ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

‘ହାତ ଛାଡିବି,ପଦ୍ମ ଧରିବିନି’

0

ନୂଆଦିଲ୍ଲୀ: ମୁଁ କଂଗ୍ରେସରେ ରହିବନି କିନ୍ତୁ ବିଜେପିରେ ବି ଯୋଗ ଦେବିନାହିଁ। ପ୍ରଥମେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ପରେ ଜାତୀୟ ଗଣମାଧ୍ୟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେ ଅମରିନ୍ଦର ଆହୁରି କହିଛନ୍ତି ଯେ ସେ ଆଉ ଅପମାନ ବରଦାସ୍ତ କରିବେ ନାହିଁ। ସେଥିପାଇଁ ସେ କଂଗ୍ରେସ ଛାଡିବା ନେଇ ନିଷ୍ପତ୍ତି ନେଉଛନ୍ତି। ଏଥିସହିତ ଅମରିନ୍ଦରଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଏବେ ପୁଣି ଥରେ ନୂଆ ମୋଡ ନେଇଛି।

ସେପଟେ ନବଜୋତ ସିଂହ ସିଦ୍ଧୁ ଆଜି ମୁଖ୍ୟମନ୍ତ୍ରୀ ଚରଣଚିତ ସିଂହ ଚନ୍ନିଙ୍କୁ ସାକ୍ଷାତ କରିଛନ୍ତି। ଦଳ ପକ୍ଷରୁ ମଧ୍ୟ ସଙ୍କେତ ଦିଆଯାଇଛି ଯେ ସିଦ୍ଧୁଙ୍କୁ ମନାଇ ପୁଣି ତାଙ୍କ ଦାୟିତ୍ବ ଫେରାଇ ଦିଆଯିବ। ତାଙ୍କ ଇସ୍ତଫା ପତ୍ର ଏଯାଏ ଗ୍ରହଣ କରାଯାଇନାହିଁ।

ଏଠାରେ ଉଲ୍ଲେଖଥାଉକି, ପଞ୍ଜାବ ରାଜନୀତି ଦିନକୁ ଦିନ ରଙ୍ଗ ବଦଳାଉଛି। କଂଗ୍ରେସ ଦଳ ଭିତରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଘଟୁଛି। ଦିଲ୍ଲୀରୁ ପଞ୍ଜାବ ଯାଏ ଏବେ ସବୁଠି ରାଜନୀତି ସରଗରମ। ଦିନେ ମଙ୍ଗ ଧରୁଥିବା ନେତା ଏବେ ବିଜେପି କ୍ୟାମ୍ପକୁ ଢଳୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ମିଳିଥିବା ନେତା ନୈତିକତାର ଦ୍ୱାହି ଦେଇ ପଛକୁ ହଟିଛନ୍ତି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ କ୍ୟାପଟେନ ଅମରିନ୍ଦର ସିଂହ ଗୁରୁବାର ନୂଆ ଧମାକା କରିଛନ୍ତି। କଂଗ୍ରେସ ଛାଡିବା ନେଇ ଘୋଷଣା କରିବା ସହିତ କଂଗ୍ରେସ ସହ ୪ ଦଶନ୍ଧି ଧରି ଥିବା ସଂପର୍କକୁ ତୁଟାଇବେ ଅମରିନ୍ଦର। ଯେହେତୁ ସେ ବିଜେପିରେ ଯୋଗଦେଉନାହାନ୍ତି, ଏଣୁ ଆସନ୍ତା ଦିନରେ ତାଙ୍କର ରାଜନୀତି ଗୋଟିଚାଳନା କଣ ହେବ, ଏବେ ତାହାରି ଉପରେ ସମସ୍ତଙ୍କ ନଜର ରହିଛି। ସେ ସ୍ବତନ୍ତ୍ର ଦଳ ଗଠନ କରିବେ ନା ପଛରେ ରହି ବିଜେପିକୁ କ୍ଷମତାକୁ ଆଣିବାରେ ସାହାଯ୍ୟ କରିବେ, ତାହା ଏଯାଏ କେହି ଠଉରାଇ ପାରୁନାହାନ୍ତି।

ତେବେ ଅମରିନ୍ଦରଙ୍କ ଟାର୍ଗେଟରେ ଏବେ ବି ସିଦ୍ଧୁ ଅଛନ୍ତି। ସେ ଆଜି ପୁଣି ତାଙ୍କ ଉପରେ ଗର୍ଜିଛନ୍ତି। କହିଛନ୍ତି ଯେ, ସିଦ୍ଧୁଙ୍କ ପାଇଁ ପଞ୍ଜାବ କଂଗ୍ରେସ ରାଜନୀତିରେ ଏଭଳି ଅସ୍ଥିରତା ଆସିଛି। ସିଦ୍ଧୁ କେବଳ କପିଳ ଶର୍ମା ସୋ’ ପାଇଁ ହିଁ ଠିକ। କିନ୍ତୁ ପଞ୍ଜାବ ପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପାଇଁ ତାଙ୍କୁ ଏଭଳି ଦାୟିତ୍ୱ ଦେବା ଠିକ ନୁହେଁ।

ସରକାରରେ ହୋଇଥିବା ନିଯୁକ୍ତି ନେଇ ଅସନ୍ତୋଷ ଥିବା ସିଦ୍ଧୁ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେ କହିଥିଲେ, ତାଙ୍କ ଏଜେଣ୍ଡା ସହିତ ଆପୋସ ବୁଝାମଣା କରିପାରିବେ ନାହିଁ। ସିଦ୍ଧୁ କିଛି କ୍ୟାବିନେଟ ମନ୍ତ୍ରୀ, ଏଜି,ଡିଜିପିଙ୍କ ନିଯୁକ୍ତି ନେଇ ଅସନ୍ତୁଷ୍ଟ ଥିଲେ। ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମଧ୍ୟ ସିଦ୍ଧୁ ସହ ଆଲୋଚନା କରିଥିଲେ। ହେଲେ ଏହା ପରେ ବି ସିଦ୍ଧୁ ତାଙ୍କ ନିଷ୍ପତ୍ତି ବଦଳାଇନାହାନ୍ତି।

ଅନ୍ୟପଟରେ କଂଗ୍ରେସ ନେତା ମନୀଷ ତିୱାରୀ ଆରମ୍ଭରୁ ହିଁ ସିଦ୍ଧୁଙ୍କ କାର୍ଯ୍ୟକଳାପକୁ ଆଦୌ ଗ୍ରହଣ କରିପାରୁନାହାନ୍ତି। ସେ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତି ଉପରେ ବି ଇତିମଧ୍ୟରେ ପ୍ରଶ୍ନ ଉଠାଇ ସାରିଛନ୍ତି। ସେହିଭଳି ସୁନୀଲ ଜାଖଡ ବି ସିଦ୍ଧୁଙ୍କୁ ଟାର୍ଗେଟ କରି କହିଥିଲେ ଯେ , ଏବେ ବହୁତ ହୋଇଗଲା।

ଏସବୁ ଭିତରେ କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କିନ୍ତୁ ନିର୍ବାଚନ ବର୍ଷରେ କଂଗ୍ରେସକୁ ପଞ୍ଜାବରେ ପଛକୁ ଠେଲୁଥିବା ବେଳେ ସ୍ଥିତିକୁ ସାମାନ୍ୟ କରିବା ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ସେଭଳି ବଡ଼ ଧରଣର ଉଦ୍ୟମ ହୋଇନାହିଁ ।

Leave A Reply

Your email address will not be published.