଠାରୁ ଦୂରେଇ ରହିଛନ୍ତି। ସେ ଏବେ ଦିଲ୍ଲୀରେ। ଶେଷ ପର୍ଯ୍ୟାୟରେ ନବୀନ ଆଉ ନା ଡିଜିଟାଲ ପ୍ରଚାର କରିଛନ୍ତି ନା ପିପିଲି ଯାଇଛନ୍ତି। ସମ୍ଭବତଃ ବିଜେଡି ଇତିହାସରେ ଏହା ପ୍ରଥମ ନିର୍ବାଚନ ହେବ, ଯେ​ଉଁଥିରେ କି ନବୀନ ଶେଷ ସ୍ପର୍ଶ ଦେଲେ ନାହିଁ। ଅବଶ୍ୟ ପୂର୍ବରୁ ପିପିଲି ଦାୟିତ୍ବ ନେବେ ବୋଲି ନବୀନ କହିସାରିଛନ୍ତି। ତା’ ପରେ ନିର୍ବାଚନ ପୁଣି ସ୍ଥଗିତ ହୋଇଥିଲା, କରୋନା ଲାଗି।

ରାଜନୈତିକ ମହଲ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସେମାନଙ୍କର କହିବା କଥା ହେଉଛି, ଏହି ଉପନିର୍ବାଚନ ପ୍ରମାଣ କରିଦେବ, ନବୀନଙ୍କ ଅବର୍ତ୍ତମାନରେ ବି ବିଜେଡି ନିର୍ବାଚନ ଜିତିବାକୁ ସମର୍ଥ। ସମ୍ଭବତଃ ଏହା ଦଳର ଯୋଜନାବଦ୍ଧ ରଣନୀତିର ଗୋଟିଏ ଅଂଶ ହୋଇଥାଇପାରେ। ନବୀନ ପ୍ରଥମ ପର୍ଯ୍ୟାୟରେ ୬୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଡିଜିଟାଲରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଦୁଇଟି ଯାକ ପର୍ଯ୍ୟାୟରେ ନିର୍ବାଚନ ବନ୍ଦ ହୋଇଛି।ଥରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ, ଦ୍ବିତୀୟରେ କରୋନା ସଂକ୍ରମଣ ନିର୍ବାଚନ ବାଟରେ କଣ୍ଟା ସାଜିଲା। ଫଳରେ ପିପିଲି ବିଧାନସଭା ଆସନ ପାଖାପାଖି ବର୍ଷେ ହେଲାଣି ପ୍ରତିନିଧିଶୂନ୍ୟ ହୋଇ ପଡିରହିଛି।

Leave A Reply

Your email address will not be published.